ମା କରଞ୍ଜେଇ ପୀଠ ଠାରେ ଗୋଷ୍ଠାମୀ ପୂଜନ ଦିବସ ପାଳନ

ମା କରଞ୍ଜେଇ ପୀଠ ଠାରେ ଗୋଷ୍ଠାମୀ ପୂଜନ ଦିବସ ପାଳନ ।

ଶେରଗଡ଼ , ୩୦-୧୦-୨୦୨୫ : ଗଞ୍ଜାମ ଜିଲ୍ଲା ଶେରଗଡ଼ ବ୍ଲକ ଅନ୍ତର୍ଗତ ମା କରଞ୍ଜେଇ ପୀଠ ଠାରେ ରହିଥିବା ଗୋଶାଳାରେ ପବିତ୍ର ଗୋଷ୍ଠାଷ୍ଟମୀ ତଥା ଗୋ ପୂଜନ ଦିବସ ପାଳନ ହୋଇଥିଲା । ଆମର ହିନ୍ଧୁ ଧର୍ମରେ ଗୋ ମାତା ଙ୍କୁ ପୂଜା କରାଯିବା ସହ ସେବା ମଧ୍ୟ କରାଯାଇଥାଏ। ମା କରଞ୍ଜେଇ ଗୋ ଶାଳା ଠାରେ କେଶବ ସେବା ସଂସ୍ଥା ପକ୍ଷରୁ ଗୋଷ୍ଠାଷ୍ଟମୀ ତଥା ଗୋ ପୂଜନ କାର୍ଯ୍ୟକ୍ରମ ମହା ଆଡମ୍ବର ରେ ପାଳିତ ହୋଇଥିଲା । ଏହି କାର୍ଯ୍ୟକ୍ରମ ରେ ଆସ୍କା ସାଂସଦ ଶ୍ରୀମତି ଅନିତା ଶୁଭ ଦର୍ଶନୀ ପଟ୍ଟନାୟକ ଯୋଗଦେବା ସହ ଜିଲ୍ଲା ସଭାପତି ବିଜୟ କୁମାର ସ୍ବାଇଁ , ଆସିକା ସାଂସଦଙ୍କ ପ୍ରତିନିଧି ଯଜ୍ଞ ନାରାୟଣ ଦାସ , ମଣ୍ଡଳ ସଭାପତି ଜିତେନ୍ଦ୍ର ମହାରଣା , ବରିଷ୍ଠ ବିଜେପି କର୍ମୀ ଗୌରହରୀ ସାବତ , ସାମ୍ବାଦିକ ବାପୁନି ସେଠୀ ଏହା ସହିତ ଅନେକ ବିଜେପି କର୍ମୀ ମାନେ ଯୋଗ ଦେଇଥିଲେ । ଏଠାରେ ଆୟୋଜିତ କରିଥିବା କେଶବ ସେବା ସମିତି ର ସମସ୍ତ ସଦସ୍ୟ ଙ୍କୁ ଧନ୍ୟବାଦ ଦେବା ସହ ସେମାନଙ୍କୁ ସମାଜରେ ଏଭଳି ସେବା ଜାରି ରଖିବା ପାଇଁ ଆସ୍କା ସାଂସଦ ସୁଶ୍ରୀ ଅନିତା ପ୍ରିୟଦର୍ଶିନୀ ପଟ୍ଟନାୟକ ପରାମର୍ଶ ଦେଇଥିଲେ ।

Leave a Reply

Your email address will not be published. Required fields are marked *