କାକଟପୁର ପୋଲିସ ପକ୍ଷରୁ ରାଷ୍ଟ୍ରୀୟ ଏକତା ଦିବସ ଉପଲକ୍ଷେ ମାରାଥନ ଦୌଡ଼ ଆୟୋଜିତ
କାକଟପୁର ପୋଲିସ ପକ୍ଷରୁ ରାଷ୍ଟ୍ରୀୟ ଏକତା ଦିବସ ଉପଲକ୍ଷେ ମାରାଥନ ଦୌଡ଼ ଆୟୋଜିତ
କାକଟପୁର,୩୦.୧୦(ଜ୍ଞାନ ରଞ୍ଜନ ବିଶ୍ଵାଳ)- ଲୌହ ମାନବ ଭାବେ ପରିଚିତ ସର୍ଦାର ବଲ୍ଲଭଭାଇ ପଟେଲଙ୍କ ୧୫୦ତମ ଜନ୍ମଜୟନ୍ତୀ ଓ ରାଷ୍ଟ୍ରୀୟ ଏକତା ଦିବସ ଉପଲକ୍ଷେ କାକଟପୁର ପୋଲିସ ଦ୍ୱାରା ଏକ ମାରାଥନ ଦୌଡ଼ ଆୟୋଜିତ ହୋଇଛି। ଏହି ମାରାଥନ ଆଜି ସକାଳ ୭ଟାରେ ମା ମଙ୍ଗଳା ଙ୍କ ମନ୍ଦିର ନିକଟରୁ ଆରମ୍ଭ ହୋଇ କାକଟପୁର ବସଷ୍ଟାଣ୍ଡ ପର୍ଯ୍ୟନ୍ତ କାକଟପୁର ମୁଖ୍ୟ ରାସ୍ତାରେ ଆୟୋଜିତ କରାଯାଇଥିଲା । ଏହି ମାରାଥନର ଉଦେଶ୍ୟ , ସର୍ଦାର ବଲ୍ଲଭଭାଇ ପଟେଲ ଭାରତର ଏକତା ଓ ଅଖଣ୍ଡତାର ପ୍ରତୀକ ଥିଲେ ଏବଂ ତାଙ୍କ ଜୀବନ ଓ ତ୍ୟାଗ ଆଜି ମଧ୍ୟ ଆମ ସମସ୍ତଙ୍କ ପାଇଁ ପ୍ରେରଣା। ଏହି ମାରାଥନ ମାଧ୍ୟମରେ ଯୁବପିଢ଼ି ଓ ସାଧାରଣ ଜନତାଙ୍କ ମଧ୍ୟରେ ଏକତା, ଶିଷ୍ଟାଚାର ଓ ଶାରୀରିକ ସ୍ୱାସ୍ଥ୍ୟ ସଚେତନତା ବାଢ଼ିବା ହିଁ ମୁଖ୍ୟ ଉଦ୍ଦେଶ୍ୟ । ଏହି କାର୍ଯ୍ୟକ୍ରମରେ ୨୦୦ ରୁ ଅଧିକ ଅଂଶଗ୍ରହୀ ମାରାଥନରେ ସହଭାଗୀ ହୋଇ ଉତ୍ସାହ ପ୍ରକାଶ କରିଥିଲେ। ପୋଲିସ ବିଭାଗର ପୋଲିସ କର୍ମଚାରୀ, ଛାତ୍ରଛାତ୍ରୀ ଓ ସ୍ଥାନୀୟ ନାଗରିକମାନେ ଏଥିରେ ଯୋଗ ଦେଇଥିଲେ । ଏହି ଅବସରରେ ସମସ୍ତ ଅଧିକାରୀ ଓ ସହଭାଗୀମାନେ ଏକତା ଓ ଜାତୀୟ ସଂଘଟନର ପ୍ରତି ସଂକଳ୍ପ ଗ୍ରହଣ କରିଥିଲେ । କାକଟପୁର ପୋଲିସ ଦ୍ୱାରା ଏହି ଅଭିଯାନ ମାଧ୍ୟମରେ ଏକତା, ସୁସ୍ଥ ଜୀବନ ଓ ସକାରାତ୍ମକ ସନ୍ଦେଶ ପ୍ରଚାର ପାଇଁ ଏକ ସଫଳ ପଦକ୍ଷେପ ହୋଇଛି ।
