ଲୌହ ମାନବଙ୍କ ସ୍ମୃତିରେ ବେଲଗାଁ ପୋଲିସର ମିନି ମାରାଥନ

ଲୌହ ମାନବଙ୍କ ସ୍ମୃତିରେ ବେଲଗାଁ ପୋଲିସର ମିନି ମାରାଥନ

ହିଞ୍ଜିଳି କାଟୁ ୩୧ /୧୦ ଆଜି ସମଗ୍ର ଦେଶରେ “ରାଷ୍ଟ୍ରୀୟ ଏକତା ଦିବସ” ଭାବେ ଲୌହ ପୁରୁଷ ସର୍ଦାର ବଲ୍ଲଭଭାଇ ପଟେଲ୍ ଙ୍କ ଜନ୍ମବାର୍ଷିକୀ ଉଦ୍ୟାପିତ ହେଉଛି। ଏହି ଅବସରରେ ବେଲଗାଁ ପୋଲିସ୍ ପ୍ରଶାସନ ପକ୍ଷରୁ ମିନି ମାରାଥନ୍ ଦୌଡ଼ ଆୟୋଜନ କରାଯାଇଥିଲା।
ବେଲଗାଁ ଥାନା ଆଇ.ଆଇ.ସି. ସ୍ମିତାଞ୍ଜଳି ପ୍ରଧାନଙ୍କ ନେତୃତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଥାନାର ସମସ୍ତ ପୋଲିସ୍ କର୍ମଚାରୀ, ବେଲଗାଁ ହସ୍ପିଟାଲର ଷ୍ଟାଫ୍, ବେଲଗାଁ ଚିଦାନନ୍ଦ ଶିଶୁ ମନ୍ଦିର ଓ ଆର୍.ଏନ୍ ବିଦ୍ୟାପିଠର ଗୁରୁଜୀ, ଗୁରୁମା, ଶିକ୍ଷକ ଓ ଛାତ୍ରଛାତ୍ରୀମାନେ, ତା ସହିତ ୬୯ ନଂ ଜୋନର ବିଭିନ୍ନ ପଞ୍ଚାୟତର ନାଗରିକମାନେ ଉତ୍ସାହର ସହ ଅଂଶଗ୍ରହଣ କରିଥିଲେ। ମାରାଥନ୍ ର ମୁଖ୍ୟ ଉଦ୍ଦେଶ୍ୟ ଥିଲା — ଦେଶର ଏକତା, ସାମ୍ପ୍ରଦାୟିକ ସମାନତା ଓ ସେବା ଭାବନାକୁ ସୁଦୃଢ କରିବା। ସମାରୋହ ସ୍ଥଳରେ ଅଂଶଗ୍ରହୀମାନେ ସର୍ଦାର ବଲ୍ଲଭଭାଇ ପଟେଲଙ୍କ ପ୍ରତି ପୁଷ୍ପାଞ୍ଜଳି ଅର୍ପଣ କରି ତାଙ୍କ ଦେଶପ୍ରେମ ଓ ଦୃଢ ନେତୃତ୍ୱକୁ ସ୍ମରଣ କରିଲେ। ସର୍ଦାର ବଲ୍ଲଭଭାଇ ପଟେଲ — ଭାରତୀୟ ଏକତାର ଅଗ୍ରଦୂତ, ଯିଏ ୫୬୫ଟି ରଜୱାଡ଼ାକୁ ଏକତାର ସୂତ୍ରରେ ବାନ୍ଧି ନୂତନ ଭାରତ ଗଢିଥିଲେ — ତାଙ୍କ ଜୀବନ ଆଜି ମଧ୍ୟ ଆମକୁ ଏକତା, ଶାସନ ଶୃଖଳା ଓ ସଂଘବଳର ପ୍ରେରଣା ଦେଇ ଯାଉଛି।ଏହି କାର୍ଯ୍ୟକ୍ରମକୁ ସୁଚାରୁ ଭାବରେ ସଂଗଠିତ କରିଥିଲେ ବେଲଗାଁ ସରପଞ୍ଚ ପ୍ରତିନିଧି ଶ୍ରୀ ଶ୍ରୀନିବାସ ସାହୁ ଓ ସମିତି ସଭ୍ୟା ପ୍ରତିନିଧି ଶ୍ରୀ ନୀଳାଞ୍ଚଳ ପାଣିଗ୍ରାହୀ, ଯେଉଁମାନଙ୍କ ସହଯୋଗରେ ଅନୁଷ୍ଠାନ ଉତ୍ସାହମୟ ଭାବରେ ସମ୍ପନ୍ନ ହୋଇଥିଲା।

Leave a Reply

Your email address will not be published. Required fields are marked *