ଏରସମା ପୁଲିସ ଦ୍ୱାରା ସାଇବାର ସୁରକ୍ଷା ସଚେତନତା
ଏରସମା:ଓଡ଼ିଶା ରାଷ୍ଟ୍ରୀୟ ଏକତା ଦିବସ ଉପଲକ୍ଷେ ଆମ ପୁଲିସ ଏରସମା ଦ୍ୱାରା,ସାଇବାର ସୁରକ୍ଷା ନିମନ୍ତେ ଏକ ସଚେତନତା ସଭା ଏରସମା ଥାନା ପରିସରରେ ଗୁରୁବାର ସନ୍ଧ୍ୟାସରେ ଅନୁଷ୍ଠିତ ହୋଇଥିଲା। ଏରସମା ଥାନା ପଭାରପ୍ରାପ୍ତ ଅଧିକାରୀ ପ୍ରେମଜୀତ ଦାସ ସାଇବାର ସୁରକ୍ଷା ଦିନକୁ ଦିନ କାୟା ବିସ୍ତାର କରିଥିବାରୁ ସାଧାରଣ ଲୋକେ କୌଣସି ଅଜଣା କଲ କିମ୍ବା ଲୋଭନୀୟ ତଥ୍ୟ ଦ୍ଵାରା ପ୍ରଭାବିତ ନ ହୋଇ ନିଜର ବ୍ୟାଙ୍କ ସମ୍ବଧୀୟ ତଥ୍ୟ କିମ୍ବା ଓଟିପି ନ ଦେବାକୁ ସତର୍କ ସୂଚନା ଦେଇଥିଲେ।ଏଥିରେ ଏରସମା ସମସ୍ତ ପୁଲିସ କର୍ମଚାରୀ ଓ ଅଂଚଳର ଜନପ୍ରତିନିଧି,ବୁଦ୍ଧିଜୀବି ଓ ସାମ୍ବାଦିକ ଉପସ୍ଥିତ ଥିଲେ।
