ଛାତ୍ର ବିଧାନସଭା ଶୀତକାଳୀନ ଅଧିବେଶନ “ପ୍ରଶ୍ନକାଳ” କାର୍ଯ୍ୟକ୍ରମ ଆୟୋଜିତ

ଅସ୍ତରଙ୍ଗ,୩୧.୧୦()- ଅସ୍ତରଙ୍ଗ ବ୍ଳକ ବନ୍ତିଲୋ ସ୍ଥିତ ପିଏମଶ୍ରୀ ଶ୍ରୀ ଜଗନ୍ନାଥ ନୋଡାଲ ସ୍କୁଲ୍ ପକ୍ଷରୁ ଛାତ୍ର ବିଧାନସଭା ଶୀତକାଳୀନ ଅଧିବେଶନ “ପ୍ରଶ୍ନକାଳ” କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ଯାହା ଫଳରେ ସ୍କୁଲରେ ସୃଷ୍ଟି ହେଲା ମିନି ବିଧାନସଭା ପରିବେଶ ସୃଷ୍ଟି କରିଥିଲା। ପ୍ରଧାନ ଶିକ୍ଷକ ନାରାୟଣ ପ୍ରଧାନଙ୍କ ତତ୍ତ୍ଵାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଛାତ୍ର ଛାତ୍ରୀ ମାନଙ୍କୁ ମିଳିଲା ରାଜନୀତି, ନେତା ମନ୍ତ୍ରୀ ଓ ବିଧାନସଭା ପରିଚାଳନାର ଅନୁଭୂତି। ବିଧାନସଭା ଓ ସଂସଦରେ ଜେପରି ସରକାର, ବିଭିନ୍ନ ମନ୍ତ୍ରୀ ପରିଷଦ ବିରୋଧୀ ଦଳ ନେତା, ବାଚସ୍ପତି ଓ ବିଧାୟକଙ୍କ ପରି ନିଜକୁ ପ୍ରତପାଦିତ କରିଥିଲେ ବିଦ୍ୟାଳୟର ଛାତ୍ର ଛାତ୍ରୀ।

ଆଗକୁ ରାଜନୀତି ରେ ନିଜର ଦକ୍ଷତା, ବିଧାୟକ, ମନ୍ତ୍ରୀ, ବିରୋଧି ଦଳ, ମୁଖ୍ୟମନ୍ତ୍ରୀ ଓ ବାଚସ୍ପତିଙ୍କ ଭୂମିକା ବିଷୟରେ ଅଭିଜ୍ଞତା ହାସଲ କରିପାରିଛନ୍ତି ଛାତ୍ରଛାତ୍ରୀ। ଏହି କାର୍ଯ୍ୟକ୍ରମରେ ଅସ୍ତରଙ୍ଗ ମଣ୍ଡଳ ସହ ଶିକ୍ଷା ଅଧିକାରୀ ପ୍ରିୟଦର୍ଶୀ ବିଶ୍ଵାଳ, ଅବସରପ୍ରାପ୍ତ ଶିକ୍ଷକ ବିଜୟ ବିଶ୍ଵାଳ ଓ ସିଆରସିସି ଦୁର୍ଯ୍ୟୋଧନ ନାୟକ ଉପସ୍ଥିତ ରହି ପିଲାଙ୍କୁ ଉତ୍ସାହିତ କରିଥିବା ବେଳେ, ଶିକ୍ଷୟତ୍ରୀ ବନିତା ରାଉତ, ମଧୁସ୍ମିତା ପାଢ଼ୀ, ରିନା କାଣ୍ଡି, ପ୍ରତିଭା ଦେଇ, ସୁଜାତା ନାୟକ, ଶିକ୍ଷକ ଚିତ୍ରେଶେନ ପରିଡ଼ା ଓ ସୁର୍ଯ୍ୟ ନାରାୟଣ ମହାରଣା ପ୍ରମୁଖ ସହଯୋଗ କରିଥିଲେ।

Leave a Reply

Your email address will not be published. Required fields are marked *