୧୦ ମ ବାର୍ଷିକ ଆମ ବଡ଼ଚଣା ମହୋତ୍ସବ ଉପଲକ୍ଷେ ସାମ୍ବାଦିକ ସମ୍ମିଳନୀ।
ବଡ଼ଚଣା – ଯାଜପୁର ଜିଲ୍ଲା ବଡ଼ଚଣା କଳା,ସାହିତ୍ୟ, ସଂସ୍କୃତିର ମହାପର୍ବ ଆମ ବଡ଼ଚଣା ମହୋତ୍ସବ ୧୦ ମ ବର୍ଷରେ ପଦାର୍ପଣ କରିଛି ।ଆଜି ବଡଚଣା ପୂର୍ତ୍ତ ବିଭାଗ ଡାକ ବଙ୍ଗଳା ଠାରେ ଏକ ସାମ୍ବାଦିକ ସମ୍ମିଳନୀର ଆୟୋଜନ ହୋଇଥିଲା।କମିଟିର କର୍ମକର୍ତ୍ତା ଙ୍କ ନିଷ୍ପତ୍ତି କ୍ରମେ ଚଳିତ ବର୍ଷ ନୂତନ କମିଟି ଗଠିତ ହେବା ସହ ସଭାପତି ଭାବେ ବିଧାୟକ ଅମର କୁମାର ନାୟକ ,ଉପସଭାପତି ଭାବେ ନୃସିଂହ ନାରାୟଣ ଓତ୍ତା ,ରବୀନ୍ଦ୍ର ପ୍ରଧାନ, ସମ୍ପାଦକ ଭାବେ ଦିଲ୍ଲୀପ ଚୌଧୁରୀ , ସହ ସମ୍ପାଦକ ଭାବେ ରଶ୍ମିରଞ୍ଜନ ମହାନ୍ତି ,କୋଷାଧ୍ୟକ୍ଷ ଭାବେ ନାରାୟଣ ରାଉତ ,ଙ୍କୁ ମନୋନୀତ କରାଯାଇଥିଲା । ଆମ ବଡଚଣା ମହୋତ୍ସବ କମିଟି ନୂତନ ଭାବେ ପଞିକୃତ ହେବା ସହ ସରକାରୀ ସ୍ୱୀକୃତି ପ୍ରାପ୍ତ ହୋଇଛି।ପୂର୍ବରୁ କ୍ରିୟାନୁଷ୍ଠାନ କମିଟି ନାମରେ ଏହାକୁ ସଂଚାଳନ ହେଉଥିଲା।ଏହି କ୍ରିୟାନୁଷ୍ଠାନ କମିଟି ଅଧିନରେ ଏକାଧିକ କାର୍ଯ୍ଯକ୍ରମ ଅନୁଷ୍ଠିତ ହେଉଛି।ଯାହା ଫଳରେ ଆୟ ବ୍ୟୟ ଠାରୁ ଆରମ୍ଭ କରି ଅନ୍ୟ ଆନୁଷଙ୍ଗିକ ବ୍ୟବସ୍ଥାରେ ବାଧକ ସାଜୁଛି।ସେହି ଦୃଷ୍ଟି କୋଣରୁ ଆମ ବଡଚଣା ନାମରେ ମହୋତ୍ସବ କମିଟି ନୂତନ ଭାବେ ପଞିକୃତ କରାଯାଇଅଛି।ନୂତନ କମିଟି ପଞିକୃତ କରିବାରେ ବିଧାୟକ ସହଯୋଗ କରିଥିବାରୁ କମିଟି କର୍ମକର୍ତ୍ତାମାନେ ଧନ୍ୟବାଦ ଅର୍ପଣ କରିଥିଲେ।ଚଳିତବର୍ଷ ମହୋତ୍ସବ କୁ ପାଞ୍ଚଦିନ ପରିବର୍ତ୍ତେ ସାତଦିନ କରାଯିବ ବୋଲି ସମ୍ପାଦକ ପ୍ରକାଶ କରିଥିଲେ ।ଚଳିତବର୍ଷ ମହୋତ୍ସବ ଜାନୁୟାରୀ ୭ରୁ ଆରମ୍ଭ ହୋଇ ୧୩ ତାରିଖରେ ଉଦଯାପିତ ହେବ । ଅନ୍ୟମାନଙ୍କ ମଧ୍ୟରେ ପଞ୍ଚାୟତ ସମିତି ଉପାଧ୍ୟକ୍ଷ ବିଭାସ ଚନ୍ଦ୍ର ନନ୍ଦ,ସମିତି ସଭ୍ଯ ମଧୁସୂଦନ ବଳ ,ବଳରାମ ରଣା,ପ୍ରଶାନ୍ତ ଦାଶ ପ୍ରମୁଖ ଯୋଗଦେଇ ଥିଲେ ,ଅମୀୟ ଦାଶ ଧନ୍ୟବାଦ ଅର୍ପଣ କରିଥିଲେ ।ସୁବ୍ରତ ନାୟକ, ନିରଞନ ବରାଳ,ଅଭୟ ତରାଇ, ଲିପିକା ସାମଲ,ବିକାଶ ପ୍ରଧାନ,ପଲାଶ ନାୟକ, ଦେବେନ୍ଦ୍ର ଲେଙ୍କା ପ୍ରମୁଖ ଉପସ୍ଥିତ ଥିଲେ।
