ଅଁଳା ନବମୀ କାର୍ଯ୍ୟକ୍ରମ କୁ ଟିଭି ରେ ଦେଖିଲେ ହବିଷ୍ୟାଳୀ ମା ମାନେ

ପୁରୀ ୧/୧୧ ଚଳିତ ବର୍ଷ ସାକ୍ଷୀ ଗୋପାଳ ମନ୍ଦିର ରେ ହେଉଥିବା ଅଁଳା ନବମୀ କାର୍ଯ୍ୟକ୍ରମ କୁ ଦେଖିଛନ୍ତି ହଜାର ହଜାର ହବିଷ୍ୟାଳୀ ମା।ହବିଷ୍ୟାଳୀ କାର୍ଯ୍ୟକ୍ରମ ର ଉଦଘାଟନ ଉତ୍ସବ ରେ ଆଇନ ଓ ପୂର୍ତ୍ତ ମନ୍ତ୍ରୀ ଉଦଘାଟକ ଭାବେ ଯୋଗ ଦେବା ସହ ହବିଷ୍ୟାଳୀ ମା ମାନ ଙ୍କୁ ଚଳିତ ବର୍ଷ ଅଁଳା ନବମୀ ଦର୍ଶନ ର ସୁବିଧା କରାଯିବ ବୋଲି ଘୋଷଣା କରିଥିଲେ।ସେହିପରି ମୁଖ୍ୟମନ୍ତ୍ରୀ ମଧ୍ୟ ମା ମାନଙ୍କୁ ଶୁଭେଚ୍ଛା ଓ ମା ମାନଙ୍କ ଠାରୁ ଆଶୀର୍ବାଦ ଗ୍ରହଣ କାର୍ଯ୍ୟକ୍ରମ ରେ ଯୋଗ ଦେଇ ମା ମାନଙ୍କୁ ଅଁଳା ନବମୀ କାର୍ଯ୍ୟକ୍ରମ ଦେଖାଇବାର ବ୍ୟବସ୍ଥା ସମ୍ପର୍କରେ ସୂଚନା ଦେଇଥିଲେ।ଅଁଳା ନବମୀ ତିଥିରେ ସାକ୍ଷୀ ଗୋପାଳ ମନ୍ଦିର ରେ ଶ୍ରୀଗୋପୀନାଥ ଙ୍କ ସହ ଶ୍ରୀ ରାଧାରାଣୀ ଙ୍କ ଦର୍ଶନ ହଜାର ହଜାର ଶ୍ରଦ୍ଧାଳୁ କରିଥାନ୍ତି।ସାକ୍ଷୀ ଗୋପାଳ ନିକଟ ପୁରୀ ର ବିଭିନ୍ନ କେନ୍ଦ୍ର ରେ ହବିଷ୍ୟାଳୀ ମା ମାନେ ରହୁଥିବାରୁ ସେମାନେ ଅଁଳା ନବମୀ ଦର୍ଶନ ପାଇଁ ଅନୁରୋଧ କରୁଥିଲେ।ସରକାରଙ୍କ ନିର୍ଦ୍ଦେଶ କ୍ରମେ ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲାପାଳ ଦିବ୍ଯ ଜ୍ୟୋତି ପରିଡା ଏହାର କାର୍ଯ୍ୟକାରିତା ପାଇଁ ବିଭାଗୀୟ ଅଧିକାରୀ ମାନଙ୍କୁ ପରାମର୍ଶ ଦେଇଥିଲେ।ମା ମାନଙ୍କ ଖୁସି ହିଁ ସର୍ବୋତ୍ତମ।ଏହାକୁ ପ୍ରାଥମିକତା ଦେଇ ଅଁଳା ନବମୀ ର ସିଧାସଳଖ ପ୍ରସାରଣ ପାଇଁ ଜିଲ୍ଲାପାଳ ପରାମର୍ଶ ଦେଇଥିଲେ।ସେହି ଆଧାର ରେ ଅଁଳା ନବମୀ ତିଥିରେ ଅଁଳା ବୃକ୍ଷ ପୂଜନ,ଅନ୍ୟାନ୍ୟ ପୂଜାର୍ଚ୍ଚନା, ଭକ୍ତ ମାନଙ୍କ ମନ୍ଦିର ପ୍ରବେଶ ର ଦୃଶ୍ୟ ଇତ୍ୟାଦି କୁ ସ୍ବତନ୍ତ୍ର କ୍ୟାମେରା ମାଧ୍ୟମରେ ମନ୍ଦିର ବାହାରୁ ରେକଡିଂ କରି ପ୍ରଦର୍ଶିତ ହୋଇଥିଲା।ଅଁଳା ନବମୀ ର ଐତିହ୍ୟ, ଆଧ୍ୟାତ୍ମିକ ତଥ୍ୟ, ଭାବଧାରା ଇତ୍ୟାଦି କୁ ମଧ୍ୟ ପ୍ରବଚନ ଆଧାର ରେ ପରିବେଷଣ କରାଯାଇଥିଲା। ଏହାର ସିଧାସଳଖ ପ୍ରସାରଣ ସହ ବୃନ୍ଦାବତୀ ନିବାସ,ବଗଲା ଧର୍ମଶାଳା, ମୋଚିସାହି କଲ୍ୟାଣ ମଣ୍ଡପ ଓ ରେଲୱେ ଟୁରିଷ୍ଟ କମ୍ପ୍ଲେକ୍ସ ହବିଷ୍ୟାଳୀ କେନ୍ଦ୍ର ମାନଙ୍କ ରେ ବଡ ଏଲଇଡି ଟିଭି ମାଧ୍ୟମରେ ସାକ୍ଷୀ ଗୋପାଳ ମନ୍ଦିର ନିକଟରୁ ସିଧାସଳଖ ପ୍ରସାରଣ କରାଯାଇଥିଲା।ଏହାର ଲିଙ୍କ ମଧ୍ୟ ସାର୍ବଜନୀନ କରାଯାଇଥିଲା ଯାହା ଫଳରେ ଏହି ଦୃଶ୍ୟ କୁ ଅଧିକ ରୁ ଅଧିକ ଲୋକ ଦେଖି ପାରିଥିଲେ।ହବିଷ୍ୟାଳୀ ମା ମାନେ ଏହାକୁ ଦେଖିବା ସହ ଆନନ୍ଦ ପ୍ରକାଶ କରି ହୁଳହୁଳି ଧ୍ବନି ଦେଇଥିଲେ।ଆମର ବହୁ ଦିନରୁ ଇଛା ଥିଲା ଅଁଳା ନବମୀ ର କାର୍ଯ୍ୟକ୍ରମ ଦେଖିବା ପାଇଁ।ତେବେ ପ୍ରଶାସନ ଏତେ ଲୋକ ଙ୍କୁ ସାକ୍ଷୀ ଗୋପାଳ ମନ୍ଦିର ନେଇ ଦେଖେଇବା ସମ୍ଭବ ହୋଇ ନ ଥାନ୍ତା।କିନ୍ତୁ ଟିଭିରେ ଏଥର ସେ ସବୁକୁ ଦେଖି ଆମେ ବହୁତ ଖୁସି, ଆନନ୍ଦିତ ବୋଲି ଖୁସି ବ୍ୟକ୍ତ କରିଛନ୍ତି ହବିଷ୍ୟାଳୀ ମା ବଲାଙ୍ଗୀର ର ସାବ୍ୟ ରାଣୀ ମିଶ୍ର,ପୁରୀ ଜିଲ୍ଲାର ଗେଲୀ ମହାରଣା,ଖୋର୍ଦ୍ଧା ଜିଲ୍ଲାର ଟୁନି ଦେଇ,ଖୋର୍ଦ୍ଧା ଜିଲ୍ଲାର ସଇଳ ବିଶ୍ବାଳ, ବଲାଙ୍ଗୀର ଜିଲ୍ଲାର ସୌଦାମିନୀ ସାହୁ, ଭଦ୍ରକ ଜିଲ୍ଲାର ଡାଳିମ୍ବ ଲତା ନାୟକ, ଶୈଳବାଳ ଦାସ,ଶାନ୍ତି ଲତା ପଣ୍ଡା,ଗଞାମ ଜିଲ୍ଲାର ହେମଲତା ଗୌଡ ପ୍ରମୁଖ ।ଏଥିପାଇଁ ସେମାନେ ସରକାର ଓ ପ୍ରଶାସନ କୁ ଅଶେଷ ଧନ୍ୟବାଦ ଜଣାଇଛନ୍ତି।

Leave a Reply

Your email address will not be published. Required fields are marked *