ପବିତ୍ର ଗୋଷ୍ଠାଷ୍ଟମୀରେ ଆଉଁଳୀ ସ୍ଥିତ ଗୌଶାଳା ରେ ଗୋମହୋତ୍ସବ କାର୍ଯ୍ୟକ୍ରମ ଅନୁଷ୍ଠିତ ।

ପବିତ୍ର ଗୋଷ୍ଠାଷ୍ଟମୀରେ ଆଉଁଳୀ ସ୍ଥିତ ଗୌଶାଳା ରେ ଗୋମହୋତ୍ସବ କାର୍ଯ୍ୟକ୍ରମ ଅନୁଷ୍ଠିତ ।ଆଉଁଳି ସ୍ଥିତ ଗୋପାଳନ ଗୈଅନୁସନ୍ଧାନ କେନ୍ଦ୍ର ରେ ପବିତ୍ର ଗୋଷ୍ଠାଷ୍ଟାମୀ ଉତ୍ସବ ମହାଆଡମ୍ବରରେ ପାଳନ କରାଯାଇଛି । ଉକ୍ତ କାର୍ଯ୍ୟକ୍ରମ ରେ ସହର ର ସମସ୍ଥ ଗୋଭକ୍ତ ପରିବାର ଯୋଗ ଦେଇଥିଲେ। ପ୍ରଥମେ ଗୋମାତା ହୋମ ପରେ ସମସ୍ତ ଗୋଭକ୍ତ ଙ୍କ ସମାବେଶ ରେ ଗୋମାତା ଙ୍କୁ ପୁଷ୍ପ ସିନ୍ଦୁର ଆଳତି ଦ୍ୱାରା ପୂଜନ କରାଯାଇଥିଲା ।ଗୋଶାଳାର ସମସ୍ତ ଗୋମାତା ଙ୍କୁ ସମସ୍ତେ ସପରିବାର ନାନପ୍ରକାର ଫଳମୂଳ ଶାଗ ସେବନ କରାଇଥିଲେ । ଗୋପାଳନ ଗୋଆନୁସନ୍ଧାନ କେନ୍ଦ୍ର ଉପସଭାପତି ଡ଼ଃ ବିପିନ ବିହାରି ମିଶ୍ର ଙ୍କ ଅଧ୍ୟକ୍ଷତା ରେ ସଭା ଅନୁଷ୍ଠିତ ହୋଇଥିଲା ଯେଉଁଥିରେ ସମ୍ପାଦକ ଶ୍ରୀଯୁକ୍ତ ସୁଭାଷ ଜୈନ ଓ ଡା଼ ମିଶ୍ର ଗୋମାତା ଦ୍ୱାରା ସମାଜ ର ନାନବିଧ କଲ୍ୟାଣ ପ୍ରାପ୍ତି ବିଷୟ ମାନ ବୁଝାଇଥିଲେ ତଥା ବିଭିନ୍ନ ଅସାଧ୍ୟ ରୋଗ ର ନିରାକରଣ ପଞ୍ଚାଗବ୍ୟ ଚିକିତ୍ସା ଦ୍ୱାରା ଆରୋଗ୍ୟ ହେବା ର ବହୁ ଉଦାହରଣ ଦେଇଥିଲେ ।ଏଥିରେ ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘର ପ୍ରାନ୍ତ ବ୍ୟବସ୍ଥା ପ୍ରମୁଖ ଶ୍ରୀଯୁକ୍ତ ସୁଶୀଲ ଜୈନ ସଭା ପରିଚାଳନା କରିଥିଲେ ଓ ଶେଷରେ ସହ ସମ୍ପାଦକ ଶ୍ରୀଯୁକ୍ତ ସର୍ବେଶ୍ୱର ପାତ୍ର ସମସ୍ତଙ୍କୁ ଧନ୍ୟବାଦ ଅର୍ପଣକରିଥିଲେ ।ସମସ୍ତ ଗୋଭକ୍ତ ମାନେ ଗୋଶାଳା ରେ ପଞ୍ଚାଗବ୍ୟ ନିର୍ମିତ ବିଭିନ୍ନ ନିତ୍ୟଉପଯୋଗୀ ପଦାର୍ଥ,ବାତ, ଗ୍ୟାସ, ସୁଗର ଭଳି ରୋଗର ଔଷଧ ଜୈବିକ ଖତ ବହୁମାତ୍ରାରେ କିଣି ଏବଂ ପ୍ରସାଦ ସେବନ କରାଯାଇ ଥିଲା !

Leave a Reply

Your email address will not be published. Required fields are marked *