ମୋନ୍ଥା ଦାଉ ନ ଯାଉଣୁ ଆଉ ଗୋଟିଏ ଲଗୁଚାପ ମୁଣ୍ଡ ଟେକିଲାଣି।

ବଡ଼ଚଣା. କ୍ଷେତରେ ଶୋଇ ପଡ଼ିଲାଣି ପାଚିଲା ଧାନ, ଧାନ ଉପରେ ଚଢି ଚାଲିଛି ପାଣି, ଚାଷୀ ମୁଣ୍ଡରେ ଚଡକ ସୁନାର ଫସଲ ସବୁ ଯିବ ଅଗାଡି ହୋଇ।କିପରି ଫେରିବ ଅଗଣାକୁ ରାତିରେ ଆସୁନାହିଁ ନିଦ ରାତି ପାହିଲେ କଳା ହାଣ୍ଡିଆ ମେଘ ଘୋଟି ଆସୁଛି ମୁଣ୍ଡ ଉପରକୁ ଚିନ୍ତାରେ ଚାଷୀକୂଳ l ଯାଜପୁର ଜିଲ୍ଲାର ବଡ଼ଚଣା ବ୍ଲକ ଅନ୍ତର୍ଗତ ପଶ୍ଚିମ ବଡ଼ଚଣାର ବିଭିନ୍ନ ପଞ୍ଚାୟତ ରେ ଥିବା ଚାଷୀ ଭାଇଙ୍କ ପାଇଁ କାଳ ସାଜିଛି ଲଗାଣ ବର୍ଷା l ଯାହା ଦ୍ୱାରା ଚାଷୀ କୂଳ ହତାଶ କିଛି ଦିନ ଧରି ଲାଗିରହିଥିବା ଲଗାଣ ଲଗୁଚାପ ଜନିତ ବର୍ଷା ଚାଷୀର ମୁଣ୍ଡ ବିନ୍ଧାର କାରଣ ପାଲୋଟିଛି l ଯଦି କହିବା ବାତ୍ୟା ମୋନ୍ଥାର ପ୍ରଭାବ ଯଦିଓ ପଡ଼ିନାହିଁ କିନ୍ତୁ ଲାଗିରହିଥିବା ଲଗାଣ ବର୍ଷା ଦାଉ ସାଜୁଛି, ପାଚିଲା ଧାନ କ୍ଷେତରେ ମଥା ନଈଲା ବେଳକୁ କିଛି ଦିନଛାଡି ଧାନ କଟା ଆରମ୍ଭ ହୋଇଥାନ୍ତା କିନ୍ତୁ ବାତ୍ୟା ମୋନ୍ଥା ପ୍ରଭାବରେ ଲଗାଣ ଲଗୁଚାପ ବର୍ଷା ପ୍ରଭାବରେ ଧାନ ସବୁ ମାଟିରେ ମୁହଁ ମାଡି ପଡ଼ିଗଲାଣି l ପାଣି ଶୁଖିବାର ନାଁ ନାହିଁ କିପରି ଅଳ୍ପ ବହୁତ ଥିବା ଦରପାଚିଲା ଧାନ କିପରି ପାଚିବ ନାଁ ମାଟିରେ ପଡି ପଚି ଯିବ ତାହା ଏବେ ଚାଷୀର ମୁଣ୍ଡ ଉପରେ ଚଡକ ପଡିଛି l ବାତ୍ୟା ମୋନ୍ଥା ଏବେ ଯାଇଛି ନାହିଁ ପୁଣି ଆଉ ଗୋଟିଏ ଲଗୁଚାପ ମୁଣ୍ଡ ଟେକିବା ଆରମ୍ଭ କରିଦେଲାଣି ଯାହା ବୈଦୁତିକ ଗଣ ମାଧ୍ୟମରେ ପ୍ରକାଶ ପାଉଛି ଯାହାକୁ ନେଇ ଚାଷୀକୁଳ ହତାଶ l ମୁଣ୍ଡରେ ହାତ ଦେଇ ବସିଲାଣି କିପରି ଫେରିବ ନିଜର ସୁନାର ଫସଲ ଭାଡ଼ିକୁ।

Leave a Reply

Your email address will not be published. Required fields are marked *