ଜିଲ୍ଲାସ୍ତରୀୟ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ପାଳନ-୨୦୨୫

ଭଦ୍ରକ ୦୧.୧୧.୨୦୨୫* ଭଦ୍ରକ ଜିଲ୍ଲା ପ୍ରଶାସନ ଆନୁକୁଲ୍ୟରେ ଜିଲ୍ଲାସ୍ତରୀୟ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ପାଳନ ଅବସର ରେ ଭଦ୍ରକ ଜିଲ୍ଲା ପ୍ରଶାସନ ଏବଂ ଜିଲ୍ଲା ଦୁର୍ନୀତି ନିବାରଣ ବିଭାଗ ତରଫ ରୁ ଏକ ସଚେତନତା ପଦଯାତ୍ରା ଜିଲ୍ଲା ପୁଲିସ କାର୍ଯ୍ୟାଳୟ ରୁ ବାହାରି ଜିଲ୍ଲା ସଂସ୍କୃତି ଭବନ ରେ ସମାପ୍ତି ହୋଇଥିଲା । ଜିଲ୍ଲା ପୋଲିସ କାର୍ଯ୍ୟାଳୟରେ ଜିଲ୍ଲାପାଳ ଦିଲୀପ ରାଉତରାଏ, ଆରକ୍ଷୀ ଅଧ୍ୟୀକ୍ଷକ ମନୋଜ କୁମାର ରାଉତ, ଅତିରିକ୍ତ ଜିଲ୍ଲାପାଳ ସରୋଜ କୁମାର ଦତ୍ତ, ଡେପୁଟି କଲେକ୍ଟର ତଥା ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ କାର୍ତ୍ତିକ ନାଥ ମଣ୍ଡଲ ପତାକା ଦେଖାଇ ଉକ୍ତ ପଦଯାତ୍ରାକୁ ଶୁଭାରମ୍ଭ କରିଥିଲେ । ଏଥିରେ ବିଦ୍ୟାଳୟ ର ଛାତ୍ର ଛାତ୍ରୀମାନେ ନଗର ପରିକ୍ରମା କରି ଦୁର୍ନୀତି ବିରୁଦ୍ଧରେ ସ୍ୱର ଉତ୍ତୋଳନ କରି ସବୁ ବର୍ଗର ଲୋକମାନେ ସଚେତନ ହେବାକୁ ପରାମର୍ଶ ଦେଇଥିଲେ । ଏହା ପରେ ଜିଲ୍ଲା ସଂସ୍କୃତି ଭବନ ସଭାଗୃହ ପରିସରରେ ଅନୁଷ୍ଠିତ ସଭାରେ ଜିଲ୍ଲାପାଳ, ଆରକ୍ଷୀ ଅଧ୍ୟୀକ୍ଷକ, ଦୁର୍ନୀତି ନିବାରଣ ବିଭାଗ, ବାଲେଶ୍ୱର ଅରୁଣ କୁମାର ନାୟକ, ଅତିରିକ୍ତ ଆରକ୍ଷୀ ଅଧ୍ୟୀକ୍ଷକ ଅରୁପ ଅଭିଶେକ ବେହେରା, ଡେପୁଟି କଲେକ୍ଟର ତଥା ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ, ଭିଜିଲାନ୍ସ ଡି.ଏସ.ପି ଦୁସ୍ମନ୍ତ ନାୟକ, ଜିଲ୍ଲା ଶିକ୍ଷା ଅଧିକାରୀ ଜଗବନ୍ଧୁ ସାହୁ, ଡା. ସଂଗୀତା ବଳ, ଇନସପେକ୍ଟର, ଦୁର୍ନୀତି ନିବାରଣ ବିଭାଗ, ବାଲେଶ୍ୱର ସବିତା ପାଣିଗ୍ରାହୀ ପ୍ରମୁଖ ଯୋଗ

ଦେଇ ତଳ ସ୍ତରରୁ ଉପର ସ୍ତର ପର୍ଯ୍ୟନ୍ତ ଦୁର୍ନୀତିକୁ ରୋକିବା ସହ ଜନସାଧାରଣଙ୍କର ବିଭିନ୍ନ ମୌଳିକ ସମସ୍ୟାକୁ ସେବା ମନୋଭାବ ରଖି କାର୍ଯ୍ୟକରିବାପାଇଁ ପରାମର୍ଶ ଦେଇଥିଲେ । ଦୁର୍ଏନୀତିର ମୂଳତ୍ପାଟନ ନହେଲେ ଏକ ସୁଦୃଢ ଓ ଆତ୍ମନିର୍ଭର ରାଜ୍ୟ ଗଠନ କରିବା ସମ୍ଭବ ନୁହେଁ । ଦୁର୍ନୀତି କରୁଥିବା ବ୍ୟକ୍ତି ଏବଂ ଦୁର୍ନୀତି ପ୍ରଶ୍ରୟ ଦେଉଥିବା ବ୍ୟକ୍ତି ସମଭାବେ ଦଣ୍ଡିତ ହେବା ଆବଶ୍ୟକ । ତତପରେ ତା.୨୮.୧୦.୨୦୨୫ ଏବଂ ୩୦.୧୦.୨୦୨୫ ରିଖ ହୋଇଥିବା ବ୍ଲକସ୍ତରୀୟ ଏବଂ ଜିଲ୍ଲାସ୍ତରୀୟ ବକ୍ତୃତା ଓ ପ୍ରବନ୍ଧ ପ୍ରତିଯୋଗିତାରେ ପ୍ରଥମ/ଦ୍ୱତୀୟ/ତୃତୀୟ ସ୍ଥାନ ଅଧିକାର କରିଥିବା କୃତି ଛାତ୍ର ଛାତ୍ରୀମାନଙ୍କୁ ପୁରସ୍କାର ବିତରଣ କରାଯାଇଥିଲା ।

Leave a Reply

Your email address will not be published. Required fields are marked *