ପୁଣ୍ୟ କାର୍ତ୍ତିକ ମାସ ଦଶମୀ ଦିନ ବ୍ରହ୍ମ ମହିମା ଧୂନୀ
ରଘୁନାଥପୁର:-ତା:୧:୧୧ରିଖଜଗତସିଂହପୁର ଜିଲ୍ଲା ରଘୁନାଥପୁର ବ୍ଲକ ସ୍ଥିତ ଗୋଠିଣା ସ୍ଥିତ ମହିମା ଆଶ୍ରମରେ ଶନିବାର ପ୍ରାତଃ ବ୍ରାହ୍ମ ମୁହୂର୍ତ୍ତରେ ମହିମା ଧର୍ମର ଯଥା ବିଧିବିଧାନ ଅନୁସାରେ ଅଖଣ୍ଡ ବତୀ ଅର୍ପଣ ପୂର୍ବକ ମହିମା ମହାପ୍ରଭୁ ଙ୍କ ଅମହ୍ଣିଆ ଅର୍ପଣ କରାଯାଇ ଥିଲା। ସନ୍ଧ୍ୟା ୫ ଘଟିକା ସମୟରେ ଜଗତ ଭକତଙ୍କ ଉଦ୍ଦେଶ୍ୟରେ ସାନ୍ଧ୍ୟ ଘୃତବତୀ ଅର୍ପଣ ଓ ବ୍ରହ୍ମଧୂନୀ ସ୍ଥାପନ କରାଯାଇଥିଲା। ଏହି କାର୍ଯ୍ୟକ୍ରମ ଟିକୁ ବ୍ରହ୍ମ ଅବଧୂତ ସନ୍ନ୍ୟାସୀ ବେଣୁଧର ବାବା ଙ୍କ ତତ୍ତ୍ଵାବଧାନରେ ଅତିଥି ସାଧୁସନ୍ଥ ଯଥା ପୂଜ୍ୟ ସାଧୁ ଚରଣ ଦାସ,ସାଧୁ ହରମୋହନ ଦାସ ଓ ସାଧୁ ହୃଷୀକେଶ ଦାସ ଉକ୍ତ ମହାନ୍ କାର୍ଯ୍ୟକ୍ରମ ଟିକୁ ସମ୍ପାଦନା କରିଥିବା ବେଳେ ସାଧୁ ଅନନ୍ତ ଚରଣ ଦାସ ପରିଚାଳନା କରିଥିଲେ ଏବଂ ଭକ୍ତ ଓ ଗୋଠିଣା ଗ୍ରାମବାସୀ ମାନେ ସହଯୋଗ କରିଥିଲେ। ଏଠାରେ ସୂଚନା ଥାଉ କି ନିକଟବର୍ତ୍ତୀ ରଘୁନାଥପୁର ବ୍ଲକ ତଥା ଜଗତସିଂହପୁର ଜିଲ୍ଲାର ବହୁ ଭକ୍ତ ମାନେ ପ୍ରସାଦ ସେବନ କରିବା ସହିତ ଏହି କାର୍ଯ୍ୟକ୍ରମରେ ଯୋଗଦେଇ ଥିଲେ।
