ଆଦିତ୍ୟ ବିର୍ଲା ପବ୍ଲିକ୍ ସ୍କୁଲ୍ ର ବାର୍ଷିକ କ୍ରୀଡ଼ା ପ୍ରତିଯୋଗିତା ଉଦଯାପିତ

ଭୁବନେଶ୍ୱର ୧/୧୧/୨୦୨୫ ସୁସ୍ଥ ଶରୀର ଗଠନ ଦିଗରେ କ୍ରୀଡ଼ାର ଭୂମିକା ଗୁରୁତ୍ଵପୂର୍ଣ୍ଣ ଓ ଏଥିସହ ସୁସ୍ଥ ମନର ଗଭୀର ସମ୍ପର୍କ ରହିଛି । ଏଣୁ ବିଦ୍ୟାଳୟରେ ଛାତ୍ର ଛାତ୍ରୀ ମାନଙ୍କର ଶାରୀରିକ ସୁସ୍ଥତା ସହ ପାଠପଢ଼ାର ବିକାଶ ପାଇଁ କ୍ରୀଡ଼ା ପ୍ରତିଯୋଗିତାର ଆବଶ୍ୟକତା ରହିଛି ବୋଲି ଆଦିତ୍ୟ ବିର୍ଲା ପବ୍ଲିକ୍ ସ୍କୁଲ୍ ର ବାର୍ଷିକ କ୍ରୀଡ଼ା ପ୍ରତିଯୋଗିତାରେ ଯୋଗ ଦେଇ ଆନ୍ତର୍ଜାତିକ ଖ୍ୟାତି ସମ୍ପନ୍ନ ଭାର ଉତ୍ତୋଳନକାରୀ କେ. ରବିକୁମାର୍ ପ୍ରକାଶ କରିଛନ୍ତି । ଏହି ଅବସରରେ ଉପସ୍ଥିତ ଛାତ୍ର ଛାତ୍ରୀ ମାନଙ୍କୁ ଉତ୍ସାହିତ କରି ସେ କହିଲେ ଯେ ଖେଳ କେବଳ ଜିତିବା ପାଇଁ ନୁହେଁ , ଏହା ଆମକୁ ଶିଷ୍ଟାଚାର , ଧୈର୍ଯ୍ୟ ,ସହନଶୀଳତା ଓ ସହଯୋଗର ଜ୍ଞାନ ଦେଇଥାଏ । ଖେଳରେ ହାର୍ ଜିତ୍ ଲାଗି ରହିଥିବା ବେଳେ ପ୍ରତିଯୋଗିତାରେ ଆମକୁ ଖେଳୁଆଡ଼ ମନୋଭାବ ନେଇ ଖେଳିବାକୁ ପଡ଼ିବ ।

ବିଦ୍ୟାଳୟର କ୍ରୀଡ଼ା ପ୍ରତିଯୋଗିତା ସେପ୍ଟେମ୍ବର ୨୭ରୁ ଆରମ୍ଭ ହୋଇଥିବା ବେଳେ ଆଜି ତାହା ଉଦଯାପିତ ହୋଇ ଯାଇଛି। ଏଥିରେ ୧୦୦ ମିଟର , ୨୦୦ ମିଟର, ୪୦୦ ମିଟର, ୮୦୦ ମିଟର ଦୌଡ଼, ହାଇ ଜମ୍ପ୍ , ଲଙ୍ଗ୍ ଜମ୍ପ୍, ଶଟପୁଟ ,ଡିସ୍କସ୍ ଥ୍ରୋ ଓ ଇଣ୍ଟର ହାଉସ ରିଲେ ରେସ୍ ଆଦି ପ୍ରତିଯୋଗିତା ଆୟୋଜିତ ହୋଇଥିଲା। ବିଦ୍ୟାଳୟର ୪ଟି ହାଉସ୍ ମଧ୍ୟରୁ ଆଦିତ୍ୟ ହାଉସ୍ ଉତ୍ତମ କ୍ରୀଡ଼ା ପ୍ରଦର୍ଶନ କରି ଚମ୍ପିଆନ୍ ହୋଇଥିଲା । ଏଠାରେ ସୂଚନାଯୋଗ୍ୟ ଯେ ବିଦ୍ୟାଳୟ ପାଠପଢା ସହ କ୍ରୀଡ଼ାକୁ ଗୁରୂତ୍ଵ ଦେଇ ବନ୍ଧୁକ ଚାଳନା, ସି ବି ଏସ୍ ସି କ୍ଲଷ୍ଟର୍ ରେ ବାସ୍କେଟ୍ ବଲ୍ ଓ ଜାତୀୟ ରୋଲ୍ ବଲ୍ ସ୍କେଟିଂ ରେ ସଫଳତା ପାଇଛି। ଏହି ଅବସରରେ ବିଦ୍ୟାଳୟର ସିନିଅର୍ ପ୍ରିନ୍ସିପାଲ୍ ସ୍ନେହାଶୀଷ ମୁଖାର୍ଜୀ , ପ୍ରଧାନ ଶିକ୍ଷୟିତ୍ରୀ ଅଙ୍କିତା ଘୋଷାଲ୍ । ପ୍ରଶାସନିକ ଅଧିକାରୀ ଏନ୍ ସାହୁ ପ୍ରମୁଖ ଉପସ୍ଥିତ ଥିବା ବେଳେ କ୍ରୀଡ଼ା ଶିକ୍ଷକ ଲକ୍ଷ୍ମଣ ବର୍ମା ପ୍ରତିଯୋଗିତା ପରିଚାଳନା କରିଥିଲେ। ଏଥିରେ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ସହଯୋଗ କରିଥିଲେ।

Leave a Reply

Your email address will not be published. Required fields are marked *