ଶ୍ରୀ କର୍ତ୍ତିକେଶ୍ୱର୍ ପୂଜା କମିଟି ଇସାଣେଶ୍ୱର୍ ମନ୍ଦିର ପ୍ରାଙ୍ଗଣରେ ୫ ଦିନ ଧରି ଜଗନ୍ନାଥ ମହୋତ୍ସବ
ଶ୍ରୀ କର୍ତ୍ତିକେଶ୍ୱର୍ ପୂଜା କମିଟି ଇସାଣେଶ୍ୱର୍ ମନ୍ଦିର ପ୍ରାଙ୍ଗଣରେ ୫ ଦିନ ଧରି ଜଗନ୍ନାଥ ମହୋତ୍ସବ ୨୪ ବେଶ ନାଉଲ ଗ୍ରାମରେ ଅନୁଷ୍ଠିତ – ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ବ୍ଲକ୍ ତୁଳଙ୍ଗ ପଞ୍ଚାୟତ ନାଉଲ ଗ୍ରାମରେ ଦେଖିବାକୁ ମିଳିଛି ଏକ ନିଆରା ଅନୁଭୂତି, ଓ ଏକ ନିଆରା ଉତ୍ସବ, ଜୟ ଜଗନ୍ନାଥ ଧ୍ୱନି ରେ ପ୍ରକମ୍ପିତ ହେଉଛି ସମଗ୍ର ଅଂଚଳ, ଯୁଆଡେ ଚାହିଁବ ସିଆଡେ ଦିଶୁଥିଲା ଜଗନ୍ନାଥ ମୟ, ଶତାଧିକ ଶ୍ରଦ୍ଧାଳୁ ଙ୍କ ଭିଡ଼ ରେ ଜୟ ଜଗନ୍ନାଥ ଧ୍ଵନି, ମହାମନ୍ତ, ଓ ନାମ ସଂକୀର୍ତନ ରେ ଏକ ଦିବ୍ୟ ଅନୁଭୂତି ବାରି ହୋଇ ପଡୁଥିଲା,ଶ୍ରୀ ଜଗନ୍ନାଥ ଙ୍କ ଚବିଶି ବେଶ ସାଙ୍ଗ କୁ ଶ୍ରଦ୍ଧାଳୁ ଙ୍କ ମନ ରେ ଦ୍ୱିତୀୟ ଶ୍ରୀକ୍ଷେତ୍ର ର ଭ୍ରମ ସୃଷ୍ଟି କରୁଥିଲା, ଜଗନ୍ନାଥ ମହୋତ୍ସବ ରେ, ଜଗନ୍ନାଥ ସଂସ୍କୃତି ର ରାଷ୍ଟ୍ରୀୟ ପ୍ରଚାରକ ବାବାଜୀ ସତ୍ୟାନନ୍ଦ ଦାସ ମହାରାଜ ପ୍ରବଚନ ଦେଇଥିଲେ। ପ୍ରଥମ କରି ଏହି ପଞ୍ଚ ରାତ୍ର ଶ୍ରୀ ଜଗନ୍ନାଥ ମହୋତ୍ସବ କୁ ଦେଖିବାକୁ ଦୂର ଦୁରାନ୍ତରୁ ଶ୍ରଦ୍ଧାଳୁ ମାନଙ୍କ ଭିଡ ଲାଗି ଥିଲା,
