25ଜଗତସିଂହପୁର ମା ଶାରଳାଙ୍କ ପୀଠ ରେ ବାଣୀପର୍ବ ଲୋଗ ଉନ୍ମୋଚିତ
Date-02/11/ ପ୍ରବାସୀ ଓଡ଼ିଆ ବୁଦ୍ଧିଜୀବୀ ସଂଗଠନ ଦି ଇଣ୍ଟେଲେକ୍ଟସ, ଜଗତସିଂହପୁର ଡେଭେଲପମେଣ୍ଟ ଫୋରମ, ରାଜ୍ୟର ବିଭିନ୍ନ ପ୍ରତିଷ୍ଠିତ ସାହିତ୍ୟ ଅନୁଷ୍ଠାନ ମିଳିତ ଆନୁକୂଲ୍ୟରେ ଆସନ୍ତା ଜାନୁଆରୀ ୨୩ ରୁ ୨୫ ପର୍ଯ୍ୟନ୍ତ ଶାରଳା ପୀଠ ଝଙ୍କଡ ଠାରେ ଆୟୋଜିତ ହେବାକୁ ଥିବା ଜାତୀୟ ସ୍ତରୀର ସାହିତ୍ୟ ମହୋତ୍ସବ “ବାଣୀ ପର୍ବ” ଉପଲକ୍ଷେ ଲୋଗୋ ଉନ୍ମୋଚନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି ।୧୮ ଖଣ୍ଡ ମହାଭାରତ,ବାଲ୍ମୀକି ରାମାୟଣ ଭଳି ମହାନ ଶାସ୍ତ୍ରର ରଚୟିତା ଆଦିକବି ଶାରଳା ଦାସଙ୍କ ଉପରେ ଆୟୋଜିତ ହେବାକୁ ଥିବା ଏହି ବାଣୀ ପର୍ବର ଲୋଗୋ ଉନ୍ମୋଚନ କାର୍ଯ୍ୟକ୍ରମରେ ଅତିଥିଭାବେ ଜଗତସିଂହପୁର ସାଂସଦ ବିଭୁ ପ୍ରସାଦ ତରାଇ, ତିର୍ତ୍ତୋଲ ବିଧାୟକ ରମାକାନ୍ତ ଭୋଇ, ସ୍ମୃତିପରିଷଦର ସଭାପତି ସମାଜସେବୀ ଗୌରାଙ୍ଗ ହୋତା, ଆବାହକ ଦେବେନ୍ଦ୍ରନାଥ ରାଉତ, ମା ଶାରଳାଙ୍କ ମୁଖ୍ୟ ପୂଜକ ରଞ୍ଜନ କୁମାର ପଣ୍ଡା ପ୍ରମୁଖ ଯୋଗ ଦେଇ ଓଡ଼ିଆ ଭାଷା ସାହିତ୍ୟର ଅନନ୍ୟ ସ୍ରଷ୍ଟା ଆଦିକବି ସାରଳା ଦାସଙ୍କ ସ୍ମୃତି ଉଦେଶ୍ୟରେ ଆୟୋଜିତ ବାଣୀ ପର୍ବର ସଫଳତା କାମନା କରିଥିଲେ । ଏହି କାର୍ଯ୍ୟକ୍ରମରେ ରାଷ୍ଟ୍ରପତି ଦୌପଦି ମୁର୍ମୁ, ରାଜ୍ୟପାଳ ହରିବାବୁ କମ୍ଭମପତି, ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ସମେତ କେନ୍ଦ୍ର ଓ ରାଜ୍ୟର ବହୁ ନେତୃବୃନ୍ଦ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି ବୋଲି ଆୟୋଜକ ମାନେ କହିଛନ୍ତି ।
