ବ୍ଲକସ୍ତରୀୟ ମତ୍ସ୍ୟ ଓ ପ୍ରାଣିସମ୍ପଦ ମେଳା।

ରଘୁନାଥପୁର ତା ୨/୧୧:-ରାଜ୍ୟସରକାର ମତ୍ସ୍ୟ ଓ ପ୍ରାଣିସମ୍ପଦ ରେ ବିକାଶ ଏବଂ ଚାଷୀମାନଙ୍କ ସମୣଦ୍ଧି କୁ ଆଖିଆଗରେ ରଖି ରାଜ୍ୟରେ ପ୍ରତ୍ୟେକ ବ୍ଲକରେ ମତ୍ସ୍ୟ ଓ ପ୍ରାଣିସମ୍ପଦ ବିଭାଗ ରେ ବିଭିନ୍ନ କାର୍ଯ୍ୟକ୍ରମ ମାନ ଅନୁଷ୍ଠିତ ହେଉଛି।ଏହି କ୍ରମରେ ଜଗତସିଂହପୁର ଜିଲ୍ଲା ରଘୁନାଥପୁର ବ୍ଲକ ପ୍ରାଣିସଂମ୍ପଦ ବିଭାଗ ପକ୍ଷରୁ ସ୍ଥାନୀୟ ଅଢେଇକୂଳ ଠାରେ ରବିବାର ବ୍ଲକସ୍ତରୀୟ ମତ୍ସ୍ୟ ଓ ପ୍ରାଣିସମ୍ପଦ ମେଳା ୨୦୨୫ଅନୁଷ୍ଠିତ ହୋଇଯାଇଛି।ଏଥିରେ ମୁଖ୍ୟ ଅତିଥି ତିର୍ତ୍ତୋଲ ବିଧାୟକ ପ୍ରଫେସର ରମାକାନ୍ତ ଭୋଇ ଯୋଗଦେଇ ରାଜ୍ୟରେ ମତ୍ସ୍ୟ ଓ ପ୍ରାଣିସମ୍ପଦର ର ବିକାଶ ହେଲେ ଚାଷୀଙ୍କ ଆର୍ଥିକ ମାନଦଣ୍ଡ ସୁଦୣଢ ହୋଇପାରିବ ବୋଲି ମତବ୍ୟକ୍ତ କରିଥିଲେ।ମୁଖ୍ୟବକ୍ତା ଭାବେ ବ୍ଲକଅଧ୍ୟକ୍ଷା ଲକ୍ଷ୍ମୀ ବେହେରା,ସମ୍ମାନିତ ଅତିଥି ସାଂସଦ ପ୍ରତିନିଧି ଆଇନଜୀବୀ ଗଗନ ଚନ୍ଦ୍ର ଦାଶ,ଜିଲ୍ଲାପରିଷଦ ସଭ୍ୟା ରୀନାରାଣୀ ମଲ୍ଲିକ,ଇତିଶ୍ରୀ ମଲ୍ଲିକ,ଅଢେଇକୂଳ ସମିତିସଭ୍ୟା ମିତାଞଳୀ ପଣ୍ଡା,ମତ୍ସ୍ୟ ଓ ପ୍ରାଣୀଧନ ଉପନିର୍ଦ୍ଧେଶକ ଡ଼ ମିହିର କୁମାର ନାୟକ,ଜିଲ୍ଲାମୁଖ୍ୟ ପ୍ରାଣିଚିକିତ୍ସା ଅଧିକାରୀ ଡାକ୍ତର ଅଜୟ କୁମାର ସାହୁ, ଯୋଗଦେଇ ସରକାର ଙ୍କ ବହୁବିଦ୍ଧ ଯୋଜନାଗୁଡିକ ସମ୍ପର୍କ ରେ ଆଲୋଚନା କରିଥିଲେ।ଅତିଥି ମାନଙ୍କଦ୍ବା ରା ୪ଜଣ ସଫଳଚାଷୀଙ୍କୁ ପୁରସ୍କୃତ କରାଯାଇଥିଲା।

ଏଥିରେ ବିଭିନ୍ନ ପଞ୍ଚାୟତ ରୁ ଆସିଥିବା ସରପଞ୍ଚ,ସମିତି ସଭ୍ୟ,ଜନପ୍ରତିନିଧି ଓ ଶହଶହ ଚାଷୀ ଯୋଗଦେଇ ଲାଗିଥିବା ବିଭିନ୍ନ ଷ୍ଟଲଗୁଡିକ ବୁଲିଦେଖିବା ସହିତ ଡା ପ୍ରଭାତ କୁମାର ସାହୁ ଓ ଡା ପ୍ରଶନ୍ନ ପୣଷ୍ଟି ଉପସ୍ତିତରହି ସେମାନଙ୍କୁ ବୈଜ୍ଞାନିକ ପ୍ରଣାଳୀରେ ଉନ୍ନତ ଚାଷ ସମ୍ପର୍କ ରେ ଅବଗତ କରାଇଥିଲେ।ଏହି ଅବସରରେ ଓଡିଶୀନୣତ୍ୟ,ପାଲା ଓ ବିଭିନ୍ନ ସାଂସୣତି କକାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।ଏଥିରେ ବ୍ଲକ ମୁଖ୍ୟ ପ୍ରାଣୀଚିକିତ୍ସକ ଡାକ୍ତର ଚିନ୍ମୟ କୁମାର ସାହୁ ସ୍ଵାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କିଥିବାବେଳେ ଅତିରିକ୍ତ ପ୍ରାଣୀଚିକିତ୍ସକ ଲକ୍ଷ୍ମୀପ୍ରିୟା ପାଣିଗ୍ରାହୀ ମଞ୍ଚପରିଚାଳନା କରିଥିଲେ।ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ ବ୍ଲକ ଫିସରି ଅଫିସର ଅନିତା ବେହୁରା। ଏହିକାର୍ଯ୍ୟକ୍ରମରେ ଦେଶପ୍ରିୟ ମହାନ୍ତି,ସୈାମ୍ୟନାରାୟଣ ସୁନ୍ଦରା,ବିକ୍ରମ ନାୟକ ଓ ଏହି କାର୍ଯ୍ୟାଳୟ ଅଧିନରେ ଥିବା ୧୩ଗୋଟି ସବସେଣ୍ଟର କାର୍ଯ୍ୟାଳୟ ର କର୍ମଚାରୀ ମାନେ ସହାୟତା ପ୍ରଦାନ କରିଥିଲେ।

Leave a Reply

Your email address will not be published. Required fields are marked *