ସ୍ୱାତୀ ଅନୁଷ୍ଠାନ ଦ୍ୱାରା ରାଷ୍ଟ୍ରୀୟ ଏକତା ଦିବସ-୨୦୨୫ ପାଳନ ।

ଫୁଲବାଣୀ:-/୧୧/୨୦୨୫ ଭାରତ ର “ଲୋହ ମାନବ” ସର୍ଦାର ବଲ୍ଲଭଭାଇ ପଟେଲ ଙ୍କ ୧୫୦ତମ ଜନ୍ମ ଜୟନ୍ତୀ ରେ ସାରା ଦେଶ ରାଷ୍ଟ୍ରୀୟ ଏକତା ଦିବସ ପାଳନ କରୁଥିବା ବେଳେ ସ୍ୱେଚ୍ଛାସେବୀ ଅନୁଷ୍ଠାନ ସ୍ୱାତୀ ବିଭିନ୍ନ ସ୍ଥାନରେ ଏହି ଦିବସ ଟିକୁ ଶ୍ରଦ୍ଧା ଓ ସମତା ର ସହିତ ପାଳନ କରିଛନ୍ତି । ଏହି ପରିପ୍ରେକ୍ଷିରେ ଅନୁଷ୍ଠାନର ଫୁଲବାଣୀ ଓ ପାବୁôରିଆ ସ୍ଥିତ କାର୍ଯ୍ୟାଳୟ ଠାରେ ସମ୍ପାଦକ ହରି ଶଙ୍କର ରାଉତ ଙ୍କ ସଭାପତିତ୍ୱରେ ପାଳିତ ହୋଇଯାଇଛି । କାର୍ଯ୍ୟକ୍ରମ ଗୁଡିକରେ ସର୍ଦାର ବଲ୍ଲଭଭାଇ ପଟେଲ ଯେପରି ଆମ ଦେଶକୁ ଏକତା ର ସୂତ୍ରରେ ବାନ୍ଧିଥିଲେ ଏବଁ ଏକ ଶ୍ରେଷ୍ଠ ଭାରତ ଗଠନ ର ଆହ୍ୱାନ ଦେଇଥିଲେ ତାକୁ ମନେ ପକାଇ ଆମେମାନେ ପ୍ରତିଜ୍ଞାର ସହିତ ଏକତା ରେ ଶକ୍ତି ଓ ସେବାରେ ମାନବତା ବ୍ରତ କୁ ପାଳନ କରି ଏକ ଭାରତ-ଶ୍ରେଷ୍ଠ ଭାରତ ଘଠନ ଆଡକୁ ଆଗେଇବା ତାହା ଆଲୋକପାତ କରାଯାଇଥିଲା । ଏହି ମହାନ ବ୍ୟକ୍ତିତ୍ୱ ଙ୍କ ର ଦେଶ ଗଠନ ରେ ଥିବା ଅବଦାନ କୁ ସ୍ମରଣୀୟ କରି ବା ପାଇଁ ଆଜିର ଏହି ରାଷ୍ଟୀୟ ଏକତା ଦିବଶ ନିଶ୍ଚିତ ଭାବେ ଗୁରୁତ୍ୱ ପୂର୍ଣ୍ଣ ବୋଲି ଅନୁମାନ କରିହେଉଛି । ଏକତା ହେଉଛି ମନୁଷ୍ୟ ସମାଜର ଏକ ମହତ୍ୱପୂର୍ଣ୍ଣ ଦିଗ ଯାହା ସମାନତା ଓ ପ୍ରତିବଦ୍ଧତା କୁ ସୂଚାଇ ଆଗକୁ ବଢିବାର ଦିଗ ଦେଖାଇଥାଏ । ଏଥିସହିତ ଉପସ୍ଥିତ ଅନ୍ୟ ବରିଷ୍ଠ କର୍ମୀ ମାନେ ଏହି ମହାପୁରୁଷ ଙ୍କ ଅତ୍ମକାହାଣୀ କୁ ଉପସ୍ଥାପନା କରି ମହାନତା ର ଉଦାହରଣ ସାଜିଥିବା ବ୍ୟକ୍ତିତ୍ୱ ଙ୍କୁ ଶ୍ରଦ୍ଧାଞଳୀ ଦେଇଥିଲେ । ଏଥି ସହିତ ଉପସ୍ଥିତ ସମସ୍ତ କର୍ମକର୍ତା ଦେଶର ଶ୍ରେଷ୍ଠତ୍ୱ ନିମନ୍ତେ ଏକତା ବଜାୟ ରଖିବା ପାଇଁ ବଦ୍ଧପରିକର ବୋଲି ଏକ ସପଥ ପାଠ କରି ସୂଚାଇଥିଲେ।

Leave a Reply

Your email address will not be published. Required fields are marked *