ଆଧ୍ୟାତ୍ମିକ ଜାଗରଣ ପାଇଁ ପଞ୍ଚୁକ ମହୋତ୍ସବ ସ୍ମରଣ ରହିବ-
ପୁରୀ ,ଆଧ୍ୟାତ୍ମିକ ଚେତନା ଓ ଜାଗରଣ ପାଇଁ ଉତ୍କଳୀୟ ସଂସ୍କୃତି ଓ ପରଂପରା ର ପ୍ରତୀକ ଧର୍ମମାସ କାର୍ତ୍ତିକ ଏବଂ ପଞ୍ଚୁକ ର ଅବଦାନ କୁ ଏହି ଜାତି ଚିରକାଳ ସ୍ମରଣ ରଖିବ ବୋଲି କହିଛନ୍ତି କେନ୍ଦ୍ରୀୟ ସଂସ୍କୃତ ବିଶ୍ଵବିଦ୍ୟାଳୟ ସଦାଶିବ ପରିସର ର ନିର୍ଦେଶକ ପ୍ରଫେସର ପ୍ରଭାତ କୁମାର ମହାପାତ୍ର। ପୁରୀ ବଡ଼ଦାଣ୍ଡ ରେ ମାଆ ମାଉସୀ ମାଆଙ୍କ ସମ୍ମୁଖରେ ପଞ୍ଚକ ମହୋତ୍ସବ କମିଟି ପକ୍ଷରୁ ୧୦ତମ ମହୋତ୍ସବ ର ଆୟୋଜିତ କରାଯାଇଛି, ଏହି ପଞ୍ଚୁକ ମହୋତ୍ସବ କୁ ଉଦଘାଟନ କରି ପ୍ରଫେସର ମହାପାତ୍ର, ଶ୍ରୀଜଗନ୍ନାଥ ସଂସ୍କୃତି ର ସମୃଦ୍ଧି ରେ ମାଉସୀ ଅର୍ଦ୍ଧାସିନୀଙ୍କ ଯୋଗଦାନ ଉଲ୍ଲେଖନୀୟ ବୋଲି ମତବ୍ୟକ୍ତ କରିଥିଲେ। ଅନୁଷ୍ଠାନ ର ସଭାପତି ଜଗନ୍ନାଥ ଦାସ ମହାପାତ୍ରଙ୍କ ଅଧ୍ୟକ୍ଷତା ଓ ମହୋତ୍ସବ କମିଟି ର ସଂପାଦକ ମଧୁସୂଦନ ମିଶ୍ରଙ୍କ ପରିଚାଳନା ରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ରେ ଓଡ଼ିଶା ସଂଗୀତ ନାଟକ ଏକାଡେ଼ମୀ

ସଦସ୍ୟ ଡକ୍ଟର ବଦ୍ରି ମିଶ୍ର ଅତିଥି ଭାବେ ଯୋଗ ଦେଇଥିବାବେଳେ ଅଭ୍ୟର୍ଥନା କମିଟି ଅଧ୍ୟକ୍ଷ ଚକ୍ରଧର ମହାପାତ୍ର, ବୀରେନ୍ଦ୍ର ଶାସ୍ତ୍ରୀ, ସଂପାଦକ ରାମଚନ୍ଦ୍ର ଦୋରା, ଡକ୍ଟର ବିଶ୍ଵନାଥ ମିଶ୍ର, ସତ୍ୟନାରାୟଣ ଦାଶ ପ୍ରମୁଖ ମଞ୍ଚାସୀନ ଥିଲେ। ଏହି ଅବସରରେ ବିଶିଷ୍ଟ ପ୍ରବଚକ ବାଲିଆ ବାଳକୃଷ୍ଣ ପଣ୍ଡା। ପ୍ରବଚନ ଦେଇଥିବା ସମୟରେ,କଳାଞ୍ଜଳୀ ଡ୍ୟାନ୍ସ ଗ୍ରୁପ୍ ପକ୍ଷରୁ ସମବେତ ଓ ଏକକ ନୃତ୍ୟ ରାଧାମୋହନ ସଂକୀର୍ତ୍ତନ ଦଳ ନାମ ସଂକୀର୍ତ୍ତନ କରିଥିଲେ। ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ।ଭରତ ନାୟକ ଓ ଶ୍ୟାମପ୍ରକାଶ ସେନାପତି ।
