ସ୍ୱୟଂଶ୍ରୀ ବଜାର,ମହିଳାମାନଙ୍କ ଦ୍ୱାରା ପ୍ରସ୍ତୁତ ସାମଗ୍ରୀ

ବ୍ରହ୍ମପୁର – ରିଲିଆନ୍ସ ଫାଉଁଡେସନ ଏବଂ ବିଲ ଓ ମିଲେଣ୍ଡା ଗେଟ ଫାଉଁଡେସନ, ମିଶନ ଶକ୍ତି ସହାୟତାରେ ଗ୍ରାମ ବିକାଶ ର ଗଞ୍ଜାମ- ୨ ସହକର୍ମୀ ଙ୍କ ସହଯୋଗରେ ସ୍ୱୟଂ ସହାୟକ ଗୋଷ୍ଠୀ ଓ ଉତ୍ପାଦକ ଗୋଷ୍ଠୀ ର ମହିଳା ମା ମନଙ୍କୁ ଆର୍ଥିକ ସଶକ୍ତ କରିବା ପାଇଁ ବ୍ରହ୍ମପୁର,ହିଲିପାଟଣା ଠାରେ ଗ୍ରାମବିକାଶ ଅଫିସ ପରିସରରେ ଦୁଇ ଦିନିଆ ସ୍ୱୟଂଶ୍ରୀ ବଜାର ଆୟୋଜନ କରାଯାଇଥିଲା | ଆୟୋଜନ କରିବାର ମୁଖ୍ୟ ଉଦେଶ୍ୟ ହେଉଛି ଗ୍ରାମ ଅଂଚଳରେ ଥିବା ସ୍ୱୟଂ ସହାୟକ ମହିଳା ମାନଙ୍କ ଦ୍ୱାରା ପ୍ରସ୍ତୁତ ହେଉଥିବା ସାମଗ୍ରୀ ଗୁଡିକର କିପରି ଲୋକ ମାନଙ୍କ ପାଖରେ ପହଞ୍ଚିପାରିବ , ବିକ୍ରିରେ ସହାୟକ ହୋଇ , ଉକ୍ତ ସାମଗ୍ରୀର ଚାହିଦା ବୃଦ୍ଧି କରି ବଜାର ସୃଷ୍ଟି କରିପାରି ସେମାନଙ୍କୁ ରୋଜଗାରକ୍ଷମ କରି ସେମାନଙ୍କ ଘରର ଅର୍ଥନୈତିକ ଅଭିବୃଦ୍ଧିରେ ଉନ୍ନତି ହେବ | ଉକ୍ତି ବଜାରରେ ଖଲ୍ଲିକୋଟ , ରଙ୍ଗେଇ ଲୁଣ୍ଡା , ଗଂଜାମ , ଛତ୍ରପୁର , କୁକୁଡାଖଣ୍ଡି , ପାତ୍ରପୁର , ଚିକିଟି ,ବେଲଗୁଣ୍ଠା ବ୍ଲକର ମହିଳା ଉପ୍ତାଦିକା ଗୋଷ୍ଠୀ ଓ ସ୍ୱୟଂ ସହାୟକ ଗୋଷ୍ଠୀ ର ମହିଳାର ମାନଙ୍କ ଦ୍ୱାରା ପ୍ରସ୍ତୁତ ସାମଗ୍ରୀ ଯଥା ବଡ଼ି , ବିଭିନ୍ନ ପ୍ରକାର ପାମ୍ପଡ, କାପଡ଼ା , ଆଚାର, ଧୁପକାଠି , ମାଣ୍ଡିଆରୁ ପ୍ରସ୍ତୁତ କେକ , ଚକୋଲେଟ , ହଳଦୀ ପାଉଡର ,ମସଲା ପାଉଡର , ମାଣ୍ଡିଆ ପାଉଡର , ଛତୁଆ ପାଉଡର ,ବିରି ଓ ଚାଉଳ ଚୂନା , ରାଶି ଲଡୁ , ମହିଳା ମାଙ୍କର ନାଇ ଟି ,ହର୍ବଲ ଟି ,ତୁଳସୀ ଅର୍କ ମାଟି ରୁ ପ୍ରସ୍ତୁତ ସାମଗ୍ରୀ ଇତ୍ୟାଦି ବିକ୍ରି କରିଥଲେ | କନ୍ଧମାଳ ରାଇକିଆ ବ୍ଲକ ର ଆମର ଜ୍ୟୋତି ଉତ୍ପାଦକ ଗୋଷ୍ଠୀ ର କନ୍ଧମାଳ ହଳଦୀ ପାଉଡର ଓ ବରଗଡ଼ ଭଟିଲ ବ୍ଲକ ର ରାଧା ରାଣୀ ଉତ୍ପାଦକ ଗୋଷ୍ଠୀ ଙ୍କ ସମ୍ୱଲପୁର କୁର୍ତ୍ତୀଓ କପଡ଼ା ,ବିଭିର୍ଣ୍ଣ ପ୍ରକାର ଚୁଡ଼ି ,ବିକ୍ରି କରିଥଲେ |

ସମସ୍ତଙ୍କ ମିଳିତ ପ୍ରଚେଷ୍ଟାରେ ସ୍ୱୟଂଶ୍ରୀ ବାଜାର ଟି ସଫଳ ରୂପେ ପରିଚାଳିତ ହୋଇଥିଲା | ଉକ୍ତ ବଜାରରେ ଆଠ ଟି ଉତ୍ପାଦକ ଗୋଷ୍ଠୀ ଓ ଦଶ ଟି ସ୍ବୟଂ ସହାୟକ ଦଳର ମହିଳା ସାମଗ୍ରୀ ବିକ୍ରି କରିବାର ସୁଯୋଗ ପାଇପାରିଥିଲେ | ଆଖପାଖ ରୁ ଦୁଇ ଶହ ପଚାଶ ଉକ୍ତ ବଜାର ବୁଲି ଜିନିଷ କିଣିବାର ବ ସୁଯୋଗ ପାଇପାରିଥିଲେ | ଉକ୍ତ ବଜାରକୁ ସୁଚାର ରୂପେ ପରିଚାଳନା କରିବା ପାଇଁ ବୁକୀ ଦାସ , ଷ୍ଟେଟ ଫାଇନାନସିଲ ଲିଡ଼, ଅମୁଲ୍ୟ କୁମାର ଚୌଧୁରୀ , ଡିଷ୍ଟ୍ରିଟି ପୋଗ୍ରାମ ଲିଡ଼, ପ୍ରଶାନ୍ତ କୁମାର ନାୟକ ,ଡିଷ୍ଟ୍ରିଟି ମନିଟରିଂ ଲିଡ଼, ବ୍ଲକ ପୋଗ୍ରାମ ଲିଡ଼, କ୍ଲଷ୍ଟର କଡିନେଟର , ଗଂଜାମ- ୨ ଗ୍ରାମବିକାଶ , ଶରତ ଚନ୍ଦ୍ର ମହାନ୍ତି ,ଜିଲା ପରିଚାଳକ ଗଂଜାମ, ଗ୍ରାମ ବିକାଶ ସହଯୋଗ କରିଥିଲେ | ବି. ଦ୍ର – ପ୍ରତିମାସର ଶେଷ ଶନିବାର ଓ ରବିବାର ଦୁଇ ଦିନ ଖୋଲାଯିବା ପାଇଁ ଯୋଜନା କରାଯାଉଛି |

Leave a Reply

Your email address will not be published. Required fields are marked *