ଭାରତର ନିର୍ବାଚନ କମିଶନନିର୍ବାଚନ ସଦନ

ତା. 02.11.2025ପ୍ରେସ ନୋଟ ଆଇଆଇଟି କାନପୁର ଦେଲା ମୁଖ୍ୟ ନିର୍ବାଚନ କମିଶନର ଶ୍ରୀ ଜ୍ଞାନେଶ କୁମାରଙ୍କୁ ଅନୁଷ୍ଠାନର ସର୍ବୋଚ୍ଚ ସମ୍ମାନଭୁବନେଶ୍ୱର ତା 2/11/25 ଭାରତୀୟ ପ୍ରଶାସନିକ ସେବାରେ ଉଲ୍ଲେଖନୀୟ ଅବଦାନ, ଉତ୍କୃଷ୍ଟ ପ୍ରଶାସନିକ ଦକ୍ଷତା, ଦେଶ ଓ ଗଣତନ୍ତ୍ରକୁ ସୁଦୃଢ କରିବାର ଅବିସ୍ମରଣୀୟ ଅବଦାନ ପାଇଁ ଆଇଆଇଟି କାନପୁର ପକ୍ଷରୁ ମୁଖ୍ୟ ନିର୍ବାଚନ କମିଶନର ଶ୍ରୀ ଜ୍ଞାନେଶ କୁମାରଙ୍କୁ Distinguished Alumni Award (DAA) ସମ୍ମାନରେ ସମ୍ମାନିତ କରାଯାଇଛି।1989 ରୁ ଆରମ୍ଭ ହୋଇଥିବା Distinguished Alumni Award (DAA) ହେଉଛି ଆଇଆଇଟି କାନପୁରର ପୁରାତନ ଛାତ୍ରଛାତ୍ରୀଙ୍କୁ ସେମାନଙ୍କର ବିଶେଷ କାର୍ଯ୍ୟ ଏବଂ ସଂସ୍ଥା ଓ ଦେଶ ପାଇଁ ଉଲ୍ଲେଖନୀୟ ଅବଦାନ ପାଇଁ ଦିଆଯାଉଥିବା ଏହା ହେଉଛି ସର୍ବୋଚ୍ଚ ସମ୍ମାନ। ପ୍ରତିବର୍ଷ ସଂସ୍ଥା ତାର ପୁରାତନ ଛାତ୍ରଛାତ୍ରୀମାନଙ୍କର ଅନନ୍ୟ ସେବା ଓ ସାଧନାକୁ ସ୍ମରଣ କରି ଏହି ସମ୍ମାନ ପ୍ରଦାନ କରିଥାଏ ।ବିଶିଷ୍ଟ ବୈଜ୍ଞାନିକ, ପ୍ରଶାସକ, ଉଦ୍ୟମୀ, ଶିକ୍ଷାବିତ ଏବଂ ଦେଶ ଗଠନ ଓ ଦେଶର ଗୌରବ ବୃଦ୍ଧି କରିଥିବା ଅନନ୍ୟ ଓ ଅସାଧାରଣ ବ୍ୟକ୍ତିତ୍ୱ ମାନେ ପୂର୍ବରୁ ଏହି ସମ୍ମାନ ପାଇଛନ୍ତି ।ଶ୍ରୀ ଜ୍ଞାନେଶ କୁମାର 1985 ମସିହାରେ ଆଇଆଇଟି କାନପୁର ଭଳି ଲବ୍ଧପ୍ରତିଷ୍ଠିତ ଅନୁଷ୍ଠାନରୁ ସିଭିଲ୍ ଇଞ୍ଜିନିୟରିଂରେ ବିଟେକ କୃତିତ୍ୱର ସହ ପାସ କରିଥିଲେ । ସଂସ୍ଥାର 66ତମ ପ୍ରତିଷ୍ଠା ଦିବସ ଉପଲକ୍ଷେ ଆୟୋଜିତ ସମାରୋହରେ ତାଙ୍କୁ ଏହି ପ୍ରତିଷ୍ଠିତ ସମ୍ମାନ ପ୍ରଦାନ କରାଯାଇଛି ।

Leave a Reply

Your email address will not be published. Required fields are marked *