ବାଲୁକା କଳାରେ ବିଶ୍ଵବିଜେତା ଭାରତୀୟ ମହିଳା କ୍ରିକେଟ ଦଳକୁ ଅଭିନନ୍ଦନ l

ବାଲୁକା କଳାରେ ବିଶ୍ଵବିଜେତା ଭାରତୀୟ ମହିଳା କ୍ରିକେଟ ଦଳକୁ ଅଭିନନ୍ଦନ l ଭାରତୀୟ ମହିଳା କ୍ରିକେଟ୍ ଦଳ ସର୍ବପ୍ରଥମ ବିଶ୍ବକପ୍‌ ଜିତି ଦୀର୍ଘ ପ୍ରତୀକ୍ଷାର ଅନ୍ତ ଘଟାଇଛି। ଏଥି ସହ ୧୯୮୩ ମସିହାରେ କପିଳ ଦେବଙ୍କ ପୁରୁଷ କ୍ରିକେଟ୍ ଦଳର ଐତିହାସିକ ବିଶ୍ବକପ୍‌ ବିଜେତା ଭଳି ଭାରତୀୟ ମହିଳା ଦଳ ବିଶ୍ବ ମୁକୁଟ ଜିତି ନୂଆ ଫର୍ଦ ଯୋଡ଼ିଛି। ମହିଳା କ୍ରିକେଟ୍‌ରେ ବି ଭାରତ ପାଇଁ ଏକ ବୈପ୍ଲବିକ ପରିବର୍ତ୍ତନ ଯୁଗର ଶୁଭାରମ୍ଭ ହୋଇଛି। ଏ ନେଇ ଆଜି ପୁରୀ ବେଳାଭୂମିରେ ଆନ୍ତର୍ଜାତୀୟ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ଏକ ସୁନ୍ଦର ବାଲୁକା କଳା ନିର୍ମାଣ କରି ଭାରତୀୟ ମହିଳା କ୍ରିକେଟ ଦଳକୁ ଅଭିନନ୍ଦନ ସହ ଭାରତ କି ନାରୀ ଶକ୍ତି ଜଣାଇଛନ୍ତି l କ୍ରିକେଟ ବଲରେ ଏହି ବାଲୁକା କଳା ନିର୍ମାଣ କରି ଏକ ସୁନ୍ଦର ବ୍ୟାଟ ପ୍ରସ୍ତୁର୍ତ୍ତ କରାଯାଇ ଅଭିନଦନ ଜ୍ଞାପନ କରାଯାଇଛି l ଭାରତର ନାରୀ ଶକ୍ତି ଖେଳ ମାଧ୍ୟମରେ ସାରା ବିଶ୍ୱକୁ ଚକିତ କରିଛନ୍ତି ଯାହାଫଳରେ ସୁଦର୍ଶନ ପଟ୍ଟନାୟକ ଭାରତୀୟ ମହିଳା କ୍ରିକେଟ ଦଳକୁ ସାଲ୍ୟୁଟ କରିବା ସହ ଅଭିନନ୍ଦନ ଜଣାଇଛନ୍ତି l

Leave a Reply

Your email address will not be published. Required fields are marked *