ଶ୍ରୀରାମକୃଷ୍ଣ ଆଦର୍ଶ ଶିକ୍ଷାକେନ୍ଦ୍ରରେ କଣ୍ଢେଇ ମେଳା ସହିତ ବିଜ୍ଞାନ ମେଳା ଅନୁଷ୍ଠିତ।।

ସ୍ଥାନୀୟ ହାଉସିଂ ବୋର୍ଡ କଲୋନୀ ନିକଟ ଶ୍ରୀରାମକୃଷ୍ଣ ଆଦର୍ଶ ଶିକ୍ଷାକେନ୍ଦ୍ର ପରିସରରେ ବିଦ୍ଯାଳୟର ପ୍ରତିଷ୍ଠାତା ସଂପାଦକ ଶ୍ରୀଧର ସାହୁଙ୍କ ଅଧ୍ଯକ୍ଷତାରେ ବାର୍ଷିକ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇ ଯାଇଛି। କୁନି କୁନି ଶିଶୁ ବୈଜ୍ଞାନିକ ମାନଙ୍କ ଦ୍ବାରା ଏହି ମେଳାରେ ୬୪ ଜଣ କୁନିକୁନି ଶିଶୁ କଣ୍ଢେଇ ମେଳାରେ ଭାଗନେଇଥିବା ବେଳେ ପ୍ରାଥମିକ ଓ ଉଚ୍ଚ ବିଦ୍ଯାଳୟର ଛାତ୍ରଛାତ୍ରୀ ମାନେ ୧୭୦ଟି ବିଜ୍ଞାନ ପ୍ରକଳ୍ପ ପ୍ରଦର୍ଶିତ କରିଥିଲେ। ସକାଳ ୧୦ଟାରେ କାର୍ଯ୍ୟକ୍ରମ ଉଦଘାଟନ ହୋଇଥିଲା ବେଳେ ଅପରାହ୍ନ ୦୨ ଟାରେ ପୁରସ୍କାର ବିତରଣ ଉତ୍ସବ ଅନୁଷ୍ଠିତ ହୋଇଥିଲା।ଏହି ଉତ୍ସବରେ ମୁଖ୍ଯ ଅତିଥି ଭାବେ ନୟାଗଡ଼ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ସର୍ବେଶ୍ୱର ପାଣିଗ୍ରାହୀ ଯୋଗଦେଇ ଦୈନନ୍ଦିନ ଜୀବନରେ ବିଜ୍ଞାନର ଆବଶ୍ଯକତା ବିଷୟରେ ଆଲୋଚନା କରିବା ସହିତ ବିଜ୍ଞାନ ଯୁଗରେ ପ୍ରତ୍ଯେକ ଅଭିଭାବକମାନେ ନିଜ ନିଜର ଶିଶୁମାନଙ୍କୁ ଅନ୍ଧ ବିଶ୍ବାସରୁ ଦୂରେଇ ଉପଯୁକ୍ତ ସଂସ୍କାରରେ ଗଢିବା ପାଇଁ ନିବେଦନ କରିଥିଲେ। ମୁଖ୍ଯବକ୍ତା ଭାବେ ଅବସରପ୍ରାପ୍ତ ବିଜ୍ଞାନ ଶିକ୍ଷକ ଅନାଦି ଚରଣ ମହାନ୍ତି ଯୋଗଦେଇ ସମସ୍ତ ଶିଶୁ ମାନେ ଜଣେ ଜଣେ କଣ୍ଢେଇ ଓ ସମସ୍ତ ଶିଶୁ ହେଉଛନ୍ତି ଈଶ୍ବରଙ୍କ ସନ୍ତାନ ବୋଲି ବକ୍ତବ୍ଯ ରଖିବା ସହିତ ଶିଶୁ ମାନଙ୍କ ପିତାମାତା ଓ ଗୁରୁଜୀ ଗୁରୁମା ସମସ୍ତଙ୍କ ମିଳିତ ପ୍ରୟାସ ହିଁ ଏହି ମେଳାର ସଫଳତା ବୋଲି କହିଥିଲେ। ସମସ୍ତ କୁନି ବୈଜ୍ଞାନିକ ମାନଙ୍କ ପ୍ରକଳ୍ପ,ଉପସ୍ଥାପନ ଶୈଳୀ,ଯୁକ୍ତିମୂଳକ ସିଦ୍ଧାନ୍ତ ବିଜ୍ଞାନ ମେଳାକୁ ସାର୍ଥକ କରିଛି ବୋଲି ଅନ୍ଯତମ ସମ୍ମାନିତ ଅତିଥି ବରିଷ୍ଠ ଆଇନଜୀବୀ ବଳଭଦ୍ର ମହାନ୍ତି ମତବ୍ୟକ୍ତ କରିଥିଲେ। ଏହି ବିଜ୍ଞାନ ମେଳାର ପ୍ରକଳ୍ପ ଗୁଡିକୁ ମୂଲ୍ଯାୟନ କରିବା ପାଇଁ ବିଚାରକ ତଥା ସମ୍ମାନିତ ଅତିଥି ଭାବେ ନୟାଗଡ ସ୍ବୟଂ ଶାସିତ ମହାବିଦ୍ୟାଳୟର ଅବସରପ୍ରାପ୍ତ ପଦାର୍ଥ ବିଜ୍ଞାନ ଅଧ୍ଯାପକ ଶରତ କୁମାର ନାୟକ, ଖଣ୍ଡପଡାସ୍ଥିତ ଚନ୍ଦ୍ରଶେଖର ଆଶ୍ରମ ବିଦ୍ଯାଳୟର ବିଜ୍ଞାନ ଶିକ୍ଷୟିତ୍ରୀ ଶୁଭଶ୍ରୀ ପଟ୍ଟନାୟକ ଯୋଗଦେଇ ପ୍ରକଳ୍ପ ଗୁଡିକୁ ମୂଲ୍ଯାୟନ କରିଥିଲେ। ବରିଷ୍ଠ ବର୍ଗରେ ୧୦ମ ଶ୍ରେଣୀର ଆଶୀଷ ସାହୁ ପ୍ରଥମ ସ୍ଥାନ ଅଧିକାର କରିଥିଲା ବେଳେ ୮ମ ଶ୍ରେଣୀର ଆଲୋକ ପାଣି ଦ୍ବିତୀୟ ଓ ୯ମ ଶ୍ରେଣୀ ର ଅଶାଙ୍କ ମଲ୍ଲ ୩ୟ ସ୍ଥାନ ଅଧିକାର କରିଛନ୍ତି। ସେହିପରି ଉପ ବରିଷ୍ଠ ବର୍ଗରେ ୭ମ ଶ୍ରେଣୀର ବିଶ୍ବଜିତ୍ ନାୟକ ପ୍ରଥମ, ୫ମ ଶ୍ରେଣୀର ସାଇଶ୍ରୀ ପ୍ରିୟଦର୍ଶିନୀ ଦ୍ବିତୀୟ ସ୍ଥାନ ଅଧିକାର କରିଥିଲା ବେଳେ ସେହି ୫ମ ଶ୍ରେଣୀର ସେଜଲ ଦାସ ୩ୟ ସ୍ଥାନ ଅଧିକାର କରିଛନ୍ତି।କନିଷ୍ଠ ବର୍ଗରେ ୪ର୍ଥ ଶ୍ରେଣୀର ରୌନକ ପାତ୍ର ପ୍ରଥମ ହୋଇଥିଲା ବେଳେ ୩ୟ ଶ୍ରେଣୀର ପ୍ରତ୍ଯୁଷ ପ୍ରେରିତ ସାହୁ ଦ୍ବିତୀୟ ଏବଂ ୪ର୍ଥ ଶ୍ରେଣୀର ଅଂଶୀକା ପଟ୍ଟନାୟକ ୩ୟ ସ୍ଥାନ ଅଧିକାର କରିଛନ୍ତି। ଉପ କନିଷ୍ଠ ବର୍ଗରେ ୨ୟ ଶ୍ରେଣୀର ସୁଶ୍ରୀ ଇପସିତା ସାଥୁଆ ପ୍ରଥମ ହୋଇଥିଲା ବେଳେ ୧ମ ଶ୍ରେଣୀର ରୁଦ୍ରାଂଶ ପ୍ରହରାଜ ଓ ୨ୟ ଶ୍ରେଣୀର ସ୍ବସ୍ତିକ ମହାପାତ୍ର ଯୁଗ୍ମଭାବେ ଦ୍ବିତୀୟ ସ୍ଥାନ ଏବଂ ୨ୟ ଶ୍ରେଣୀର ଦେବସ୍ମିତା ନାୟକ ୩ୟ ସ୍ଥାନ ଅଧିକାର କରିଛନ୍ତି। ସେହିପରି କଣ୍ଢେଇ ମେଳାରେ କନିଷ୍ଠ ବର୍ଗରେ କିରଣ କୁମାର ବେହେରା ପ୍ରଥମ ହୋଇଥିଲା ବେଳେ ରିତିକା ଛୋଟରାୟ ଦ୍ବିତୀୟ, ନୈତିକ ନିହାର ସାହୁ ଓ ପ୍ରତ୍ଯୁଷା ପ୍ରଧାନ ଯୁଗ୍ମଭାବେ ୩ୟ ସ୍ଥାନ ଅଧିକାର କରିଛନ୍ତି। କଣ୍ଢେଇ ମେଳାର ଉପ କନିଷ୍ଠ ବର୍ଗରେ ଆଦିତ୍ୟ ନାୟକ ପ୍ରଥମ ହୋଇ ଥିଲା ବେଳେ ସ୍ରୁଷ୍ଟି ସମ୍ଭାବନା ଦ୍ବିତୀୟ, ଜିଜ୍ଞାସା କଲ୍ଯାଣୀ କାଶ୍ଯପ ଓ ବିଭୁକୃପା ପରିଡା ଯୁଗ୍ମଭାବେ ୩ୟ ସ୍ଥାନ ଅଧିକାର କରିଛନ୍ତି। ଏଥି ସହିତ ଭାଗନେଇଥିବା ସମସ୍ତ ଛାତ୍ରଛାତ୍ରୀ ମାନଙ୍କୁ ସାନ୍ତ୍ବନା ମୂଳକ ପୁରଷ୍କାର ପ୍ରଦାନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ବିଦ୍ଯାଳୟର ବିଜ୍ଞାନ ଶିକ୍ଷକ ପବିତ୍ର ସାହୁ, ନିର୍ମଳ କୁମାର ସାହୁ, ଅର୍ଚ୍ଚନା ରଥ ଓ ପୁଷ୍ପିତା ରଥ ମୂଲ୍ଯାୟନ କାର୍ଯ୍ୟରେ ସହଯୋଗ କରିଥିଲା ବେଳେ ସମସ୍ତ ଗୁରୁଜୀ ଗୁରୁମା ମାନେ ଅକ୍ଳାନ୍ତ ପରିଶ୍ରମ କରି କାର୍ଯ୍ୟକ୍ରମକୁ ସଫଳ କରିଥିଲେ। ପରିଶେଷରେ ବିଦ୍ଯାଳୟର ପ୍ରଧାନ ଆଚାର୍ଯ୍ୟା ପ୍ରିୟମ୍ବଦା ମହାପାତ୍ର ଧନ୍ଯବାଦ ଅର୍ପଣ କରିଥିଲେ।

Leave a Reply

Your email address will not be published. Required fields are marked *