ଜିଲ୍ଲା ସ୍ତରୀୟ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ

ପୁରୀ ୩/୧୧ ପୁରୀ ଜିଲ୍ଲା ସ୍ତରୀୟ ଅଭିଯୋଗ ଶୁଣାଣୀ ଆଜି ସଦଭାବନା ସଭାଗୃହରେ ଅନୁଷ୍ଠିତ ହୋଇଥିଲା।ଅତିରିକ୍ତ ଜିଲ୍ଲାପାଳ ଶରତ ଚନ୍ଦ୍ର ବେହେରା ଏଥିରେ ଅଧ୍ୟକ୍ଷତା କରିଥିଲେ।ଏଥିରେ ମୋଟ ୧୦୮ ଗୋଟି ଅଭିଯୋଗ ମିଳିଥିଲା।ସେଥିରୁ ୮୮ ଗୋଟି ବ୍ୟକ୍ତିଗତ,୧୫ ଗୋଟି ଗ୍ରାମ ସମ୍ବନ୍ଧୀୟ ଓ ୫ ଗୋଟି ମୁଖ୍ୟମନ୍ତ୍ରୀ ଙ୍କ ରିଲିଫ ପାଣ୍ଠିରୁ ସହାୟତା ସମ୍ପର୍କରେ ରହିଥିଲା।ତତକ୍ଷଣାତ ୮ ଗୋଟି ର ସମାଧାନ କରାଯାଇଥିଲା।ଅନ୍ୟ ଅଭିଯୋଗ ଗୁଡିକ ର ଆଇନ ଅନୁସାରେ ସମାଧାନ ପାଇଁ ସମ୍ପୃକ୍ତ ବିଭାଗ ମାନଙ୍କୁ ପ୍ରେରଣ କରାଯାଇଥିଲା।ଏହି ଶୁଣାଣୀ ରେ ଉପ ଜିଲ୍ଲାପାଳ ରାଜ କିଶୋର ଜେନା,, ଡେପୁଟି କଲେକ୍ଟର ଅନୁସ୍ରବ ଗନ୍ତାୟତ,ଡିଏସପି ମହେଶ୍ବର ସେଠୀ,ଭାରପ୍ରାପ୍ତ ଅଭିଯୋଗ ଶୁଣାଣୀ ଅଧିକାରୀ ପଞ୍ଚାନନ ପରିଜା ଓ ଅନ୍ୟ ଜିଲ୍ଲା ସ୍ତରୀୟ ଅଧିକାରୀ ମାନେ ଯୋଗ ଦେଇଥିଲେ।

Leave a Reply

Your email address will not be published. Required fields are marked *