ଗୁରୁଜଙ୍ଗ ଧବଳେଶ୍ବର ପୀଠରେ ଶ୍ରଦ୍ଧାଳୁଙ୍କ ଏବଂ ମାନସିକ ଧାରୀ ଙ୍କ ଅଟକାଳି ଭୋଗ ପାଇଁ ସମାଗମ

ଖୋର୍ଦ୍ଧା(୦୩.୧୧)- ଆସନ୍ତାକାଲି ପବିତ୍ର ବଡ଼ଓଷା। ଖୋର୍ଦ୍ଧା ପୌରାଞ୍ଚଳ ଅନ୍ତର୍ଗତ ଗୁରୁଜଙ୍ଗ ଧବଳେଶ୍ବର ପୀଠ ରେ ଲାଗିଛି ଶ୍ରଦ୍ଧାଳୁ ଙ୍କ ସମାଗମ। ପୌରାଣିକ ସମୟ ରୁ ଏଠାରେ ପ୍ରଭୁ ଧବଳେଶ୍ବର ଙ୍କୁ ପୂଜା ଅର୍ଚ୍ଚନା କରାଯାଉଛି। ପବିତ୍ର କାର୍ତ୍ତିକ ମାସ ଶୁକ୍ଳପକ୍ଷ ଚତୁର୍ଦ୍ଦଶୀ ତିଥିରେ ବଡ଼ଓଷା ଉପଲକ୍ଷେ ଆରମ୍ଭ ହୋଇଛି ପୂଜାର୍ଚ୍ଚନା। ଚଳିତ ବର୍ଷ କାର୍ତ୍ତିକ ମାସ ଶେଷ ସୋମବାର ତିଥି ଠାରୁ ପ୍ରଭୁ ଧବଳେଶ୍ବର ଙ୍କ ଠାରେ ଜଳଲାଗି ଏବଂ ପୂଜା କରିବା ଲାଗି ଭକ୍ତ ଙ୍କ ସମାଗମ ହୋଇଛି। ଲମ୍ବଧଡ଼ି ରେ ଭକ୍ତ ମାନେ ମନ୍ଦିର ଭିତରକୁ ପ୍ରବେଶ କରି ଦର୍ଶନ କରୁଛନ୍ତି। ବଡ଼ଓଷା ଦିନ ପାହାନ୍ତା ୩ଟା ସମୟ ରୁ ଧବଳେଶ୍ଵର ଙ୍କ ଥରେ ଘିଅ, ଲହୁଣୀ, ମହୁ, କ୍ଷୀର, ନବାତ ରେ ମାଜଣା କରାଯିବ। ପରେ ଠାକୁରଙ୍କ ରୀତି ନୀତି ଶଙ୍ଖୁଡ଼ି ଭୋଗ କରାଯାଇ ସର୍ବ ସାଧାରଣ ଙ୍କ ଲାଗି ଦର୍ଶନ ଆରମ୍ଭ ହେବ। ଏହି ଦିନ ଅନେକ ଭକ୍ତ ଦୂର ଦୁରାନ୍ତରୁ ଆସି ପ୍ରଭୁଙ୍କ ନିକଟରେ ପୂଜା କରି ପାଦୁକ ପାଇ ଉପବାସ ରହିଥାନ୍ତି। ମାନସିକ ଧାରୀ ମାନେ ଅଟକାଲି ଭୋଗ , ଗଜ ଭୋଗ କରିଥାନ୍ତି। ବଡ଼ଓଷା ଦିନ ପାହାନ୍ତା ସମୟ ରୁ ସନ୍ଧ୍ୟା ପର୍ଯ୍ୟନ୍ତ ପୂଜା , ଦର୍ଶନ ଚାଲିଥାଏ। ସନ୍ଧ୍ୟା ସମୟ ରେ ଠାକୁରଙ୍କ ବେଢ଼ା ପରିକ୍ରମା ହୋଇଥାଏ। ପବିତ୍ର ବଡ଼ଓଷା ଏବଂ କାର୍ତ୍ତିକ ପୂର୍ଣ୍ଣିମା କୁ ଶାନ୍ତି ଶୃଙ୍ଖଳା ରେ ସମାହିତ କରିବାକୁ ଟ୍ରଷ୍ଟି ତରଫରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି। ଧବଳେଶ୍ଵର ଟ୍ରଷ୍ଟି ବୋର୍ଡ ସହ ସେବାୟତ ସଂଘ କମିଟି ସଭ୍ୟ ଏବଂ ପ୍ରଶାସନିକ ସହଯୋଗ ରେ ଏହି ବଡ଼ଓଷା ଯାତ୍ରା , ପୂଜାର୍ଚ୍ଚନା, ଦର୍ଶନ , ଅଟକାଳି ଭୋଗ ପ୍ରସ୍ତୁତି ଏବଂ ସମର୍ପଣ କାର୍ଯ୍ୟ କରାଯାଉଛି।

ପୌର ପ୍ରଶାସନ ପକ୍ଷ ରୁ ପରିମଳ, ଜଳ ଯୋଗାଣ , ବିଦ୍ୟୁତ୍ ବିଭାଗ ତରଫ ରୁ ଆଲୋକ ଯୋଗାଣ, ଆଦର୍ଶ ଥାନାପୋଲିସ ପ୍ରଶାସନ ପକ୍ଷ ରୁ ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ପୋଲିସ ଫୋର୍ସ ମୃତୟନ କରାଯାଇଛି। ବଡ଼ଓଷା ଯାତ୍ରା ଚଳିତ ବର୍ଷ ସୋମବାର ଠାରୁ ଛାଡଖାଇ ପର୍ଯ୍ୟନ୍ତ ୪ଦିନ ଧରି ପାଳିତ ହେଉଛି। ଅନେକ ବ୍ୟବସାୟୀ ମାନେ ତାଙ୍କ ବ୍ୟବସାୟ ଧରି ମନ୍ଦିର ଚତୁପାର୍ଶ୍ଵ ରେ ଦୋକାନ ଖୋଲିଥନ୍ତି। ବିଶେଷ କରି ମାର୍ଗଶିର ମାସରେ ଧାନ ଅମଳ ଏବଂ ଲକ୍ଷ୍ମୀ ପୂଜା ପାଇଁ ଡାଲା, କୁଲାର, ବୋଝ, ଦା, କଟୁରୀ ସହ ଅନ୍ୟାନ୍ୟ ଘରକରଣା ସାମଗ୍ରୀ ର କିଣା ବିକା ହୋଇଥାଏ। ଚଳିତ ବର୍ଷ ପ୍ରଭୁ ଧବଳେଶ୍ବର ଙ୍କ ବଡ଼ଓଷା ଯାତ୍ରା କୁ ଆଡମ୍ବର ସହକାରେ ପାଳନ କରିବାକୁ ମ୍ୟାନେଜିଂ ଟ୍ରଷ୍ଟି ବଦ୍ରି ନାରାୟଣ ସାହୁ , ଟ୍ରଷ୍ଟି ଶୁଭ୍ରାଂଶୁ ରଂଜନ ସାମନ୍ତରାୟ ଏବଂ ଅନ୍ୟ ସଭ୍ୟ ସହଯୋଗ କାମନା କରିଛନ୍ତି।

Leave a Reply

Your email address will not be published. Required fields are marked *