ପରମ୍ପରା ଭାଙ୍ଗିଲେ ତିର୍ତ୍ତୋଲ ବିଧାୟକ।

ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ ତାରତୋଲ ମହାନଦୀ ପଠାରେ ପ୍ରତି ବର୍ଷ ଭଳି ଚଳିତ ବର୍ଷ କାର୍ତ୍ତିକ ପୂର୍ଣ୍ଣିମା ଦିନ ବୋଇତ ବନ୍ଦାଣ ଉତ୍ସବ ଅନୁଷ୍ଠିତ ହୋଇଥିବା ବେଳେ ଚଳିତ ବର୍ଷ ଏହାର ବ୍ୟତିକ୍ରମ ଦେଖାଦେଇଛି। ଯାହା ଦୀର୍ଘ ୨୩ ବର୍ଷ ଧରି ଘଟିନଥିଲା ତାହା ଚଳିତ ବର୍ଷ ହୋଇଥିବା ଦେଖିବାକୁ ମିଳିଛି।ବୋଇତ ବନ୍ଦାଣ ଉତ୍ସବ ସକାଳ ୭ ଟା ପରିବର୍ତ୍ତେ ଦିନ ୯ ଟା ପରେ କରାଯାଇଥିଲା।ଯାହାକୁ ନେଇ ସକାଳ ୭ ଟାରୁ ଅପେକ୍ଷା କରିଥିବା ଜନ ସାଧାରଣ,ଦଳୀୟ କର୍ମୀ ଓ ସାଧବାଣୀ ମାନେ ଅସନ୍ତୋଷ ପ୍ରକାଶ କରିଥିଲେ। ଏହି ବୋଇତ ବନ୍ଦାଣ ଓ ଚେରିତୋଳା ବାଲିଯାତ୍ରା ଦଳ ଗତ ନିର୍ବିଶେଷରେ ହୋଇଆସୁଥିବା ବେଳେ ଚଳିତ ବର୍ଷ ଏହା ଦଳିୟ କାର୍ଯ୍ୟକ୍ରମରେ ପରିଣତ ହୋଇଛି। ପୂର୍ବ ବର୍ଷ ମାନଙ୍କରେ ବାଲିଯାତ୍ରା କୁ ରୂପରେଖ ଦେଇଥିବା ସ୍ଥାନୀୟ ନେତୃବୃନ୍ଦ ଏହି ମହୋତ୍ସବ ଠାରୁ ଦୂରେଇ ରହିଥିବା ଦେଖିବାକୁ ମିଳିଛି। ପ୍ରତିବର୍ଷ ଏହି ବୋଇତ ବନ୍ଦାଣ ଉତ୍ସବ ରେ ତିର୍ତ୍ତୋଲ ବ୍ଲକ ଶିଶୁ ସମନ୍ୱୟ ଅଧିକାରୀଣୀ ଙ୍କ ନେତୃତ୍ବରେ ଅଙ୍ଗନବାଡ଼ି କର୍ମୀ ସାଧବାଣୀ ହୋଇ ବୋଇତ ବନ୍ଦାଣ କାର୍ଯ୍ୟ ତୁଲାଉଥିବା ବେଳେ ଚଳିତ ବର୍ଷ ସ୍ଥାନୀୟ ଅଞ୍ଚଳର ତରୁଣୀ ମାନଙ୍କୁ ସାଧବାଣୀ କରାଯାଇ ବୋଇତ ବନ୍ଦାଣ ରେ ସାମିଲ କରାଯାଇଛି।

ଏହି ଉତ୍ସବରେ ଶିଶୁ ବିକାଶ ଅଧିକାରୀଣି ଙ୍କ ନେତୃତ୍ବରେ ଅଙ୍ଗନବାଡ଼ି କର୍ମୀ ଓ ଓଡ଼ିଶା ଜୀବିକା ମିଶନ ଅଧିକାରୀଣି ଙ୍କ ନେତୃତ୍ବରେ ସ୍ବୟଂ ସହାୟକ ମହିଳା ମା ମାନେ ଏହି ବୋଇତ ବନ୍ଦାଣ ଉତ୍ସବ ରେ ଯୋଇଦେଇ ସରସ ସୁନ୍ଦର କରି ଆସୁଥିବା ବେଳେ ଚଳିତ ବର୍ଷ ମଧ୍ୟ ଏହାର ବ୍ୟତିକ୍ରମ ଦେଖାଦେଇଛି। ସକାଳ ୭ଟା ରୁ ଉପସ୍ଥିତ ଥିବା ଜନ ସାଧାରଣ ଦିନ ୯ ଟା ପର୍ଯ୍ୟନ୍ତ ସ୍ଥାନୀୟ ଅଞ୍ଚଳରେ ପାଣି ଟିକେ ନ ପାଇ ଡହଳ ବିକଳ ହେଉଥିବା ଦେଖବାକୁ ମିଳିଥିବା ବେଳେ କିଛି ମହିଳା ସମୟ ବ୍ୟତିକ୍ରମ ହେବାରୁ ସେହି ସ୍ଥାନରୁ ପଳାଇ ଯାଇଥିଲେ। ଚଳିତବର୍ଷ ସର୍ବଦଳୀୟ ନେତୃମଣ୍ଡଳୀ ଙ୍କୁ ନେଇ ଏହି ବାଲିଯାତ୍ରା ଉତ୍ସବ ଅନୁଷ୍ଠିତ ହେବ ବୋଲି ବିଧାୟକ କହିଥିବା ବେଳେ ସେଠାରେ କିଛି ସ୍ଥାନୀୟ ନେତୃମଣ୍ଡଳୀ ଦୂରେଇ ରହିଥିବା ଦେଖିବାକୁ ମିଳିଥିଲା ଏହି ଉତ୍ସବ ତିର୍ତ୍ତୋଲ ବିଧାୟକ ରମାକାନ୍ତ ଭୋଇ ଙ୍କ ତତ୍ବାବଧାନରେ ଅନୁଷ୍ଠିତ ହୋଇଥିଲା। ଏପରି ହେବା ଠିକ୍ ନୁହେଁ ବୋଲି ସାଧାରଣରେ ଚର୍ଚ୍ଚା ଚୋର ଧରିଛି।

Leave a Reply

Your email address will not be published. Required fields are marked *