କନ୍ଧମାଳ ଜିଲ୍ଲାରେ ସମସ୍ତ ଯାତ୍ରୀ ବିଶ୍ର।ମଗ।ର ଅଚଳ ହୋଇ ପଡ଼ିରହିଛି ।
କନ୍ଧମାଳ, ଫୁଲବାଣୀ ପୂର୍ବ ସରକାର ଲୋକଙ୍କ ସୁବିଧା ପାଇଁ ବିଭିନ୍ନ ପ୍ରକାର ଯୋଜନା କରିଥିଲେ । ସେଥି ମଧ୍ୟରୁ ବସ ଯାତ୍ରୀ, ବାଇକ ଓ ଅନ୍ୟାନ୍ୟ ଜାନ ବାହାନ ରେ ଯାତ୍ରା କରୁଥିବା ଲୋକଙ୍କ ପାଇଁ ବିଶ୍ରାମ କରିବା ଓ ରାତ୍ରି ରହଣି ପାଇଁ ବିଗତ ସରକାର ଯାତ୍ରୀ ସୁବିଧା କେନ୍ଦ୍ର ପ୍ରତିଷ୍ଠା କରିଥିଲେ । ସେଠାରେ ଶୌଚ କରିବା, ବିଶ୍ରାମ କରିବା ଚା ଜଳଖିଆ, ଖାଦ୍ୟ ଖାଇବା ଓ ରହଣି ବ୍ୟବସ୍ଥା ବୁଝିବା ପାଇଁ କର୍ମଚାରୀ ଥିଲେ । ଗତ ଦେଢ଼ ବର୍ଷ ହେଲା ସେସବୁ ସୁବିଧା ଓ ସେବା ବନ୍ଦ ହୋଇଯାଇଛି । ସେବା ଓ ସୁବିଧା ପାଉଥିବା ଯାତ୍ରୀ ଏବେ ହନ୍ତ ସନ୍ତ ହେଉଛନ୍ତି । କର୍ମଚାରୀ ମାନେ ଗାଏବ ହୋଇଯାଇ ଛନ୍ତି । ତେବେ ଲକ୍ଷାଧିକ ଟଙ୍କାର ଆସବାବ ପତ୍ର ନଷ୍ଟ ହେବାରେ ଲାଗିଛି । ମୂଲ୍ୟବାନ ଜିନିଷପତ୍ର ର ରକ୍ଷଣା ବେକ୍ଷଣ କରିବାକୁ କେହି ନାହାନ୍ତି । ଯେପରି କମ୍ପାନୀକା ମାଲ ଦରିୟା ମେ ଡାଲ ସଦୃଶ ହୋଇଛି । ଜିଲ୍ଲାର ବାଲିଗୁଡା ମହସିଂଙ୍ଗି, ଜି, ଉଦୟଗିରି ଏହାର ଜଳନ୍ତା ପ୍ରମାଣ ଓ ଅନ୍ୟାନ୍ୟ ଅଞ୍ଚଳରେ ମଧ୍ୟ୍ୟ ଏଭଳି ସେବା କେନ୍ଦ୍ର ପ୍ରତିଷ୍ଠା ହୋଇଥିଲା । ଏସବୁ ସୁବିଧା ସେବା କେନ୍ଦ୍ର ଗୁଡିକ ନିର୍ବାଚନ ପ୍ରଚାର ବେଳେ ବହୁଳ ଭାବରେ ବ୍ୟବହାର ହୋଇଥିଲା । ଟୁରିଷ୍ଟ ମାନେ ଯାତ୍ରା କଲାବେଳେ ବିଶ୍ରାମ ନେଉଥିଲେ,କେଉଁ କାରଣରୁ ଜନ ସ୍ୱାର୍ଥରେ ଆସୁଥିବା ଅନୁଷ୍ଠାନ କୁ ସରକାର କିମ୍ବା ପ୍ରଶାସନ ବନ୍ଦ କଲେ ତାହା ସ୍ରର୍ବସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।
