ତିର୍ତ୍ତୋଲ ଚେଳି ତୋଳ ବାଲିଯାତ୍ରା ଉଦଘାଟନ
Date- 06/11/25*ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ଗୋପିଆକୁଦ ଠାରେ 7 ଦିନ ବ୍ୟାପି ଚାଳିବାକୁ ଥିବା ଚେଳି ତୋଳ ବାଲିଯାତ୍ରା ଉଦଘାଟନ ହୋଇ ଯାଇଛି । ତିର୍ତ୍ତୋଲ ବିଧାୟକ ଡ଼ଃ ରମାକାନ୍ତ ଭୋଇ ଙ୍କ ସଭାପତିତ୍ୱ ରେ ଆୟୋଜିତ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବରେ ଇଂ ପ୍ରଭାକର ବେହେରା, ଅଧ୍ୟାପକ ହିମାଂଶୁ ଆଚାର୍ଯ୍ୟ, ସମାଜସେବୀ ଗୟାଧର ମହାରଣା, ଦେବେନ୍ଦ୍ର ନାଥ ରାଉତ ପ୍ରମୁଖ ବହୁ ବିଶିଷ୍ଟ ବ୍ୟକ୍ତି ମାନେ ଯୋଗ ଦେଇ ଐତିହାସିକ ଚେଳିତୋଳ ବାଲିଯାତ୍ରା ଦୀର୍ଘ 24 ବର୍ଷରେ ପଦାର୍ପଣ କରିଥିବା ସହିତ ନୌବାଣିଜ୍ୟ ପରମ୍ପରା କୁ ଉଡିଜିବିତ କରିବା ସହ ସ୍ମୃତି କୁ ମନେ ରଖିବା ପାଇଁ ଏହି ବାଲିଯାତ୍ରା ଆୟୋଜନ କରାଯାଉ ଥିବାର ଅତିଥିମାନେ କହିଛନ୍ତି । ପରେ ବିଭିନ୍ନ କଳା ଅନୁଷ୍ଠାନ ପକ୍ଷରୁ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ କରାଯିବା ସହିତ ବାଲିଯାତ୍ରା କମିଟି ପକ୍ଷରୁ ଅତିଥି ମାନଙ୍କୁ ସମ୍ମାନୀତ କରାଯାଇଥିଲା ।
