ଶିଆଳି ରେ ବୋଇତ ବନ୍ଦାଣ ଉତ୍ସବ ଓ ବାଲିଯାତ୍ରା ଅନୁଷ୍ଠିତ

ଏରସମା:ଜଗତସିଂହପୁର ଜିଲ୍ଲା ଏରସମା ବ୍ଲକ ଶିଆଳି ବେଳାଭୂମି ରେ କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ଶିଆଳି ବାଲିଯାତ୍ରା କମିଟି ତରଫରୁ ୭ମ ବାର୍ଷିକ ବୋଇତ ବନ୍ଦାଣ ଉତ୍ସବ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। ସମାଜସେବୀ ପାର୍ଥ ସାରଥି ରାଉତ୍ ମୁଖ୍ୟ ଅତିଥି ଭାବେ ଯୋଗଦେଇ ବୋଇତ ବନ୍ଦାଣ ଉତ୍ସବ ର ଉଦ୍ଘଟନ କରିଥିଲେ। ଏହି ଉତ୍ସବ ରେ ଉତ୍ତମ ବେହେରା, ଭାରତୀ ବେହେରା କର୍ତ୍ତା ଭାବେ ମହୋଦଧି ପୂଜାକରିଥିଲେ।ଓଡ଼ିଶାର ପରମ୍ପରା ଅନୁଯାୟୀ ଆଜିର ଦିନରେ ସାଧବ ପୁଅ ମାନେ ନୈବାଣିଜ୍ୟ କରିବାକୁ ଜାଭା ସୁମାତ୍ରା ମାଳଦୀପ ଯାଇଥିଲେ ସାଧବ ପୁଅ ମାନଙ୍କ ଶୁଭ ମନାସି ସାଧବ ବୋହୁମାନେ ସେମାନଙ୍କୁ ବନ୍ଦାପନା କରି ମେଲାଣି ଦେଇଥିଲେ।

ଶିଆଳି ବେଳାଭୂମି ଠାରେ ଆୟୋଜିତ ଏହି ବୋଇତ ବନ୍ଦାଣ ଉତ୍ସବ ଦେଖିବାକୁ ଆଖପାଖ ଅଞ୍ଚଳର ଶତାଧିକ ଲୋକଙ୍କ ଭିଡ ଜମିଥିଲା। ଶିଆଳି ବାଲିଯାତ୍ରା କମିଟି ର ସଭାପତି ନିରାକାର ସ୍ଵାଇଁ ଙ୍କ ଉଦ୍ୟମରେ ଶିଆଳି ବେଳାଭୂମିରେ 2018 ମସିହାରୁ ବୋଇତ ବନ୍ଦାଣ ଉତ୍ସବ ଓ ବାଲିଯାତ୍ରା ମହାସମାରୋହରେ ପାଳିତ ହୋଇଆସୁଛି। ଚଳିତ ବର୍ଷ ତିନି ଦିନ ବାଲିଯାତ୍ରା ଅନୁଷ୍ଠିତ ହେବ।ବାଲିଯାତ୍ରା ର ପ୍ରଥମ ଦିନରେ ଏରସମା ଥାନା ଅଧିକାରୀ ପ୍ରେମଜିତ ଦାସ ମୁଖ୍ୟ ଅତିଥି ଭବରେ , ବିଜେପି ନେତା ନୃସିଂହ ସାହୁ, ସଂସାଦ ଙ୍କ ପ୍ରତିନିଧି ଜଟାଧାରୀ ସାହୁ ପ୍ରମୁଖ ସମ୍ମାନିତ ଅତିଥି ଭାବରେ ଯୋଗଦେଇଥିଲେ ।ସୁକାନ୍ତ ସାମଲ, ପ୍ରଦୀପ୍ତ କୁମାର ସାମଲ, ଦିପକ୍ ଗିରି, ଶିଶିର ମଲ୍ଲିକ୍, ଚନ୍ଦନ ପରିଡ଼ା, ସୁମନ ଖଟୁଆ, ଜଗା ବିଶ୍ଵାଳ, ବିଶ୍ୱରଞ୍ଜନ ଚୌଧୁରୀ, ଗୁଡୁ ମହାପାତ୍ର, ପ୍ରମୋଦ ସ୍ୱାଇଁ, ପ୍ରକାଶ ଖଟୁଆ, ଜୟପ୍ରକାଶ କାଣ୍ଡି ପ୍ରମୁଖ କମିଟି ର ସଦସ୍ୟ ସହଯୋଗ କରିଥିଲେ।

Leave a Reply

Your email address will not be published. Required fields are marked *