ତାଳଚେର ୱାର୍କିଙ୍ଗ ଜର୍ଣ୍ଣାଲିଷ୍ଟସ ଆସୋସିଏସନ ପକ୍ଷରୁ ବିଶାଳ ମାଗଣା ସ୍ବାସ୍ଥ୍ୟ ଶିବିର ଅନୁଷ୍ଠିତ

ତାଳଚେର: ତାଳଚେର ୱାର୍କିଙ୍ଗ ଜର୍ଣ୍ଣାଲିଷ୍ଟସ ଆସୋସିଏସନ ପକ୍ଷରୁ ଜାତୀୟ ପ୍ରେସ ଦିବସ ଉପଲକ୍ଷେ ପଞ୍ଚାୟତ ସମିତି ସଭାଗୃହ ଠାରେ ବିଶାଳ ମାଗଣା ସ୍ବାସ୍ଥ୍ୟ ସେବା ଶିବିର ଓ ସ୍ବାସ୍ଥ୍ୟ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି ଶିବିରକୁ ତାଳଚେର ଉପଜିଲ୍ଲାପାଳ ସମୀର କୁମାରଜେନା(ଆଇଏଏସ) , ତାଳଚେର ବିଡ଼ିଓ ସୁଶାନ୍ତ କୁମାର ବରାଳ ,ସ୍ତ୍ରୀ ଓ ପ୍ରସୂତି ବିଭାଗର ଡାକ୍ତର ଅରବିନ୍ଦ ନନ୍ଦୀ, ଅଶୋକ କୁମାର ବେହେରା , ସଲ୍ୟ ଚିକିତ୍ସା ବିଶେଷଜ୍ଞ ଡାକ୍ତର ବିନୟ କୁମାର ପାଢ଼ୀ ଉପସ୍ଥିତ ରହି ଶିବିରକୁ ଉଦ୍ଘାଟନ କରିଥିଲେ । ଉପଜିଲ୍ଲାପାଳ ଶ୍ରୀ ଜେନା ଏ ପ୍ରକାରର ସ୍ବାସ୍ଥ୍ୟ ଶିବିର ତାଳଚେରରେ ପ୍ରଥମ ଥର ଏକ ସାମ୍ବାଦିକ ସଂଘଠନ ଆୟୋଜନ କରିବାରେ କେବଳ ତାଳଚେର ନୁହଁ ସମଗ୍ର ଓଡିଶାରେ ଏକ ଉଦାହରଣ ସୃଷ୍ଟି କରିଛି । ବିଭିନ୍ନ ଦାମୀ ଔଷଧ ମାଗଣାରେ ରୋଗୀ ମାନଙ୍କୁ ବିତରଣ କରିବା ଓ ବିଶେଷଜ୍ଞ ଡ଼ାକ୍ତର ମାନଙ୍କୁ ଆଣି ସେବା ଯୋଗାଇଥିବାରୁ ମୁଁ ବିଶେଷ ଆନନ୍ଦିତ । ତାଳଚେର ୱାର୍କିଂ ଜର୍ଣାଲିଷ୍ଟ ଆସୋସିଏସନର କାର୍ଯ୍ୟକର୍ତ୍ତା ଓ ସହଯୋଗୀମାନଙ୍କୁ ଉପଜିଲ୍ଲାପାଳ ଶ୍ରୀ ଜେନା ସାଧୁବାଦ ଜ୍ଞାପନ କରିଥିଲେ । ଏହି ଶିବିରରେ ୧୪୩ ଜଣ ବରିଷ୍ଠ ନାଗରିକ, ମହିଳା ଓ ବିଭିନ୍ନ ରୋଗରେ ପୀଡିତ ଥିବା ରୋଗୀ ଆସି ସ୍ୱାସ୍ଥ୍ୟ ପରୀକ୍ଷା କରି ଡାକ୍ତରଙ୍କ ପରାମର୍ଶ କ୍ରମେ ସେମାନଙ୍କର ଆବଶ୍ୟକ ଔଷଧ ମାଗଣାରେ ନେଇଥିଲେ।ଏହି ମେଗା ସ୍ବାସ୍ଥ୍ୟ ଶିବିରଟି ତାଳଚେର ୱାର୍କିଂ ଜର୍ଣାଲିଷ୍ଟସ ଆସୋସିଏସନ ଓ ଏମସିଏଲ ସହଭାଗିତାରେ ଅନୁଷ୍ଠିତ ହୋଇଥିଲା । ଏହି ଶିବିରକୁ ଆସିଥିବା ସମସ୍ତ ବ୍ୟକ୍ତିବିଶେଷଙ୍କର ଶରୀରର ତାପମାତ୍ରା,ଓଜନ, ପଲ୍ସ, ରକ୍ତଚାପ,ମଧୁମେହ ଆଦି ଉପଯୁକ୍ତ ଟେକନିସୀୟାନମାନଙ୍କ ଦ୍ବାରା ପରୀକ୍ଷା କରଯାଇଥିଲା । ଏହି କାର୍ଯ୍ୟକ୍ରମରେ ସଂଘର ସଭାପତି ମଦନ ମୋହନ ସାହୁ, ସାଧାରଣ ସମ୍ପାଦକ ସୌଭାଗ୍ୟ ଚନ୍ଦ୍ର ନାୟକ, ଉପଦେଷ୍ଟା ଧୀରମୋହନ ରାୟ, ଅଜୟ କୁମାର ନାୟକ,ଦେବାଶିଷ ପରିଡ଼ା,ସୌମିତ୍ର ସେନାପତି, ମନିଲ ମହାରଣା, ବିକାଶ ସାହୁ, ଶିଶିର କୁମାର ସାମଲ, ଦିଲ୍ଲୀପ ନାଏକ,ଜୁଲଫିକର ହୁସେନ,ନିରଞ୍ଜନ ସାମଲ, ରାଉତରାୟ ନାଏକ ସହଯୋଗ କରିଥିବା ବେଳେ ବାସୁଦେବ ପ୍ରଧାନ ଓ ରବୀନ୍ଦ୍ର ମହାରଣା ରୋଗୀମାନଙ୍କର ପଞ୍ଜିକରଣ ଦାଇତ୍ୱ ନିର୍ବାହ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ସମାଜ ସେବୀ କ୍ଷୀରୋଦଚନ୍ଦ୍ର ସାହୁ, ଗୌରବ ରାୟ, ମାନସ ରଞ୍ଜନ ସାହୁ, ଅସିତ୍ କୁମାର ସାହୁ, କରୁଣାକର ବାଇ, ଆସୁତୋସ ଦାସ୍ ଶିବିର ପରିଚାଳନାରେ ସହଯୋଗ କରିଥିଲେ।

Leave a Reply

Your email address will not be published. Required fields are marked *