ଝରୀଗାଁ ବ୍ଲକ ଗୋସେଇଁଦୋରା ଜଳପ୍ରପାତର ବିକାଶ ନିମନ୍ତେ ପଦକ୍ଷେପ
ଝରୀଗାଁ ବ୍ଲକ ଗୋସେଇଁଦୋରା ଜଳପ୍ରପାତର ବିକାଶ ନିମନ୍ତେ ପଦକ୍ଷେପ । ଗସ୍ତ କଲେ ଜିଲ୍ଲା ସଂସ୍କୃତି ଅଧିକାରୀ।
ନବରଙ୍ଗପୁର ( )ଝରୀଗାଁ ବ୍ଲକ କାର୍ଯ୍ୟାଳୟ ଠାରୁ 5 କିଲୋମିଟର ଦୂରରେ ଥିବା ଗୋସେଇଁଦୋରା ଜଳପ୍ରପାତକୁ ଗସ୍ତ କରିଛନ୍ତି ଜିଲ୍ଲା ସଂସ୍କୃତି ଅଧିକାରୀ ଶ୍ରୀ ଘାସିଆ ହରିଜନ । ଏହି ଜଳପ୍ରପାତର ବିକାଶ ନିମନ୍ତେ ଯୋଜନା ପ୍ରସ୍ତୁତି କରି ବିହୀତ ପଦକ୍ଷେପ ନିଆଯିବା ଏବଂ ପ୍ରକୃତିର ପ୍ରାକୃତିକ ସୌନ୍ଦର୍ଯ୍ୟ ମଧ୍ୟରେ ଅବସ୍ଥିତ ଏହି ଜଳପ୍ରପାତକୁ ଏକ ପର୍ଯ୍ୟଟନ ସ୍ଥଳୀ କରିବା ଦିଗରେ ଡିପିଆର ପ୍ରସ୍ତୁତ କରାଯାଇ ଅତିଶୀଘ୍ର ରାଜ୍ୟ ପର୍ଯ୍ୟଟନ ବିଭାଗକୁ ପ୍ରେରଣ କରାଯିବା ନେଇ ସେ ସୂଚନା ପ୍ରଦାନ କରିଛନ୍ତି। ଏହି ଭ୍ରମଣ ସମୟରେ ଅଧିକ୍ଷକ ଯନ୍ତ୍ରୀ କୋଟବାଡି ଶ୍ରୀ କ୍ଷୀରୋଧର କନ୍ଦପାଣି,ଯନ୍ତ୍ରୀ ମହାରଣା ସାର ଏବଂ ଗ୍ରାମବାସୀ ଉପସ୍ଥିତ ଥିଲେ ।
