ଶ୍ରମିକ କୃଷକ ସଂଘର୍ଷ ସମିତି କନ୍ଧମାଳ , ଓଡ଼ିଶା ମୁଖ୍ୟମନ୍ତ୍ରୀ ଙ୍କ ସକାଶେ ଜିଲ୍ଲାପାଳଙ୍କ ଜରିଆରେ ଦାବିପତ୍ର ।

କନ୍ଧମାଳ, ଫୁଲବାଣୀ ତା ୦୭/୧୧/୨୦୨୫ କନ୍ଧମାଳ ଜିଲ୍ଲା ଶ୍ରମିକ , କୃଷକ , ସଂଘର୍ଷ ସମିତିର ବହୁସଂଖ୍ୟ।ରେ ଶ୍ରମିକ, କୃଷକ, ଦୈନିକ ମଜୁରିଆ, ଖଟିଖିଆ ଆସି ମୁଖ୍ୟମନ୍ତ୍ରୀ ଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କୁ ଏକ ଦାବି ପତ୍ର ଦେଇଥିଲେ । ୨୦୨୪ ନିର୍ବାଚନରେ ସରକାର ଦେଇଥିବା ନିର୍ବାଚନୀ ପ୍ରତିଶ୍ରୁତି ପାଳନକରିନଥିବା, ଏବଂ ଶ୍ରମିକ କୃଷକ ଜୀବନ ଜୀବିକା ମୌଳିକ ସମସ୍ୟା ସମାଧାନ କରିବା ଯଥା-ଦେଶ ସ୍ବାଧୀନ ହେବାର ୭୯ ବର୍ଷ ହଇଯାଇଥିଲେସୁଦ୍ଧା ଗରିବ, ଖଟିଖିଆ, ଦିନମଜୁରିଆ କୁଲି ମୂଲିଆ, କ୍ଷେତ ମୂଲିଆ ,ନିର୍ମାଣ ଶ୍ରମିକ, ଅଣସଂଘଟିତ ଶ୍ରମିକ , ଭାଗଚାଷୀ, ନାମମାତ୍ର ଚାଷୀ ,କ୍ଷୁଦ୍ର ଚାଷୀ, ଓ ଚାଷୀମାନଙ୍କର ଜୀବନ ଜୀବିକା ଆଜି ବିପନ୍ନ ହୋଇପଡିଛି । ସବୁ କ୍ଷେତ୍ରରେ ଏମାନଙ୍କର ଜୀବନ ନାହିଁ ନାହିଁ ରେ ଯାଉଛି ।ସାମ୍ପ୍ରତିକ ରାଜ୍ୟ ଓ କେନ୍ଦ୍ର ସରକାର ନୀତି ଯୋଜନା ଓ ବ୍ୟବସ୍ଥ। । କମ୍ପାନୀ ପୁଞ୍ଜିବାଦୀ ବ୍ୟବସ୍ଥା । ଶ୍ରମିକ କୃଷକ ପ୍ରତି ଚରମ ଅବହେଳା ,ପ୍ରତାରଣା ,ପ୍ରବଞ୍ଜନ।ଓ ଶୋଷଣ କରି ଯୁଗେ ଯୁଗେ ମୌଳିକ ସୁବିଧାରୁ ଦୂରେଇ ରଖା ଯାଉଅଛି ।ଏହି ସକାଶେ ଆମ୍ଭେ ସରକାରଙ୍କ ପାଖରେ କିଛି ଦାବି ରଖିଆଛୁ ।,ଜାତି ଭିତ୍ତିକ ଜନଗଣନା ସଠିକ୍ ବା ତୁରନ୍ତ କରାଯାଉ । ବିଧବା, ବ।ର୍ଦ୍ଧକ୍ୟ ଭିନ୍ନକ୍ଷମ ଅବିବାହିତ ମହିଳା ମା ନଙ୍କୁ-୩୦୦୦ ଟଙ୍କା ପ୍ରଦାନ କରାଯାଉ । ପେସା ଆଇନ୍ କୁ ତୁରନ୍ତ କାର୍ଯ୍ୟକାରୀ କରାଯାଉ । ଗରିବ ମାନଙ୍କୁ ୫ କିଲୋ ଚାଉଳ ପରିବର୍ତ୍ତେ ୨୦ କିଲୋ ଚାଉଳ ମାସକୁ ପ୍ରଦାନ କରାଯାଉ । ମାସକୁ ୩୦୦ ୟୁନିଟ୍ ବିଜୁଳି ମାଗଣା ପ୍ରଦାନ କରାଯାଉ ।ଗ୍ରାମାଞ୍ଚଳରେ ପ୍ରତି ଗରିବ ଲୋକଙ୍କ ପକ୍କାଘର ୧,ଲକ୍ଷ୍ୟ ୩୦,୦୦୦ ରୁ ୧୦,୦୦୦ କାହା ସ୍ୱାର୍ଥରେ କଟା ଯାଉଛି ଓ ବଜାର ଦର ଆକାଶଛୁଆଁ ହେତୁ ଉକ୍ତ ଘର ମୂଲ୍ୟ ୭ଲକ୍ଷ୍ୟ କରାଯାଉ ।

ଭୂମିହୀନଙ୍କୁ ପଟ୍ଟା ଓ ପକ୍କା ଘର ପ୍ରଦାନ କରାଯାଉ ।ପ୍ରତ୍ୟେକ ଜମିକୁ ଜଳ ସେଚନ କରାଯାଉ ।ପ୍ରତ୍ୟେକ ପଞ୍ଚାୟତ ସମିତିରେ ଶୀତଳ ଭଣ୍ଡାର କରାଯାଉ । କୃଷକ ଉତ୍ପାଦନ କରୁଥିବା ଫସଲର ଉଚିତ୍ ମୂଲ୍ୟ ପ୍ରଦାନ କରାଯାଉ । ଆଇନର ଗ୍ୟାରେଣ୍ଟିକୁ ସୁନିଶ୍ଚିତ କରିବା ତଥା ସ୍ବାମୀନାଥ କମିଶନଙ୍କ ସୁପାରିଶକୁ ତୁରନ୍ତ ଲାଗୁ କରାଯାଉ । କୃଷକଙ୍କୁ କୃଷି ଋଣଛାଡ କରାଯାଉ ।ଶ୍ରମିକଙ୍କୁ ସରକାର ଘଷିତ ସର୍ବ ନିମ୍ନ ମଜୁରୀ -୪୬୨ ଟଙ୍କା ପ୍ରଦାନ କରାଯାଉ ।ଏହି ସବୁ ଦାବି ୧୫ ଦିନ ମଧ୍ୟରେ ପୁରାଣ ନ କଲେ ସଂଘ ର।ଜ ରାସ୍ତାକୁ ଓଲାହାଇବ ବଲି ସଂଘର କର୍ମକର୍ତ୍ତା ଓ ଆନ୍ଦୋଳନ ଜର ଜ।ର ମକରିବୁ ଵଲି ସଂଘ ତରଫରୁ ସରକାରଙ୍କୁ ଅନୁରୋଧ କରାଯାଇଥିଲା ।

Leave a Reply

Your email address will not be published. Required fields are marked *