୧୨୭ ବରିଷ୍ଠ ନାଗରିକ ତୀର୍ଥଯାତ୍ରାରେ ଯିବେ ଉଜୟିନୀ ଓମକାରେଶ୍ବର

ପୁରୀ ୮/୧୧ ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନାରେ ପୁରୀ ଜିଲ୍ଲାର ୧୨୭ ଜଣ ଯାତ୍ରୀ ଉଜୟିନୀ ଓ ଓମକାରେଶ୍ବର ଗସ୍ତରେ ଯିବେ।ସେମାନଙ୍କୁ ସହଯୋଗ ପାଇଁ ୪ ଜଣ ସହାୟକ ଅଧିକାରୀ ମଧ୍ୟ ସେମାନଙ୍କ ସହ ଯିବେ ବୋଲି ଅତିରିକ୍ତ ଜିଲ୍ଲାପାଳ ପ୍ରୋଟୋକଲ ନିଳମାଧବ ଭୋଇ ସୂଚନା ଦେଇଛନ୍ତି।ଆଜି ଅପରାହ୍ନ ରେ ସର୍କିଟ ହାଉସ ଠାରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଭୋଇଙ୍କ ଅଧ୍ୟକ୍ଷତାରେ ବରିଷ୍ଠ ତୀର୍ଥଯାତ୍ରାରେ ଯିବା ବ୍ୟବସ୍ଥା ସମ୍ପର୍କରେ ଆଲୋଚନା କରାଯାଇଥିଲା।ସମସ୍ତଙ୍କୁ ସ୍ବାଗତ କରି ପର୍ଯ୍ୟଟନ ସହକାରୀ ନିର୍ଦ୍ଦେଶକ ସରୋଜ କାନ୍ତ ପ୍ରଧାନ ଅନଲାଇନ ମାଧ୍ୟମରେ କେବଳ ଆବେଦନ ଆହ୍ୱାନ କରାଯାଇଥିଲା। ପ୍ରଥମ ପର୍ଯ୍ୟାୟରେ ୧୨୭ ଜଣ ଅଯୋଧ୍ୟା ଓ ବାରାଣସୀ ପରିଭ୍ରମଣ କରି ଶୃଙ୍ଖଳିତ ଭାବେ ଫେରି ଆସିଛନ୍ତି ବୋଲି ସେ ସୂଚନା ଦେଇଥିଲେ।ନିୟମ ଅନୁସାରେ ଅନଲାଇନ ମାଧ୍ୟମରେ ମିଳିଥିବା ଆବେଦନ ପତ୍ର କୁ ଯାଞ୍ଚ କରାଯାଇଥାଏ।ଏହି ଆବେଦନକାରୀ ଙ୍କୁ ଇ-ରାଣ୍ଡେମାଇଜେସନ ବା କମ୍ପ୍ୟୁଟର ଲଟେରୀ ପ୍ରକ୍ରିୟା ଅନୁସାରେ ଚିହ୍ନଟ କରାଯାଇ ଦୁଇଟି ପର୍ଯ୍ୟାୟରେ ତୀର୍ଥଯାତ୍ରା ପାଇଁ ପ୍ରେରଣ କରାଯାଇଥାଏ।ପ୍ରଥମ ପର୍ଯ୍ୟାୟ ତୀର୍ଥଯାତ୍ରୀ ଯାତ୍ରା ସାରି ଫେରି ଆସିଛନ୍ତି। ଏବେ ଦ୍ବିତୀୟ ପର୍ଯ୍ୟାୟ ପାଇଁ ରାଣ୍ଡେମାଇଜେସନ ରେ ଯୋଗ୍ୟ ତୀର୍ଥଯାତ୍ରୀ ଙ୍କୁ ଚିହ୍ନଟ କରାଯାଇଛି। ପର୍ଯ୍ୟଟନ ବିଭାଗ ପକ୍ଷରୁ ସେମାନ ଙ୍କୁ ବିସ୍ତୃତ ସୂଚନା ଦିଆଯିବ।ସେମାନେ ନଭେମ୍ବର ୨୫ ରୁ ନଭେମ୍ବର ୩୦ ପର୍ଯ୍ୟନ୍ତ ଭ୍ରମଣରେ ଯିବେ।ତେବେ ଲଟେରୀ ମାଧ୍ୟମରେ ଯୋଗ୍ଯ ବିବେଚିତ ହୋଇଥିବା ତୀର୍ଥଯାତ୍ରୀ ଙ୍କୁ ୨୪ ତାରିଖରେ ପର୍ଯ୍ୟଟନ କାର୍ଯ୍ୟାଳୟ ରେ ପହଞ୍ଚିବାକୁ ଅନୁରୋଧ କରାଯିବ।

ପରେ ସେମାନଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରାଯିବା ସହ ସେମାନଙ୍କୁ ସ୍ବତନ୍ତ୍ର ଗାଡ଼ିରେ ଭୁବନେଶ୍ୱର ପଠାଯିବ।ଭୁବନେଶ୍ୱର ରୁ ସେମାନେ ୨୫ ତାରିଖ ରୁ ଯାତ୍ରା ଆରମ୍ଭ କରିବେ।ଯଦି ଯୋଗ୍ୟ ବିବେଚିତ ଙ୍କ ମଧ୍ୟରୁ କୌଣସି ସମସ୍ୟା ପାଇଁ ଯାତ୍ରୀ ନ ଯାଇ ପାରନ୍ତି ତେବେ ରାଣ୍ଡମାଇଜେସନ ମାଧ୍ୟମରେ ଚୟନ ହୋଇଥିବା ଅପେକ୍ଷା ତାଲିକାରୁ ଯାତ୍ରୀ ଙ୍କୁ ଗ୍ରହଣ କରାଯାଇ ତୀର୍ଥଯାତ୍ରା ରେ ପଠାଯିବ।ଏହି ବୈଠକରେ ଅତିରିକ୍ତ ଜିଲ୍ଲା ମୁଖ୍ୟ ସ୍ବାସ୍ଥ୍ୟ ଅଧିକାରୀ ଡା ବିନୋଦ ରଥ,ସୂଚନା ଓ ଲୋକ ସମ୍ପର୍କ ଉପ ନିର୍ଦ୍ଦେଶକ ସନ୍ତୋଷ କୁମାର ସେଠୀ, ଜିଲ୍ଲା ମଙ୍ଗଳ ଅଧିକାରୀ ମମତାରାଣୀ ପରିଡା, ଅତିରିକ୍ତ ପରିବହନ ଅଧିକାରୀ ଦେବାଶିଷ ପଣ୍ଡା,ପ୍ରୋଗ୍ରାମ ଅଫିସର ସୁହାଗୀ ହେମ୍ବ୍ରମ,ଅନ୍ୟାନ୍ୟ ଜିଲ୍ଲା ସ୍ତରୀୟ ଅଧିକାରୀ ଓ ପର୍ଯ୍ୟଟନ କର୍ମଚାରୀ ପ୍ରମୁଖ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *