ବୁଦ୍ଧମନ୍ଦିର ପୁରୀ ଠାରେ “ବୋଧିଚକ୍ର ” ତରଫରୁ ମାସିକ ଆଲୋଚନା ଚକ୍ର”

ଶୀଳ ଯୁକ୍ତ ଜୀବନ ଚର୍ଯା ହିଁ ମାନବ ଜୀବନ l ବୁଦ୍ଧମନ୍ଦିର ପୁରୀ ଠାରେ “ବୋଧିଚକ୍ର ” ତରଫରୁ ମାସିକ ଆଲୋଚନା ଚକ୍ର” ଶୀଳଯୁକ୍ତ ଜୀବନ ଚର୍ଯ୍ୟl’ ସମ୍ପର୍କରେ ସଭାପତି ଇଂଜିନିୟର ଗିରିଜା ଶଙ୍କର ପାଢ଼ୀଙ୍କର ଅଧ୍ୟକ୍ଷତାରେ ଏକ ସଭା ଅନୁଷ୍ଠିତହୋଇ ଯାଇଅଛି lପ୍ରାରମ୍ଭରେ କବି ଶଙ୍କର୍ଷଣ ପରିଡା ଓ କବି ହରେ କୃଷ୍ଣପ୍ରଧାନୀଙ୍କ ବିୟୋଗରେ ନୀରବ ପ୍ରାର୍ଥନା ସହ ବୁଦ୍ଧ ବନ୍ଦନା କରାଯାଇଥିଲା l ସଭାପତି କହିଲେ,ଶୀଳଯୁକ୍ତ ଜୀବନ ଚର୍ଯାରେ ଆଚରଣ, ଉଚ୍ଚlରଣ, ସମାଧି, ପ୍ରଜ୍ଞl ସହ ସୁଦ୍ଧପୁତ ଜୀବନ ଯାପନର ହିଁ ମୋକ୍ଷ l ଉପସଭାପତି ଆଧ୍ୟାପକ ଡ. ବଳରାମ ଦାଶ ଶୀଳଯୁକ୍ତ ଜୀବନହିଁ ମାନବ ଜୀବନ l ଏହା ସେବା, ତ୍ୟାଗ, ସମର୍ପଣ ଓ ସଂଯମତା ଦ୍ୱାରାହିଁ ସମ୍ଭବ ବୋଲି ମତ ପ୍ରକlଶ କରିଥିଲେ l

ଅନ୍ୟମାନଙ୍କ ମଧ୍ୟରେ ବାସୁଦେବ ସାହୁ, ସମାଜ ସେବୀ ପୂର୍ଣ୍ଣ ଚନ୍ଦ୍ର ସାହୁ, ଅଧ୍ୟାପକ ଦେବରାଜ ପ୍ରଧାନ, ଅଶୋକ କୁମାର ଅଢିୟ, ବିଶ୍ୱନାଥ ମିଶ୍ର, ସlରଙ୍ଗଧର ସଢଙ୍ଗୀ, ପଣ୍ଡିତ ପ୍ରମୋଦ କୁମାର ଦାଶ,ଆଲୋଚନା ଚକ୍ରରେ ଅଂଶଗ୍ରହଣ କରି ବୌଦ୍ଧ ଦର୍ଶନ, ମୁକ୍ତି,ଓ ଏହାର ସାମାଜିକ ଆବଶ୍ୟକତା ସମର୍କରେ ଆଲୋଚନା କରିଥିଲେ l କୋଟେଶ ଚନ୍ଦ୍ର ପାତ୍ର, ରଂଜିତା ମହାପାତ୍ର, ସୁନ୍ଦନ୍ଦା ମିଶ୍ର ପଦ୍ମିନୀ ପାତ୍ର, ରୀନା ପାତ୍ର ଉପସ୍ଥିତ ଥିଲେ l ଉମେଶ ଚନ୍ଦ୍ର ପାତ୍ର ଧନ୍ୟବାଦ ପ୍ରଦାନ କରିଥିଲେ l

Leave a Reply

Your email address will not be published. Required fields are marked *