୫୦ବର୍ଷ ପୂର୍ତ୍ତି ଅପେକ୍ଷାରେ ପୁରୁଷୋତ୍ତମପୁର ଅମୂଣିଆ ସାହି ର କାର୍ତ୍ତିକ ପୂଜା

ପୁରୁଷୋତ୍ତମପୁର – ସହରର ମଧ୍ୟ ଭାଗରେ ଅବସ୍ଥିତ ଅମୂଣିଆ ସାହି ରେ ଆଜକୁ ଦୀର୍ଘ ୪୭ବର୍ଷ ହେଲା ଶ୍ରୀ କାର୍ତ୍ତିକେଶ୍ୱର ଙ୍କ ପୂଜା ବହୁ ବାଧା ବିଘ୍ନ କୁ ଖାତିର ନ କରି ମହା ଆଡମ୍ବର ସହକାରେ ସାହି ବାସିନ୍ଦା ମାନେ କରି ଆସୁଛନ୍ତି l ଏପରିକି ମହାବାତ୍ୟା ର ଦୁର୍ଦ୍ଦିନ ସମୟରେ ମଧ୍ୟ ସାହିର ସେହି ସମୟର ଯୁବକ ମାନେ ଏକମନ ହୋଇ ଶ୍ରୀ କାର୍ତ୍ତିକେଶ୍ୱର ଙ୍କୁ ସାହି ମଧ୍ୟରେ ବିରାଜ ମାନ କରାଇଥିଲେ l ସଦସ୍ୟ ମାନଙ୍କ ମତରେ ସେପରି ଏକ ସମୟରେ ଆମ୍ଭେ କିପରି ପୂଜା ସୁରୁଖୁରୁରେ କରିଥିଲୁ ଆମେ ଭାବି ପାରୁନୁ l ସେମାନଙ୍କ ମଧ୍ୟରୁ କୃଷ୍ଣ ଚନ୍ଦ୍ର ଦାଶ, ରବୀନ୍ଦ୍ର କୁମାର ଦାଶ, ନିଆଞ୍ଚଳ ଦାଶ,ବଂଶୀଧର ଭୁକ୍ତା,ରବୀନ୍ଦ୍ର କୁମାର ପାଣିଗ୍ରାହୀ,ଅବନୀ ରାଉଳ ଏହି ବ୍ୟକ୍ତି ମାନେ ବର୍ତମାନ ସମୟ ଅଭାବ ସତ୍ୱେ ସେମାନେ ନୂତନ ପିଢ଼ିର ଯୁବକ ମାନଙ୍କୁ ସାହାଯ୍ୟ ସହଯୋଗ କରି ପୂଜା କୁ ଆଗକୁ ନେବାକୁ ପ୍ରେରଣା ଦେଉଛନ୍ତି l ବର୍ତମାନ ର ଯୁବକ ମାନେ ପୁରାତନ ସଦସ୍ୟ ଙ୍କ ଅଭିଜ୍ଞ୍ୟତା କୁ ପୁଞ୍ଜି କରି ପୂଜାକୁ ସୁଚାରୁ ରୂପେ କରୁଛନ୍ତି l ମୁଖ୍ୟତଃ ବିଶ୍ୱଭୂଷଣ ମହାପାତ୍ର, ଶ୍ୟାମ ସୁନ୍ଦର ଭୁକ୍ତା, କାହ୍ନୁଚରଣ ମହାପାତ୍ର, ଚକ୍ରପାଣି ସାହୁ ଓ ସାହି ର ଅନ୍ୟ ସଦସ୍ୟ ମାନଙ୍କ ବଳିଷ୍ଠ ଚେଷ୍ଟା ରେ ପୂଜା କରୁଛନ୍ତି l ଠିକ ସେହିପରି ନୂତନ ଭାବେ ଚାଙ୍ଗୁ ଡିଆ ପଦର ସାହିର ଅଜୟ ବେହେରା, ବଣ୍ଟି ବେହେରା ତୋଫାନ ଗୌଡ଼, ସୁଧାଂଶୁ ଗୌଡ଼, ଦୀପକ ବେହେରା, ଜିତେନ୍ଦ୍ର ଗୌଡ଼, ଜାଗା ଗୌଡ଼, ଶମ୍ଭୁ ଗୌଡ଼, ଓ ମିଥୁନ ଗୌଡ଼ ଙ୍କ ଚେଷ୍ଟା ରେ ଶ୍ରୀ କାର୍ତ୍ତିକେଶ୍ୱର ଙ୍କ ପୂଜାକୁ ଆଗକୁ ନେବାକୁ ଅଣ୍ଟା ଭିଡ଼ିଛନ୍ତି l

Leave a Reply

Your email address will not be published. Required fields are marked *