ସଂସାର ରେ ଯଜ୍ଞ ହିଁ ଶ୍ରେଷ୍ଠ।
ରଘୁନାଥପୁର -ତା ୯:୧୧:- ଜଗତସିଂହପୁର ଜିଲ୍ଲା ରଘୁନାଥପୁର ବ୍ଲକ ଅନ୍ତର୍ଗତ ଗୋଠିଣା ସ୍ଥିତ ମାଁ ଜୟନାରାୟଣୀ ପିଠ ରେ ରବିବାର ଅପରାହ୍ନ ୪ଘଟିକା ସମୟରେ ଆର୍ଯ୍ୟ ସମାଜ ଜଗତସିଂହପୁର ଆନୁକୂଲ୍ୟରେ ଯଜ୍ଞ ଓ ବୈଦିକ ସତ୍ ସଙ୍ଗ ଅନୁଷ୍ଠିତ ହୋଇଯାଇଅଛି । ଏହି କାର୍ଯ୍ୟକ୍ରମ ରେ ଜଗତସିଂହପୁର ଜିଲ୍ଲାର ଆର୍ଯ୍ୟ ସମାଜ ସଦସ୍ୟ ସନାତନ ବେହେରା ଙ୍କ ପୋୖରହିତ ରେ ଶିବ ଚରଣ ମହାପାତ୍ର ଯଜ୍ଞ ରେ ଆହୁତି ଦେଇଥିବା ବେଳେ ଏହି କାର୍ଯ୍ୟକ୍ରମ ରେ ଅବସର ପ୍ରାପ୍ତ ଜୀବନ ବୀମା ଅଧିକାରୀ ଓ ସମାଜସେବୀ ଅଜୟ କୁମାର ନାୟକ ସହଯୋଗ କରିଥିବାବେଳେ ଅନ୍ୟ ମାନଙ୍କ ମଧ୍ୟରେ କିଶୋର ଚନ୍ଦ୍ର ସାହୁ, ଲିଂଗ ରାଜ ମିଶ୍ର, ପ୍ରେମାନନ୍ଦ ସେଠି, ବିଭୁଦତ୍ଥ ଦାସ, ରାଜିବ ଲୋଚନ ସ୍ବାଇଁ, ଅବସରପ୍ରାପ୍ତ ଶିକ୍ଷକ ପ୍ରଭାକର ନାଏକ ଓ ଗୋଠିଣା ଗ୍ରାମ ବାସି ଉପସ୍ଥିତ ଥିଲେ।
