ସାଂସଦ କ୍ରୀଡା ମହୋତ୍ସବ ଉଦଘାଟିତ
କାମାକ୍ଷାନଗର, ଆଙ୍କର-କାମାକ୍ଷାନଗର ସ୍ଥିତ ସାରଙ୍ଗଧର ଷ୍ଟାଡିୟମ ପରିସରରେ ସାଂସଦ କ୍ରୀଡା ମହୋତ୍ସବ ଉଦଘାଟିତ ହୋଇଯାଇଛି l ବିକାଶ ଫାଉଣ୍ଡେସନ ପକ୍ଷରୁ ଆୟୋଜିତ ସାଂସଦ କ୍ରୀଡା ମହୋତ୍ସବରେ ସାଂସଦ ରୁଦ୍ରନାରାୟଣ ପାଣି ଯୋଗଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଙ୍କ ଦ୍ୱାରା କ୍ରୀଡାର ଉର୍ନତୀ ସକାଶେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଥିବାର ପ୍ରକାଶ କରିଥିଲେ l ବିକାଶ ଫାଉଣ୍ଡେସନ ର ଅଧ୍ୟକ୍ଷା ମୁଦୁଳା ଠାକୁର ପ୍ରଧାନ ପ୍ରଧାନମନ୍ତ୍ରୀ ଗତ ୧୪ ମସିହା ପରଠାରୁ କ୍ରୀଡାର ଉର୍ନତୀ ସକାଶେ ବିଭିର୍ନ୍ନ ପଦକ୍ଷେପ ନେଉଥିବା ବେଳେ ଏବେ ଗ୍ରାମାଞ୍ଚଳରେ ରହିଥିବା ଲୁକ୍କାୟିତ ପ୍ରତିଭା ର ପରିପ୍ରକାଶ ଘଟିବାରେ ସହାୟକ ହୋଇପାରିବ ବୋଲି ସୂଚନା ଦେଇ କବାଡି,ଖୋ ଖୋ, ଭଲିବଲ ଆଦି କ୍ରୀଡା ଅନ୍ତର୍ଭୁକ୍ତ ହୋଇଥିବା ସହିତ ଲୁକ୍କାୟିତ ଅବସ୍ଥାରେ ଥିବା ଲୋକ କ୍ରୀଡା ମଧ୍ୟ ଏଥିରେ ସ୍ଥାନ ପାଇବ ବୋଲି ପ୍ରକାଶ କରିଥିଲେ l ପରଜଙ୍ଗ ବିଧାୟକ ବିଭୁତି ଭୂଷଣ ପ୍ରଧାନ, ହିନ୍ଦୋଳ ବିଧାୟକ ସୀମାରାଣୀ ନାୟକ, କାମାକ୍ଷାନଗର ବିଧାୟକ ଶତ୍ରୁଘ୍ନ ଜେନା, ଜିଲ୍ଲାପାଳ ଆଶିଷ ଈଶ୍ୱର ପାଟିଲ, ଢେଙ୍କାନାଳ ପୌରାଧକ୍ଷା ଜୟନ୍ତୀ ପାତ୍ର, ଜିଲ୍ଲା ବିଜେପି ସଭାପତି ରାସବିହାରୀ ବେହେରା ପ୍ରମୁଖ ଉପସ୍ଥିତ ଥିଲେ l ପରେ ବିଭିର୍ନ୍ନ ବିଦ୍ୟାଳୟରୁ ଆସିଥିବା ବାଳକ ବାଳିକା ମାନଙ୍କ ମଧ୍ୟରେ କ୍ରୀଡା ପ୍ରତିଯୋଗିତା ଆରମ୍ଭ ହୋଇଥିଲା l
