ଅସାମାଜିକ ଲୋକଙ୍କ ଆଡ୍ଡା ସ୍ଥଳ ପାଲଟିଛି ମଦରସନ୍ସ ହାର୍ଡକୋ କାରଖାନା।

ବଡ଼ଚଣା: ଯାଜପୁର ଜିଲ୍ଲା ବଡଚଣା ବ୍ଲକ ଚଣ୍ଡିତଳ ପଞ୍ଚାୟତ ଅନ୍ତର୍ଗତ ଗୁଣ୍ଠୁଣୀ (ଚଣ୍ଡିତଳ) ସ୍ଥିତ ପୂର୍ବରୁ ଥିବା ନାମ ହନୁମାନ ହାର୍ଡକୋ ଏବେ ନୂତନ ଭାବେ ନାମିତ ହୋଇଥିବା ମଦରସନ୍ସ କନସୋଲିଡେଟ୍ କୋଇଲା କାରଖାନା ପ୍ରଦୂଷଣ ନିୟମକୁ ସମ୍ପୁର୍ଣ୍ଣ ଭାବେ ଅଣଦେଖା କରି କୋଇଲା ଗୁଣ୍ଡକୁ ଖଣ୍ଡ କୋଇଲାରେ ଓ ଖଣ୍ଡ କୋଇଲାକୁ ସ୍କ୍ରିନିଂ ଗୁଣ୍ଡରେ ପରିଣତ ରାଜ୍ୟର ବିଭିନ୍ନ ଜିଲ୍ଲା ସହ ରାଜ୍ୟ ବାହାରକୁ ପରିବହନ କରିଅଛି।ରାଜ୍ୟ ସରକାର ପରିବର୍ତ୍ତନ ହେବାପରେ ପ୍ରାୟତଃ ସମସ୍ତ ବିଭାଗରେ ନବ କଳେବରହୋଇ ସାରିଛି।କିନ୍ତୁ ବର୍ତ୍ତମାନ ଦେଖିବାକୁ ମିଳିଛି କି ନବ କଳେବର ପରେ ଦାଇତ୍ୱରେ ଥିବା ଅଧିକାରୀ ମାନେ ନିଜର କାର୍ଯ୍ୟ ସଠିକ୍ ଭାବରେ ସମ୍ପାଦନ କରିବା ଦିଗରେ ବିଫଳ ହୋଇଛନ୍ତି ଯାହାର ଅନେକ ଉଦାହରଣ ରହିଛି।ଏହି ବିଭାଗର ଅଧିକାରୀ ମାନେ ନିଜର କାର୍ଯ୍ୟକୁ ସଠିକ ଭାବରେ ସମ୍ପାଦନ କରୁ ନ ଥିବା ପରିଲକ୍ଷିତ ହୋଇଛି।ଗୁଣ୍ଠୁଣୀ (ଚଣ୍ଡିତଳ) ଠାରେ ଖାତା ନଂ ୨୧୪/୬,ପ୍ଲଟ ନଂ ୧୩୧ ରେ ଗଢ଼ା ହୋଇଥିବା ମଦରସନ୍ସ ହାର୍ଡକୋ କୋଇଲା କାରଖାନା ନିଜର ବ୍ୟର୍ଜ୍ୟ ବସ୍ତୁ ଓ ବିଷାକ୍ତ ଧୂଆଁ ଜଳରେ ମିଶି ବଡଚଣା ଅଞ୍ଚଳର ଜଳକୁ ଦୂଷିତ କରିବା ସହ ପରିବେଶକୁ ସମ୍ପୂର୍ଣ ଭାବେ ପ୍ରଦୂଷିତ କରୁଥିବା ବେଳେ ଅଧିକାରୀ ମାନେ ଏହା ଜାଣି ସୁଦ୍ଧା କୁମ୍ଭକର୍ଣ ନିଦ୍ରାରେ ଶୋଇ ପଡିଥିବା ଭଳି ମନେ ହେଉଛି।ମଦରସନ୍ସ କୋଇଲା କାରଖାନା ଦିନରାତି ତାର ଉତ୍ପାଦନ ବୃଦ୍ଧି କରି ଜଳ ଓ ବାୟୁ ମଣ୍ଡଳ ପ୍ରଦୂଷଣ କରୁଥିବା ବେଳେ ବାରମ୍ବାର ପ୍ରଦୂଷଣ ନିୟନ୍ତ୍ରଣ ବିଭାଗର ଅଧିକାରୀଙ୍କୁ ଅବଗତ କରାଯାଉଥିଲେ ମଧ୍ୟ କିଛି ସୁଫଳ ମିଳୁନି।ପ୍ରଦୂଷଣ ନିୟନ୍ତ୍ରଣ ବିଭାଗ ଅଧିକାରୀଙ୍କୁ ଯୋଗାଯୋଗ କଲାପରେ ଅଧିକାରୀଙ୍କ କହିବା ଅନୁଯାୟୀ ମଦରସନ୍ସ ଅଧିକାରୀ ଙ୍କ ଅନୁପସ୍ଥିତିରେ ତାଙ୍କ (ମ୍ୟାନେଜର) ପ୍ରଦୂଷଣ ନିୟନ୍ତ୍ରଣ ଅଧିକାରୀଙ୍କୁ ଅବଗତ କରିଛନ୍ତି କି ଇଲେକ୍ଟ୍ରିକ୍ ଲାଇନ କଟିଗଲା ପରେ ୫ ମିନିଟ୍ ପାଇଁ ବିଷାକ୍ତ ଧୂଆଁ ବାହାରୁଛି ଯାହାକି ସମ୍ପୂର୍ଣ୍ଣ ମିଥ୍ୟା ଅଟେ।ଏହି କାରଖାନାରେ ୩ ଶହ ପାଖାପାଖି ଲୋକ କାର୍ଯ୍ୟ କରୁଛନ୍ତି।ସେମାନେ କାମ କଲାବେଳେ ସେମାନଙ୍କ ନିରାପତା ପାଇଁ ସେମାନଙ୍କୁ ନିରାପତ୍ତା ସରଞ୍ଜାମ ପ୍ରଦାନ କରାଯାଉ ନଥିବା କେତେକ ଶ୍ରମିକ ନିଜର ନାମ ଗୋପନ ରଖି ପ୍ରକାଶ କରିଛନ୍ତି।ପ୍ରତିଦିନ ୫୦ ରୁ ୬୦ ଭାରିଯାନ ଏହି ଗ୍ରାମ୍ୟ ରାସ୍ତାଦେଇ କୋଇଲା ପରିବହନ କରୁଥିବାରୁ ଗ୍ରାମର ମୁଖ୍ୟ ରାସ୍ତା ଖୁବ୍ କମ୍ ଦିନ ମଧ୍ୟରେ ନଷ୍ଟ ହୋଇ ଖାଲ ଖମାରେ ପରିଣତ ହେବା ଯୋଗୁ ବହୁ ସମୟରେ ଦୁର୍ଘଟଣା ଘଟୁଛି।ଚଣ୍ଡିତଳ ଗ୍ରାମର ମୁଖ୍ୟ ରାସ୍ତା ପାର୍ଶ୍ଵରେ ବିଦ୍ୟାଳୟ ରହିଥିବାରୁ ସ୍କୁଲରେ ପିଲାମାନେ ଅଧ୍ୟୟନ କରୁଥିବା ବେଳେ ଭାରିଯାନ ଗୁଡିକର ଯାତାୟାତ ଯୋଗୁ ପିଲାଙ୍କ ପାଠ ପଢ଼ାରେ ବ୍ୟାଘାତ ସୃଷ୍ଟି ହେଉଛି ଓ ପିଲାମାନେ ଟିକେ ଅସାବଧାନ ହେଲେ କେତେବେଳେ ଯେ ତାଙ୍କର ଜୀବନ ଚାଲିଯିବ କେହି କହିପାରିବେ ନାହିଁ ଯାହାକି ଅତ୍ୟନ୍ତ ସ୍ପର୍ଶକାତର ବିଷୟ।ଏହି କୋଇଲା କାରଖାନା ପାଇଁ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ପକ୍ଷରୁ କିଛି ପ୍ରମାଣ ପତ୍ର ତାଙ୍କୁ ପ୍ରଦାନ କରାଯାଇଛି କି ତାହା ସନ୍ଦେହ ଘେରରେ।ଆହୁରି ଏକ ସଙ୍ଗୀନ ଘଟଣା ହେଉଛି ଜଳ।ସରକାରଙ୍କ ପକ୍ଷରୁ ନୀତି ନିର୍ଦ୍ଦେଶ ରହିଛି ଯଦି କୌଣସି କମ୍ପାନୀ ବା କାରଖାନା ମାଲିକ ନିଜର କାରଖାନା ପ୍ରତିଷ୍ଠା କରି ତାକୁ କାର୍ଯ୍ୟକାରୀ କରିବା ପାଇଁ ସେ ଜଳର ଆବଶ୍ୟକତା ଅନୁଭବ କରନ୍ତି ତେବେ ସେହି କମ୍ପାନୀ ବା କାରଖାନା ମାଲିକ କୌଣସି ଜଳ ଉତ୍ସରୁ ଜଳ ଆଣି କାରଖାନା ଚଳାଇ ପାରିବେ।

ବିନା ନିର୍ଦ୍ଦେଶରେ କୌଣସି କାରଖାନା କତ୍ତୃପକ୍ଷ ଭୂତଳ ଜଳ ବ୍ୟବହାର କରିପାରିବେ ନାହିଁ।ଭୂତଳ ଜଳ ଉତ୍ତୋଳନ କରି କାରଖାନା ଚଳାଇବାକୁ ହେଲେ ସରକାରୀ ମଞ୍ଜୁରୀ ମିଳିବା ଆବଶ୍ୟକ।ସରକାରୀ ମଞ୍ଜୁରୀ ମିଳିଲା ପରେ କାରଖାନା ମାଲିକ ଗଭୀର ନଳକୂପ ଖନନ କରି ଚାହିଦା ମୁତାବକ ଜଳ ଖର୍ଚ୍ଚ କରି ନିୟମ ଅନୁଯାୟୀ ସରକାରଙ୍କୁ ଟିକସ ପୈଠ କରିବାକୁ ପଡିଥାଏ।କିନ୍ତୁ ଯାହା ଶୁଣିବାକୁ ମିଳିଛି ମଦରସନ୍ସ କୋଇଲା କାରଖାନା ନିଜର ଜମିର ପରିମାଣ ଠାରୁ ଢେର୍ ଅଧିକ ସରକାରୀ ଜମିକୁ ପ୍ରାଚୀର ମାଧ୍ୟମରେ ଜବର ଦଖଲ କରି ତାହା ଭିତରେ ଦୁଇଟି ଗଭୀର ନଳକୂପ ଖନନ କରି ଜଳ ବ୍ୟବହାର କରି ସରକାରଙ୍କୁ ଟିକସ ଫାଙ୍କୁଛନ୍ତି ଯାହାକି ଗହୀର୍ତ୍ତ ଅପରାଧ।ଯାହାଫଳରେକି ବଡଚଣା ଅଞ୍ଚଳରେ ଭୂତଳ ଜଳସ୍ତର ଦିନକୁ ଦିନ ହ୍ରାସ ପାଇବାରେ ଲାଗିଛି ଓ ଖରା ଦିନରେ ସାଧରଣଲୋକଙ୍କ ନଳକୂପ ଓ ଗଭୀର ନଳକୂପ ଅଚଳାବସ୍ଥା ସୃଷ୍ଟି କରୁଛି। ଏହି କାରଖାନାରଏଭଳି ଅନିୟମିତତାକୁ ନେଇ ବାରମ୍ବାର ଅଭିଯୋଗ ହେଉଥିଲେ ମଧ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବିଭାଗ ପକ୍ଷରୁ କୌଣସି ପଦକ୍ଷେପ ଗ୍ରହଣ କରାଯାଉ ନାହିଁ ଯାହାକୁ ନେଇ ପ୍ରଦୂଷଣ ନିୟନ୍ତ୍ରଣ ବିଭାଗ ଅଧିକାରୀଙ୍କ ପାରିବା ପଣିଆ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି।ହେଲେ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବିଭାଗକୁ ମଧ୍ୟ ରାଷ୍ଟ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବିଭାଗ ପକ୍ଷରୁ ଏକ୍ସରେ ନିର୍ଦ୍ଦେଶ ଅଛିକି ବଡଚଣା ଅଞ୍ଚଳରେ ଥିବା କିଛି ନିର୍ଦ୍ଦିଷ୍ଟ କାରଖାନା ପ୍ରଦୂଷଣ ସୃଷ୍ଟିକରୁଥିବା ଅଭିଯୋଗକୁ ତୁରନ୍ତ ଅନୁଧ୍ୟାନ କରି ବିହୀତ ପଦକ୍ଷେପ ଗ୍ରହଣ କରିବା ପାଇଁ।କିନ୍ତୁ ବର୍ତ୍ତମାନ ସୁଦ୍ଧା ସେପରି କିଛି ଆଖି ଦୃଶିଆ ପଦକ୍ଷେପ ଗ୍ରହଣ କରାଯାଇ ନାହିଁ। ରାଜ୍ୟ ସରକାର ଏଥିପ୍ରତି ଦୃଷ୍ଟିଦେଇ ବଡଚଣା ସ୍ଥିତ କାରଖାନା ଗୁଡିକର ପ୍ରଦୂଷଣ ଉପରେ ପ୍ରଦୂଷଣ ନିୟନ୍ତ୍ରଣ ବିଭାଗ ବିହୀତ ପଦକ୍ଷେପ ଗ୍ରହଣ କରିବା ପାଇଁ ସାଧାରଣରେ ଦାବି ହେଉଛି।ଏତଦ୍ ବ୍ୟତୀତ ଦୀର୍ଘଦିନ ହେଲା ନିଜକୁ ସର୍ବେସର୍ବା ବୋଲାଉଥିବା ଜଣେ କର୍ମଚାରୀ କାରଖାନାକୁ ଢାଲ କରି ଧଳା ଜହର କାରବାର କରୁଥିବା ବହୁ ଲୋକ ନିଜ ନାମକୁ ଗୋପନ ରଖି ଅଭିଯୋଗ କରିଛନ୍ତି।କାରଖାନାରେ କାମ କରୁଥିବା ଲୋକଜଣକ ଗୁଣ୍ଡା ଶ୍ରେଣୀୟ ତଥା ଏକ ନିର୍ଦ୍ଦିଷ୍ଟ ରାଜନୈତିକ ଦଳର ଆଗଧାଡ଼ିର କର୍ମୀ ଓ ତାଙ୍କ ହାତରେ ବହୁ ଅସାମାଜିକ ଲୋକ ଥିବାରୁ ତାଙ୍କ ବିରୁଦ୍ଧରେ ସାଧାରଣ ଲୋକମାନେ ତୁଣ୍ଡ ଖୋଲିଲେ ମୁଣ୍ଡ ରହିବ ନାହିଁ ନ୍ୟାୟରେ ମୁଁହ ଖୋଲିବାକୁ ସାହସ କରୁ ନାଁହାନ୍ତି।ସପ୍ତାହରେ ଦିନେ ଦୁଇ ଦିନ ଏହି ଲୋକ ଜଣଙ୍କ ସହିତ ଅସାମାଜିକ ଯୁବକ ମାନଙ୍କ କାରଖାନା ଛକରେ ମଦ୍ୟ ପାନ ସହିତ ଆଡ୍ଡା ଜମିଥାଏ କେବଳ ମାତ୍ର ଅରାଜକତା ଓ ଲୋକମାନଙ୍କୁ ଭୟଭୀତ କରିବା ପାଇଁ। ସେହି ଲୋକ ଜଣକ କୁଆଡେ ରାତିରେ ତେଲିଗଡ଼, କଡେଇ ପୋଲ ଓ ବଡଚଣା ମାଝୀଗୌରୀ ମନ୍ଦିର ନିକଟରେ ଅସାମାଜିକ ଲୋକମାନଙ୍କୁ କରାୟତ କରି ଧଳା ଜହର କାରବାର କରୁଥିବା ଶୁଣିବାକୁ ମିଳୁଛି।ଏହି ଧଳା ଜହର ସେବନ କରି ବହୁ କମ ବର୍ଷର ପିଲାମାନେ ନିଜ ପରିବାରରେ ବିଶୃଙ୍ଖଳା ସୃଷ୍ଟି କରି ପଥଭ୍ରଷ୍ଟ ହେଉଥିବାର ବହୁ ନଜିର ରହିଛି।ଏହି ମାଫିଆ ବ୍ୟକ୍ତି ଜଣଙ୍କର ବଡଚଣା ଥାନା ଓ ଧାନମଣ୍ଡଳ ଫାଣ୍ଡି କର୍ମଚାରୀଙ୍କ ସହିତ କୁଆଡେ ଖୁବ୍ ନିବିଡ଼ ସମ୍ପର୍କ ରହିଥିବାର ଶୁଣିବାକୁ ମିଳିଛି।ଏଣୁ ଜିଲ୍ଲା ପୋଲିସ ସ୍କ୍ୱାର୍ଡ ଓ ଅବକାରୀ ବିଭାଗ ଘଟଣା ଉପରେ ତୀକ୍ଷ୍ଣ ନଜର ରଖି ପଦକ୍ଷେପ ଗ୍ରହଣ କଲେ ସତ୍ୟାସତ୍ୟ ଲୋକ ଲୋଚନକୁ ଆସିବ ଓ ନିଶାସକ୍ତ ହୋଇ ପଥଭ୍ରଷ୍ଟ ହେଉଥିବା ଯୁବକ ମାନେ ପୁନର୍ବାର ସମାଜର ମୁଖ୍ୟ ସ୍ରୋତରେ ସାମିଲ ହୋଇ ପାରିବେ।ଧର୍ମକୁ ଆଖିଠାର ମାରି ତଦନ୍ତ କଲେ ଧଳା ଜହରର କଳା ସାମ୍ରାଜ୍ୟ ହେଲେ ବଢିବ ସିନା, କମିବ ନାହିଁ।

Leave a Reply

Your email address will not be published. Required fields are marked *