ବିପଦ ସଂକୁଳ ଅବସ୍ଥାରେ କୁଟିକିଆ ଝୁଲା ବ୍ରିଜ୍ ।
ବିପଦ ସଂକୁଳ ଅବସ୍ଥାରେ କୁଟିକିଆ ଝୁଲା ବ୍ରିଜ୍ ।ମରାମତି ଆବଶ୍ୟକ । କନ୍ଧମାଳ ଜିଲ୍ଲା ବାଲିଗୁଡା ସବ ଡିଭିଜନ ର କୁଟିକିଆ ପଞ୍ଚାୟତ ର ବେଲି (ଝୋଲା ବ୍ରିଜ ) ବିପଦ ସଂକୁଳ ଅବସ୍ଥାରେ ଅଛି। ବ୍ରିଜ ର ନଟ ବୋଲ୍ଟ ଫିଟି ହଜିଗଲାଣି । ସପୋର୍ଟିଂ ଲୁହା ପ୍ଲେଟ ଘୁଂଚି ଗଲାଣି । ପ୍ଲେଟ ଯୋଡ଼େଇରେ ଫାଙ୍କ ଦୂଷିଲାଣି, କୁଟିକିଆ ନଦୀରେ ଦୀର୍ଘ ବର୍ଷ ପରେ ଲୋକଙ୍କର ଯାତାୟାତ ପାଇଁ ଏହି ଝୋଲା ବ୍ରିଜ ସ୍ଥାପିତ କରାଯାଇଥିଲା । ଜିଲ୍ଲାପାଳ କିସନ କୁମାର ଙ୍କ ସମୟରେ ଟେଂଡର ଯୋଗେ କଲିକତାରେ ନିର୍ମିତ ହୋଇଥିଲା ।୨୦୦୯ ରେ ସ୍ଥାପିତ ଏହି ବ୍ରିଜ ଟି ଦୁର୍ବଳ ହେବାରେ ଲାଗିଛି ।ଦୀର୍ଘ ୧ ୬ ବର୍ଷ ପରେ ମଧ୍ୟ୍ୟ ମରାମତି କରାଯାଇ ନଥିବାରୁ ବ୍ରିଜଟି ବିପଦ ସଂକୁଳ ଅବସ୍ଥା କୁ ଚାଲି ଆସିଲାଣି । ଦାରିଙ୍ଗବାଡି ର ସୀମନ ବାଡ଼ି ନିକଟର ବ୍ରିଜ ଓ ରାଇକିଆ ବ୍ରିଜର ମରାମତି କରାଯାଇଥିଲା । ତେବେ କୁଟିକିଆ ବ୍ରିଜ ର ଆବଶ୍ୟକ ମରାମତି ତୁରନ୍ତ କରାନଗଲେ ଯାତାୟାତ କରୁଥିବା ଲୋକ ଦୁର୍ଘଟଣା ଗ୍ରସ୍ତ ହେବେ ବୋଲି ଆଶଙ୍କା କରାଯାଉଛି ।.
