ଦକ୍ଷିଣ ପୁର୍ବ ରେଳପଥ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ବିଜ୍ଞାନ ମେଳା
ବ୍ରହ୍ମପୁର ,୧୨/୧୧ ; ବ୍ରହ୍ମପୁର ମହାନଗର ନିଗମ ଉତ୍କଳମଣି କ୍ଲଷ୍ଟର ଅଧିନରେ ଥିବା ବିଦ୍ୟାଳୟରେ ବାଲ ବୈଜ୍ଞାନିକ ପ୍ରଦର୍ଶନୀ ମଙ୍ଗଳବାର ଦିନ ଅନୁଷ୍ଠିତ ହୋଇଯାଇଛି। ଦକ୍ଷିଣ ପୁର୍ବ ରେଳପଥ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଅନୁଷ୍ଠିତ ବିଜ୍ଞାନ ମେଳାକୁ ପ୍ରଧାନଶିକ୍ଷୟତ୍ରୀ ଶ୍ରୀମତୀ ସୁଜତା କୁମାରୀଙ୍କ ତତ୍ବବଧାନରେ କାର୍ଯ୍ଯକ୍ରମ ଆରମ୍ଭ ହୋଇଥିବା ବେଳେ ସିଆରସିସି ମଧୁସ୍ମିତା ଦେବୀ ମୁଖ୍ୟଅତିଥି ରୂପେ ଯୋଗଦେଇ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ । ତତ୍ ସହିତ ଶିକ୍ଷାର୍ଥୀଙ୍କୁ ଏ ଉଦ୍ଧେଶ୍ୟ ସମ୍ପର୍କରେ ଆଲୋକପାତ କରି ବିଜ୍ଞାନ କୌଶଳ ଉପରେ ଅଧିକ ଧ୍ୟାନ ଦେବା ପାଇଁ ପରାମର୍ଶ ଦେଇଥିଲେ। ବିଚାରକ ରୂପେ ଶିକ୍ଷୟତ୍ରୀ ଗୀତାଞ୍ଜଳି ଯୋଗଦେଇ ପରିଦର୍ଶନ କରିଥିଲେ । ଆଜିର ଏହି ବିଜ୍ଞାନମେଳାରେ କୃତକାର୍ଯ୍ୟ ହୋଇଥିବା ଶିକ୍ଷାର୍ଥୀଙ୍କୁ ପ୍ରଥମ , ଦ୍ବିତୀୟ ଓ ତୃତୀୟ ସ୍ଥାନରେ ବ୍ଳକ ସ୍ତରକୁ ମନୋନୀତ କରାଯାଇଛି । ପ୍ରଧାନଶିକ୍ଷୟତ୍ରୀଙ୍କ ସଂଯୋଜନାରେ ଅନୁଷ୍ଠିତରେ ପୁରସ୍କାର ବିତରଣୀ ସଭାରେ ସିଆରସିସି ମଧୁସ୍ମିତା ଦେବୀ ପୁରସ୍କାର ବିତରଣ କରିଥିଲେ । ପ୍ରଧାନଶିକ୍ଷକଙ୍କ ସମେତ ସମସ୍ତ ଶିକ୍ଷାର୍ଥୀ ଏବଂ ଶିକ୍ଷକ ଶିକ୍ଷୟତ୍ରୀ ମାନେ ଉପସ୍ଥିତ ଥିଲେ।
