ଶ୍ରୀମନ୍ଦିର ଭକ୍ତ ନିବାସ କର୍ମଚାରୀଙ୍କ ବିକ୍ଷୋଭ
ଜଗନ୍ନାଥ ମନ୍ଦିରର କର୍ମ ଚାରୀ ନିୟୋଜନ ଆଉଟ୍ ସୋର୍ଶିଂ ସଂସ୍ଥା ହାତରେ। ଠିକା ରେ ନିଯୁକ୍ତି କରୁଛନ୍ତି। ମନଇଚ୍ଛା ଶୋଷଣ କରୁଛି ଠିକା ସଂସ୍ଥା। ପ୍ରତିବାଦ କଲେ ଛଟେଇ ର ଧମକ।୨୦୧୯ ମସିହାରୁ ଅଦ୍ୟାବଧି ବର୍ଦ୍ଧିତ ଦରମା ର ବକେୟା ପ୍ରାପ୍ୟ ପାଉନାହାନ୍ତି କର୍ମଚାରୀ। ଜୟକମଲ୍ କ୍ୟାଟରିଂ ସର୍ଭିସ୍ ବକେୟା ଦରମା,EPF,ESI ନ ଭରି ଛାଡ଼ି ଚାଲିଗଲା। ଶହ ଶହ କର୍ମଚାରୀଙ୍କ ଲକ୍ଷ ଲକ୍ଷ ଟଙ୍କା ନେ଼ଇ ଗାୟବ। ମନ୍ଦିର ପ୍ରଶାସକ ନିରବ। ଶ୍ରମ ଆଇନ କୁ ଖୋଲା ଖୋଲି ଉଲ୍ଲଂଘନ କରୁଛି ମନ୍ଦୀର ପ୍ରଶାସନ। ଏବେ ନୁଆ ଠିକା ସଂସ୍ଥା ଅଭିରାମ କେୟାର ଟେକିଂ ଆସି ୩୦ଦିନ ଦରମା ପାଉଥିବା କର୍ମ ଚାରି ଙ୍କୁ ୨୬ଦିନ ଦରମା ଦେବାରୁ ଶ୍ରୀମନ୍ଦିର ଭକ୍ତ ନିବାସ କର୍ମଚାରି ସଙ୍ଗ (ସି ଆଇ ଟି ୟୁ) ର ସମସ୍ତ ସଭ୍ୟ ସଭ୍ୟା କର୍ମଚାରୀ ସଂଘ ସଭାପତି ତଥା ସି ଆଇ ଟି ୟୁ ଜିଲ୍ଲା ସଂପାଦକ ଶରତ କୁମାର ରାୟଗୁରୁ ଙ୍କ ନେତୃତ୍ବ ରେ ଟାଉନ ଥାନା ନିକଟରୁ ଶୋଭାଯାତ୍ରାରେ ବାହାରି ମନ୍ଦିର କାର୍ଯ୍ୟାଳୟ ସମ୍ମୁଖ ରେ ବିକ୍ଷୋଭ କରିଥଲେ। ଓ ନଅ ଦଫା ଦାବୀ ପତ୍ର ନୀତି ପ୍ରଶାସକ ଙ୍କୁ ପ୍ରଦାନ କରିଥଲେ। ଆଉଟ୍ ଶୋର୍ଶିଂ ଠିକା ପ୍ରଥା ଉଚ୍ଛେଦ କରି ସମସ୍ତ କର୍ମଚାରୀଙ୍କୁ ମନ୍ଦୀର ଅଧୀନ ରେ ସ୍ଥାୟୀ କରିବା, ପ୍ରତି ମାସର ଦରମା ର ରସିଦ ଦେବା, ଆନୂପତିକ ଭାବେ ପ୍ରତି ମାସର EPF,ESI କର୍ମ ଚାରି ଙ୍କ ଆକାଉଣ୍ଟ ରେ ଭରିବା, ଦଶ ବର୍ଷ ରୁ ଉର୍ଦ୍ଧ କର୍ମଚାରି ଙ୍କୁ ଉଚ୍ଚ କୁଶଳୀ ର ଦରମା ଦେବା, ୨୦୧୯ରୁ ୨୦୨୫ପର୍ଯ୍ୟନ୍ତ ବର୍ଦ୍ଧିତ ଦରମା ର ବକେୟା ପ୍ରଦାନ୍ କରିବା , ରଥ ଯାତ୍ରା ଓ ଦଶହରା ରେ କର୍ମ ଚାରି ଙ୍କୁ ବୋନସ ଦେବା, ଜୟକମାଲ କ୍ୟାଟେରିଙ୍ଗ ସଂସ୍ଥା ଠକି ନେଇଥିବା EPF ESI ଆଦାୟ କରିବା, ଦୁଇ ହଳ ପୋଷାକ ସହ ରାଷ୍ଟ୍ରୀୟ ଛୁଟୀ ଗୁଡିକରେ ସବୈତନିକ ଛୁଟୀ ଦେବା ପାଇଁ ସଭାପତି ଶ୍ରୀ ରାୟଗୁରୁ ଦାବୀ କରିଥଲେ । ଉକ୍ତ ବିକ୍ଷୋଭ ରେ ଶ୍ରମିକ ନେତା ଜଗନ୍ନାଥ ଦେଓ, ସଙ୍ଗ ସମ୍ପାଦିକା ରଶ୍ମିତା ଗୋଛିକାର, ଅମରେନ୍ଦ୍ର ନନ୍ଦ , ମନୋଜ ବାରିକ,ସୋମନାଥ ନାୟକ ଜ୍ଞାନ ରଂଜନ ଜେନା, ରାଜେଶ୍ ମହାପାତ୍ର, ବିଜ୍ଞାନ ବେହେରା, ସୂର୍ଯ୍ୟ କାନ୍ତ ନାୟକ, ଚିନ୍ମୟ ଜେନା, ଲୋକନାଥ ନାୟକ, ଜଗଦୀଶ ପରିଡ଼ା ବକ୍ତବ୍ୟ ରଖିଥିଲେ। ଆସନ୍ତା ଦିନ ରେ ଦୁଇଟା ଠିକା ସଂସ୍ଥା ସହ ଆଲୋଚନା କରି ଦାବୀ ଉପରେ ସଠିକ ନିର୍ଣ୍ଣୟ ନିଆଯିବ ବୋଲି ପ୍ରଶାସକ କହିଛନ
