ବ୍ଲକସ୍ତରୀୟ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମେଳା-୨୦୨୫

ବ୍ଲକସ୍ତରୀୟ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମେଳା-୨୦୨୫।

ବଡ଼ଚଣା : ଯାଜପୁର ଜିଲ୍ଲା ବଡ଼ଚଣା ବ୍ଲକ ନିକଟବର୍ତ୍ତୀ ଦ୍ବିତୀୟ ଶ୍ରୀକ୍ଷେତ୍ର ଭାବେ ପରିଚିତ ଛତିଆ ଚୂଆ ପଡିଆ ଠାରେ ବ୍ଲକ ସ୍ତରୀୟ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମେଳା -୨୦୨୫ ଅନୁଷ୍ଠିତ ହୋଇଯାଇଛି, ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ରାଜ୍ୟ ମତ୍ସ୍ୟ ଓ ପଶୁ ସମ୍ପଦ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ଯୋଗଦେଇ ଓଡିଶା ସରକାରଙ୍କ ଆମ ବିଭାଗରେ ଥିବା ସମସ୍ତ ଯୋଜନାର ଲାଭ ଉଠାଇବା ପାଇଁ ଉପସ୍ଥିତ ଚାଷିଙ୍କୁ ଆହ୍ୱାନ କରିଥିଲେ,ପୂର୍ବ ସରକାରଙ୍କ ସମୟରେ ବିଭାଗର ବିଭିନ୍ନ ଯୋଯନାକୁ ଦଳୀୟ ମୂଖ୍ଯ ମାନେ ଭାଗ ବଣ୍ଟନ କରି ନେଉଥିଲେ,ପ୍ରକୃତ ଚାଷୀ ଏହାର ସୁଫଳ ପାଇ ପାରୁନଥିଲେl ମୁଖ୍ୟ ବକ୍ତା ଭାବେ ବଡ଼ଚଣା ବିଧାୟକ ଅମର କୁମାର ନାୟକ ଉପସ୍ଥିତ ରହି ଆମ ଅଂଚଳରେ ପଶୁ ସମ୍ପଦ ବିଭାଗ ଚାଷିଙ୍କୁ ବିଭିନ୍ନ ଯୋଜନାରେ ଯେଉଁ ସହାୟତା ଯୋଗାଇଛନ୍ତି ତାହା ଜିଲ୍ଲାରେ ସର୍ବଶ୍ରେଷ୍ଠ ହୋଇପାରିଛି ବୋଲି କହିବା ସହିତ ଏହାକୁ ଆହୁରି ଅଧିକ ମାତ୍ରାରେ କାର୍ଯ୍ୟକ୍ଷମ କରିବାକୁ ଅଧିକାରିଙ୍କୁ ଆହ୍ୱାନ କରିଥିଲେ l ସମ୍ମାନିତ ଅତିଥି ଭାବେ ବ୍ଲକ ଅଧ୍ୟକ୍ଷା ମିନତୀ ସେନାପତି, ଉପାଧ୍ୟକ ବିଭାସ ନନ୍ଦ, ଜିଲା ଡିଏଫଓଙ୍କ ସମେତ ସମସ୍ତ ବିଭାଗିୟ ଅଧିକାରି ମାନେ ଯୋଗ ଦେଇଥିଲେ l ଏହି ଅବସରରେ କିଛି ସମୟ ପାଇଁ ପ୍ରାଣୀପାଳକ, ମସ୍ୟ ଚାଷୀ ଓ ବୈଜ୍ଞାନୀକଙ୍କ ମଧ୍ୟରେ ମତ ବିନିମୟ ହୋଇଥିଲା l ଏଥିରେ କୁକୁଡ଼ା ଚାଷୀ ସ୍ଵର୍ଣ୍ଣପ୍ରଭା ବିଶ୍ୱାଳ, କୁନ୍ଦଳ ଗାଁର ତରୁଣ ସାମଲ, ସମିଆଁ ଗାଁର ଚାଷୀ ଦିପକ ଜାମୁଦା ବିଭିନ୍ନ ଚାଷ ଉପରେ ଆଲୋଚନା କରିଥିଲେ l ଏକ ବର୍ଷ ଗାଈ ଋଣ କରିବା ପାଇଁ ଚାଷୀ ଆବେଦନ କରିଥିବା ବେଳେ ସେମାନଙ୍କୁ ଋଣ ମିଳୁନାହିଁ ବୋଲି ଅଭିଯୋଗ କରିଥିଲେ l ତେବେ ବିଭାଗୀୟ ଅଧିକାରି ଏହା ଉପରେ ଆଲୋଚନା କରି ଏହାକୁ ତୁରନ୍ତ ସମାଧାନ କରାଯିବ ବୋଲି ଉତ୍ତର ରଖିଥିଲେ l ଜିଲା ପ୍ରାଣୀ ଅଧିକାରି ଡ଼. ସୁବ୍ରତ କୁମାର ମହାପାତ୍ର ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ l  ବଡ଼ଚଣା ପ୍ରାଣୀ ଚିକିତ୍ସାଧିକାରୀ ଡାକ୍ଟର ଭାବନାଥ ବସ୍ତିଆ ଧନ୍ୟବାଦ ଦେଇଥିଲେ l ଏହି କାର୍ଯ୍ୟକ୍ରମରେ ନିଗମ ମିଶ୍ର, ମନୋଜ ମଲ୍ଲିକ ପ୍ରମୁଖ ଯୋଗଦେଇ ଥିଲେ।ପାଲା ମାଧ୍ୟମରେ ଚାଷୀ ମାନଙ୍କୁ ମଧ୍ୟ ଵୁଝାଯାଇଥିଲା।

Leave a Reply

Your email address will not be published. Required fields are marked *