ପୁରୀ ଜିଲ୍ଲା ଅଟୋ ଚାଳକ ମହାସଂଘ

ପୁରୀ ଜିଲ୍ଲା ଅଟୋ ଚାଳକ ମହାସଂଘ ଏବଂ ପୁରୀ ଷ୍ଟେସନ ଅଟୋ ଚାଳକ ସଂଘର ସହବନ୍ଧିତାରେ ସମସ୍ତ ଅଟୋ ଚାଳକ ମାନଙ୍କୁ ନେଇ ତାଳବଣିଆ ନିକଟରେ ଏକ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।ଏହି ସଂଘ ମାଧ୍ୟମରେ ଅନେକ ସମସ୍ୟା ସମାଧାନ ହେବା ସହ କିପରି ଯାତ୍ରୀ ମାନଙ୍କୁ ଉପଯୁକ୍ତ ବ୍ୟବହାର ପ୍ରଦାନ କରାଯିବ ଏବଂ ଯେତେବେଳେ ପର୍ଯ୍ୟଟକ ମାନେ ଅଟୋ ମାଧ୍ୟମରେ କେଉଁଆଡେ ଯାଉଥିବା ସମୟରେ ଯଦି ସେ ଅଟୋ ରେ କିଛି ମୂଲ୍ୟବାନ ଜିନିଷ ଛାଡ଼ିଗଲେ ତେବେ ଅଟୋ ଚାଳକ ମାନେ ସଙ୍ଗେ ସଙ୍ଗେ ଜି ଆର ପି ପୋଲିସ ମାଧ୍ୟମରେ ସେମାନଙ୍କୁ ଯୋଗାଇ ଦେବାରେ ସହାୟତା କରୁଛନ୍ତି ।ସଂଘର କର୍ମଚାରୀ ମାନଙ୍କ ମଧ୍ୟରୁ ଯଦି କୌଣସି କର୍ମଚାରୀ କିଛି ସମସ୍ୟା ରେ ରହୁଛନ୍ତି ତେବେ ତାଙ୍କୁ ସଂଘ ପକ୍ଷରୁ ସହଯୋଗ କରାଯାଉଛି ବୋଲି ସଂଘର ସମ୍ପାଦକ ସୂଚନା ପ୍ରଦାନ କରିଛନ୍ତି ।ତେଣୁ ଅଟୋ ଚାଳକ ମାନେ ଯେପରି ବ୍ୟବହାର ପ୍ରଦର୍ଶନ କରିବେ ସେପରି ପର୍ଯ୍ୟଟକ ମାନେ ଉତ୍ତମ ଅନୁଭୂତି ନେଇ ପୁରୀରୁ ଫେରିବେ ତେଣୁ ପ୍ରତ୍ୟୁକ ମାସରେ ଏହା ଉପରେ ଏକ ବୈଠକ ବସୁଛି ବୋଲି କହିଛନ୍ତି ।ତେଣୁ ଏହି ସଂଘର ସଦସ୍ୟ ମାନଙ୍କୁ ନେଇ ଆଜି ଏକ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି ।ଏଥିରେ ଅତିଥି ଭାବେ ରାଜ୍ୟସଭା ସାଂସଦ ଶୁଭାଶିଷ ଖୁଣ୍ଟିଆ,ପୁରୀର ପୂର୍ବତନ ବିଧାୟକ ଜୟନ୍ତ କୁମାର ଷଡ଼ଙ୍ଗୀ ଯୋଗଦାନ କରି ଏଭଳି କାର୍ଯ୍ୟକ୍ରମକୁ ଭୂୟସୀ ପ୍ରଶଂସା କରିଛନ୍ତି ।ଏହାସହ ପୁରୀ ସହର ର ସମସ୍ତ ଥାନା, ଜିଆରପି,ରେଲୱେ ଏବଂ ପ୍ରଶାସନିକ ଅଧିକାରୀ ମାନେ ଉକ୍ତ କାର୍ଯ୍ୟକ୍ରମରେ ଯୋଗଦାନ କରିଥିଲେ ।

Leave a Reply

Your email address will not be published. Required fields are marked *