ଜନଜାତୀୟ ଗୌରବ ଦିବସ ପାଳିତ
କୋଣାର୍କ,୧୫.୧୧- କୋଣାର୍କ ବସଷ୍ଟାଣ୍ଡ ନିକଟସ୍ତ ଅନୁସୂଚିତ ଜାତି ଓ ଜନଜାତି ଉନ୍ନୟନ ବିଭାଗ ଦ୍ଵାରା ପରିଚାଳିତ ସରକାରୀ ଉଚ୍ଚ ବିଦ୍ୟାଳୟରେ ଜନଜାତୀୟ ଗୌରବ ଦିବସ ଶନିବାର ମହା ଆଡ଼ମ୍ବରରେ ପାଳିତ ହୋଇଯାଇଛି। ବିଶିଷ୍ଟ ସ୍ବାଧିନତା ସଂଗ୍ରାମୀ ଆଦିବାସୀ ନେତା ସହିଦ୍ ଭଗବାନ୍ ବିର୍ସା ମୁଣ୍ଡାଙ୍କ ୧୫୦ତମ ଜନ୍ମ ଜୟନ୍ତୀ ଅବସରରେ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ଜିଲ୍ଲା ମଙ୍ଗଳ ଅଧିକାରୀ ସୁଶ୍ରୀ ମମତା ରାଣୀ ସଭାପତିତ୍ବରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅତିଥି ଭାବେ ପୂରୀ ଜିଲ୍ଲା ଅତିରିକ୍ତ ଜିଲ୍ଲାପାଳ ନୀଳମାଧବ ଭୋଇ, ଜିଲ୍ଲା ସୁଚନା ପ୍ରଯୁକ୍ତି ଆବାହକ ବିଶ୍ଵନାଥ ପଣ୍ଡା, ଜିଲ୍ଲା ସୁଚନା ଓ ଲୋକ ସମ୍ପର୍କ ଅଧିକାରୀ ସନ୍ତୋଷ ସେଠୀ, ଅତିରିକ୍ତ ଜିଲ୍ଲା ମଙ୍ଗଳ ଅଧିକାରୀ ଅମିତା ମିଶ୍ର, ପ୍ରଧାନ ଶିକ୍ଷକ ନିହାର ପ୍ରସାଦ ଲେଙ୍କା, ପର୍ଯ୍ୟଟନ ଅଧିକାରୀ ଅମିୟ କୁମାର ସେଠୀ, ନିର୍ବାହୀ ଅଧିକାରୀ ପ୍ରଦ୍ୟୁମ୍ନ ଜେନା ପ୍ରମୁଖ ଯୋଗ ଦେଇଥିଲେ।

ବିଦ୍ୟାଳୟର ଛାତ୍ର ଓ ଛାତ୍ରୀ ମାମେ ଜନଜାତି ସମ୍ବନ୍ଧୀୟ ବାର୍ତ୍ତା ବହନ କରିଥିଲେ। ସେମାନଙ୍କର ଚାଲି ଚଳନି, ଭେଶବୁସା, ଖାଦ୍ୟ ପେୟ, ହାଟ ବଜାର, ନିତ୍ୟ ବ୍ୟବହାର ସାମଗ୍ରୀ ଆଦି ଛାତ୍ର ଛାତ୍ରୀ ମାନେ ପ୍ରଦର୍ଶନ କରିଥିଲେ , ଯାହା ଆକର୍ଷଣ ସାଜିଥିଲା। ଏହି ଅବସରରେ କୃତି ଛାତ୍ରଛାତ୍ରୀ ମାନଙ୍କୁ ସମ୍ମାନିତ କରାଯାଇଥିଲା। ଏହି କାର୍ଯ୍ୟକ୍ରମକୁ ଶିକ୍ଷୟତ୍ରୀ ନୟନା ଶତପଥି , ଚିନ୍ମୟୀ ପାଢ଼ୀ, ବନଜା ମହାନ୍ତି ପ୍ରମୁଖ ସଂଯୋଜନା କରିଥିବା ବେଳେ ଶିକ୍ଷୟତ୍ରୀ ସିଲା ଭଟ୍ଟ, ରିତା କୁମାରୀ, ଦୀପିକା ଜେନା, ସୁଲୋଚନା ବେହେରା, ବର୍ଷା ରାଉତ ପ୍ରମୁଖ ସହଯୋଗ କରିଥିଲେ। ପ୍ରଥମାର୍ଦ୍ଧରେ ଲୋକପ୍ରିୟ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଭାସି ମାଧ୍ୟମରେ ଜନଜାତି ଛାତ୍ର ଛାତ୍ରୀ ମାନଙ୍କୁ ଅଭିଭାଷଣ ପ୍ରଦାନ କରିଥିଲେ।
