ମୁରିବାହାଲ ବ୍ଲକସ୍ତରୀୟ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମେଳା ଅନୁଷ୍ଠିତ.
ମୁରିବାହାଲ ତା ୧୫/୧୧/୨୫ ବଲାଙ୍ଗୀର ଜ଼ିଲ୍ଲା ମୁରିବାହାଲ ବ୍ଲକସ୍ତରୀୟ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମେଳା ଶନିବାର ମୁରିବାହାଲ ପଂଚାୟତି ହାଇସ୍କୁଲ ଖେଳ ପଡିଆଠାରେ ଅନୁଷ୍ଠିତ ହୋଇଯାଇଛି।ଏହି ମେଳାରେ ୨ ଗୋଟି ମହିଳା ସ୍ୱୟଂ ସହାୟକ ଗୋଷ୍ଠି ସହ ୬ ଜଣ ସଫଳ ଚାଷୀଙ୍କୁ ସମ୍ମାନିତ କରାଯାଇଥିଲା। ମେଳାର ପ୍ରାରମ୍ଭରେ ଉନ୍ନତମାନର ଗାଈକୁ ପୂଜା ଅର୍ଚ୍ଚନା କରାଯାଇ ଉଦଘାଟନ କରାଯାଇ ଥିବା ସହ ଚାଷୀ, ନିର୍ବାଚିତ,ପ୍ରତିନିଧି,ବିଭିନ୍ନ ଅନୁଷ୍ଠାନ ଓ ଜନସାଧାରଣଙ୍କୁ ନେଇ ସଚେତନତା ସଭା ଅନୁଷ୍ଠିତ ହୋଇଥିଲା, I ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିଭାଗର ମିଳିତ ମେଳାକୁ ପ୍ରାଣୀ ସମ୍ପଦ ବିଭାଗର ଜ଼ିଲ୍ଲା ଅଧିକାରୀ ଡା ଅନିରୁଦ୍ଧ ବିଶ୍ୱାଳ ଓ ମତ୍ସ୍ୟ ବିଭାଗର ଜ଼ିଲ୍ଲା ଅଧିକାରୀ ଡ ପ୍ରକାଶ ଚନ୍ଦ୍ର ନାୟକଙ୍କର ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ରୂପେ ମୁରିବାହାଲ ପଂଚାୟତ ସମିତି ଅଧ୍ୟକ୍ଷ ହରିବନ୍ଧୁ ମେହେର,ସାଂସଦ ପ୍ରତିନିଧି ଶ୍ରୀବତ୍ସ ବେହେରା,ଜ଼ିଲ୍ଲା ପରିଷଦ ଉପାଧ୍ୟକ୍ଷା ମିଥିଲା ମାଝୀ, କଣ୍ଟାବାଞ୍ଜି ବିଧାୟକଙ୍କର ପ୍ରତିନିଧି ଗଙ୍ଗାଧର ହେର୍ଣ୍ଣା, ମୁରିବାହାଲ ସରପଞ୍ଚ ବିଶ୍ଵବିହାରୀ ଯୋଶୀ,ଉପଖଣ୍ଡ ପ୍ରାଣୀ ଚିକିତ୍ସା ଅଧିକାରୀ ଡ ଶୁଭେନ୍ଦୁ ସୁଧା ଷଡ଼ଙ୍ଗୀ ପ୍ରମୁଖ ସମ୍ମାନିତ ଅତିଥି ରୂପେ ଉପସ୍ଥିତ ରହି ରାଜ୍ୟ ସରକାର ପ୍ରତ୍ୟେକ ବ୍ଲକରେ ଏହି ମେଳା ମାଧ୍ୟମରେ ଗ୍ରାମଞ୍ଚଳର ଚାଷୀ ମାନଙ୍କୁ ସଚେତନତା କରିବା ଏକ ବିହିତ ପଦକ୍ଷେପ ବୋଲି ପ୍ରକାଶ କରିଥିଲେ।ଏହି ଅବସରେ ଓଡିଶାର ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିଭାଗର ମନ୍ତ୍ରୀ ଗୋକୁଲାନନ୍ଦ ମଲ୍ଲିକ ଏକ ଭିଡିଓ ବାର୍ତ୍ତା ମଧ୍ୟମରେ ସରକାରଙ୍କର ଆଭିମୁଖ୍ୟ ଜଣାଇଥିଲେ।ଏହି ଅବସରରେ ୨ ଗୋଟି ତୁଳସୀ ଓ ମା ସରସ୍ବତୀ ମହିଳା ସ୍ୱୟଂ ସହାୟକ ଗୋଷ୍ଠିକୁ ସହ ଗୋପାଳ କ୍ଷେତ୍ରରେ ସତ୍ୟବାନ ନାଗ, ଅଣ୍ଡା ଦିଆ କୁକୁଡ଼ା ପାଳନ କ୍ଷେତ୍ରରେ ଧନଦେଇ ଭୋଇ, ଛେଳି ପାଳନ କ୍ଷେତ୍ରରେ ଦହିତରାମ କର୍ମୀ,ମତ୍ସ୍ୟ ପୋଖରୀ ଯୋଜନା କ୍ଷେତ୍ରରେ ଅମୃତ ମହାକୁର ଜାଆଁଳା ମାଛ ଚାଷ କ୍ଷେତ୍ରରେ କୁନ୍ତୀ ପଧାନ, ଜୈବପୁଞ୍ଜ ପ୍ରଣାଲିରେ ମାଛ ଚାଷ ପାଇଁ ରାଜୀବ କୁମାର ମହାନ୍ତିଙ୍କୁ ମାନପତ୍ର ଓ ଉତ୍ତରୀୟ ସହ ପୁରସ୍କାର ରାଶି ପ୍ରଦାନ କାରଯାଇଥିଲା।ଏହି ମେଳାରେ ୧୦ ଗୋଟି ଷ୍ଟଲ ମାଧ୍ୟମରେ ବିଭିନ୍ନ ବିଷୟ ପ୍ରଦର୍ଶିତ କରାଯାଇଥିଲା। ମେଳାକୁ ପ୍ରାଣୀ ସମ୍ପଦ ବିଭାଗର ଭିଏସ ଡ ମୌସୁମୀ ବର୍ଷା ବନାନୀ ମାଝୀ ପରିଚାଳନା କରିଥିଲେ ।ମୁରିବାହାଲ ଗୋଷ୍ଠୀ ପ୍ରାଣୀ ଚିକିତ୍ସା ଅଧିକାରୀ ଡା ଅଞ୍ଜନ କୁମାର ମଲ୍ଲିକଙ୍କ ପ୍ରତ୍ୟେକ୍ଷ ତତ୍ବାବଧାନରେ ଡ ବିରେନ୍ଦ୍ର କୁମାର ଷଡଙ୍ଗୀ,ରାଜେନ୍ଦ୍ର କୁମାର ବରିହା,ହିମାଂଶୁ ଶେଖର ସେଠ୍,ବ୍ଲକର ସମସ୍ତ ପ୍ରାଣୀଧନ ନିରୀକ୍ଷକ,ବିଭାଗର ମୌତ୍ରୀ,ପ୍ରାଣୀମିତ୍ର,କୃଷକ ସାଥି, ବିକାଶ ମଞ୍ଚ କର୍ମକର୍ତ୍ତା ଓ ଗଣମାଧ୍ୟମ ପ୍ରତିନିଧିଙ୍କ ସହ ସମସ୍ତ କର୍ମଚାରୀ ସହଯୋଗ କରିଥିବା ବେଳେ ୫ଶହରୁ ଉର୍ଦ୍ଧ୍ବ ଚାଷୀ ଯୋଗ ଦେଇଥିଲେ।ବଙ୍ଗୋମୁଣ୍ଡା ବ୍ଲକର ମତ୍ସ୍ୟ ଅଧିକାରୀ ଆଲୋକ ଜେନା ଧନ୍ୟବାଦ ଦେଇଥିଲେ।
