ଟ୍ରମ୍ପ ତାରିଫ ବାତିଲ କର- ସିପିଏମ

ଟ୍ରମ୍ପ ତାରିଫ ବାତିଲ କର- ସିପିଏମ

ବ୍ରହ୍ମପୁର – ଟ୍ରମ୍ପ ତାରିଫ ଆମ ଦେଶର କୋଟି କୋଟି ଲୋକଙ୍କ ଜୀବିକାକୁ ଛଡାଇ ନେବ ଓ ଆର୍ଥିକ ବିକାଶରେ ଅନ୍ତରାୟ ସୃଷ୍ଟି କରିବ ।ତେଣୁ ଟ୍ରମ୍ପ ତାରିଫ ବାତିଲ କରିବା ପାଇଁ ସିପିଏମ ପକ୍ଷରୁ ଦେଶ ବ୍ୟାପି ଅଭିଯାନ ଆରମ୍ଭ କରାଯାଇଛି।ଆଜି ପାର୍ଟି ପକ୍ଷରୁ କମାପଲି ଛକ ଠାରେ ଏକ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଥିଲା।ଏଥିରେ ଜିଲ୍ଲା ସମ୍ପାଦକ ଯୁଧିଷ୍ଠିର ବେହେରା ଭାରତର ସାମଗ୍ରୀ ଉପରେ 25 ପ୍ରତିଶତ ଟେକ୍ସ ଓ ରୁଷିଆ ତେଲ ଆମଦାନୀ ପାଇଁ 25 ପ୍ରତିଶତ ଜୋରିମାନା ଲାଗୁ କରିବା ଯୋଗୁଁ ଭାରତୀୟ ସାମଗ୍ରୀ ଆମେରିକା ବଜାରରେ ମହଙ୍ଗା ହୋଇଛି।ଆମେରିକା ବ୍ୟବସାୟୀ ଭାରତୀୟ ସାମଗ୍ରୀ କିଣୁ ନାହାନ୍ତି।ଆମ ଦେଶର ପୋଷାକ, ସାମୁଦ୍ରିକ ମାଛ, କାଜୁ, ଔଷଧ ଓ ମୋଟର ଉପକରଣ ଭଳି ଆମେରିକାକୁ ରପ୍ତାନୀ ହେଉଥିବା ସାମଗ୍ରୀ ଶିଳ୍ପରେ ସାଙ୍ଘାତିକ ସଙ୍କଟ ଦେଖାଦେଇଛି।ପ୍ରାୟ ଦେଢ଼ କୋଟି ଲୋକଙ୍କ ଜୀବିକା ଅନିଶ୍ଚିତତା ଭିତରକୁ ଚାଲି ଯାଇଛି। ଗଞାମ ଜିଲ୍ଲାର ସୁରତରେ କାର୍ଯ୍ୟରତ ଲକ୍ଷ ଲକ୍ଷ ପ୍ରବାସୀଙ୍କ ଜୀବିକା ସଂକଟଗ୍ରସ୍ତ।ସେହିଭଳି ସମୁଦ୍ରରୁ ମାଛମାରୁଥିବା ମତ୍ସଜୀବୀ ଓ କାଜୁ ଚାଷ ଓ ପ୍ରକ୍ରିୟା କରଣରେ ସମ୍ପୃକ୍ତ ଲକ୍ଷାଧିକ ଲୋକ କ୍ଷତିଗ୍ରସ୍ତ ହେବେ।
ଅନ୍ୟ ଦିଗରେ ପଡୋଶୀ ଚୀନ ଓ ଅନ୍ୟ ଖୁଦ୍ର ରାଷ୍ଟ୍ର ଗୁଡିକ ଆମେରିକାର ଅନ୍ୟାୟ ଟିକସ ନୀତିକୁ ଦୃଢ଼ ବିରୋଧ କରୁଛନ୍ତି । କିନ୍ତୁ ଭାରତର ମୋଦି ସରକାର ପ୍ରତିବାଦ କରିବା ପରିବର୍ତ୍ତେ ସମ୍ପୂର୍ଣ୍ଣ କାର୍ଯ୍ୟକାରୀ କରୁଛି।ତେଣୁ ଚଳିତ ମାସରେ ଆମେରିକାର ନିର୍ଦେଶରେ ଋଷିଆରୁ ତେଲ କିଣିବା ବନ୍ଦ କରାଯାଇଛି।
ତେଣୁ ଟ୍ରମ୍ପ ତାରିଫ ବାତିଲ କରିବା ପାଇଁ ମୋଦି ସରକାର ଅତିଶୀଘ୍ର ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ପାର୍ଟି ପକ୍ଷରୁ ଦାବୀ କରାଯାଇଛି।
ଆଜିର ଏହି କାର୍ଯ୍ୟକ୍ରମରେ ପ୍ରତାପ ଚୌଧୁରୀ, ଶିବ ପ୍ରସାଦ ମହାପାତ୍ର,ଗୋକୁଳ ତ୍ରିପାଠୀ, ନୀଳ ମାଧବ ରଥ ,ରାଜରାଓ, ଚିଟିବାବୁ, କେଶବ ଗୌଡ଼,ଲୋକ ନାଥ ଖୁଣ୍ଟିଆ,ଅଜିତ ସାହୁ, ଓ ପ୍ରଶାନ୍ତ ବିଶୋଇ ପ୍ରମୁଖ ଅଂଶ ଗ୍ରହଣ କରିଥିଲେ।

Leave a Reply

Your email address will not be published. Required fields are marked *