ଜାହ୍ନଗିରି ସରକାରୀ ଉଚ୍ଚ ବିଦ୍ୟାଳୟରେ ଗଣିତ ଓ ବିଜ୍ଞାନ ମେଳା ଅନୁଷ୍ଠିତ.
ବଡ଼ଚଣା: ଯାଜପୁର ଜିଲ୍ଲା ବଡଚଣା ଶିକ୍ଷା ମଣ୍ଡଳ ଅଧୀନ ବଡ଼ଘୁମୁରୀ ପଞ୍ଚାୟତ ଅନ୍ତର୍ଗତ ଶକୁନ୍ତଳାପୁର ଗ୍ରାମ ସ୍ଥିତ ଜାହ୍ନଗିରି ସରକାରୀ ଉଚ୍ଚ ବିଦ୍ୟାଳୟରେ ଚଳିତ ମାସ ୧୩ ତାରିଖ ଗୁରୁବାର ଦିନ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ଶ୍ରଦ୍ଧାଞ୍ଜଳୀ ଦାଶ୍ ଙ୍କ ଅଧ୍ୟକ୍ଷତାରେ ବିଦ୍ୟାଳୟରେ “ଗଣିତ ଓ ବିଜ୍ଞାନ ମେଳା”୨୦୨୫-୨୬ ଅନୁଷ୍ଠିତ ହୋଇଯାଇଛି।ଉକ୍ତ “ଗଣିତ ଓ ବିଜ୍ଞାନ ମେଳା”ରେ ମୁଖ୍ୟ ଅତିଥି ଭାବରେ ଏନ୍.ସି.ଇ.ଆର୍.ଟି ର ଆସୋସିଏଟ୍ ପ୍ରଫେସର ଶ୍ରୀଯୁକ୍ତ ଡ଼ଃ ନୀଳକଣ୍ଠ ମହାନ୍ତି, ସମ୍ମାନିତ ଅତିଥି ଭାବରେ ଯାଜପୁର ଜିଲ୍ଲା ଅତିରିକ୍ତ ଶିକ୍ଷାଧିକାରୀ ଶ୍ରୀମତୀ ସବିତା ସାହୁ, ମୁଖ୍ୟ ବକ୍ତା ଭାବରେ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ଜୟନ୍ତ କୁମାର ପରିଡା ଯୋଗଦେଇ ଶୁଭ ପ୍ରଦୀପ ପ୍ରଜ୍ଜ୍ଵଳନ କରି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ।ଏହି କାର୍ଯ୍ୟକ୍ରମରେ ଆଞ୍ଚଳିକ ସାଧନକେନ୍ଦ୍ର ସଂଯୋଜକ ନରହରି ସାହୁ, ପ୍ରାକ୍ତନ ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ଶ୍ରୀମତୀ ପ୍ରିୟତ୍ତମା ଜେନା, ପରିଚାଳନା କମିଟିର ସଭାପତି ଶ୍ରୀଯୁକ୍ତ ମଧୁସୂଦନ ବିଶ୍ୱାଳ, ପଞ୍ଚସଖା ଶିକ୍ଷା ସେତୁର ସଭାପତି ଶ୍ରୀଯୁକ୍ତ ସୁରେଶ କୁମାର ବେହେରା, ତ୍ରିଲୋଚନ ସାହୁ, ସୁବନ ରାଉତ ପ୍ରମୁଖ ଯୋଗଦାନ କରିଥିଲେ।ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ଦାଶ୍ ଙ୍କ ପ୍ରତ୍ୟେକ୍ଷ ତତ୍ତ୍ୱାବଧାନ ଓ ମାର୍ଗଦର୍ଶନରେ ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ୨୭ ଟି ପ୍ରକଳ୍ପ ପ୍ରଦର୍ଶିତ ହୋଇଥିଲା।ଏହି ମେଳାରେ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଉପସ୍ଥିତ ରହି ସାହାଯ୍ୟ ସହଯୋଗ କରିଥିଲେ।ପରିଶେଷରେ ସଭାପତିନୀ ଶ୍ରୀମତୀ ଦାଶ୍ ଙ୍କ ନିର୍ଦ୍ଦେଶ ମତେ ସଭାସାଙ୍ଗ କରାଯାଇଥିଲା।
