କାମାକ୍ଷାନଗର ରେ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମେଳା ଅନୁଷ୍ଠିତ
ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ରେ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ବିଭାଗ ପକ୍ଷରୁ ବ୍ଲକ ସ୍ତରୀୟ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମେଳା ଅନୁଷ୍ଠିତ ହୋଇଯାଇଛି। ବିଡ଼ିଓ ପ୍ରଭୁ କଲ୍ୟାଣ ଦାସ ଙ୍କ ସଭାପତିତ୍ୱରେ ମୁଖ୍ୟ ଅତିଥି ଭାବେ କାମାକ୍ଷା ନଗର ବିଧାୟକ ଶତ୍ରୁଘ୍ନ ଜେନା , ମୁଖ୍ୟ ବକ୍ତା ଭାବେ ଜିଲ୍ଲା ମତ୍ସ୍ୟ ଅଧିକାରିଣୀ ଶୁଭଶ୍ରୀ ମିଶ୍ର, ସମ୍ମାନିତ ଅତିଥି ଭାବେ ବ୍ଲକ ଅଧ୍ୟକ୍ଷ ପ୍ରେମାନନ୍ଦ ସାହୁ, ତହସିଲଦାର ଶୁଭଙ୍କର ମହାନ୍ତି, ଗୋଷ୍ଠୀ ପ୍ରାଣୀ ଚିକିତ୍ସା ଅଧିକାରୀ ଉଦୟ ନାଥ ମଲ୍ଲିକ, ଉପଖଣ୍ଡ ପ୍ରାଣୀ ଚିକିତ୍ସା ଅଧିକାରୀ ଦେବବ୍ରତ ମହାପାତ୍ର ପ୍ରମୁଖ ଯୋଗଦେଇଥିଲେ। । ମତ୍ସ୍ୟ ପୋଖରୀ,ମତ୍ସ୍ୟ ଚାଷ, ଗୋପାଳନ, କୁକୁଡ଼ା ଓ ଘାସ ଚାଷ ଆଦିକୁ ବିଭାଗ ପକ୍ଷରୁ ଅଧିକ ଗୁରୁତ୍ୱ ଦିଆଯାଇଛି। ଏ ନେଇ ଚାଷୀଙ୍କ ପାଇଁ ବିଭିନ୍ନ ଷ୍ଟଲର ମଧ୍ୟ ବ୍ୟବସ୍ଥା ହୋଇଥିଲା। ଏପରିକି ଚାଷୀ ବୈଜ୍ଞାନିକ ଆଲୋଚନା ଚକ୍ର ମାଧ୍ୟମରେ ଚାଷୀ ଭାଇଙ୍କ ସମସ୍ୟା ଦୂରୀଭୂତ କରିବା ସହିତ ସରକାରୀ ଯୋଜନା ଗୁଡିକର ସଠିକ ରୂପାୟନ ହେବାକୁ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଇଥିବା ବିଭାଗ ପକ୍ଷରୁ ନିଷ୍ପତି ନିଆଯାଇଛି। ଏହି କାର୍ଯ୍ୟକ୍ରମରେ ସମସ୍ତ ପଞ୍ଚାୟତର ଲୋକପ୍ରତିନିଧି ଏବଂ ଚାଷୀ ମାନେ ଉପସ୍ଥିତ ଥିଲେ। ସଫଳ ଚାଷୀ ଭାବେ କାମାକ୍ଷାନଗର ବ୍ଲକ ର ଆଠ ଜଣଙ୍କୁ ସନ୍ନମାନିତ କରାଯାଇଥିଲା l
