ରାଜ୍ୟସ୍ତରୀୟ ହ୍ୟାଣ୍ଡବଲ ପ୍ରତିଯୋଗିତା ଉଦ୍‌ଘାଟିତ

ତାଳବଣିଆ ସ୍ପୋର୍ଟ୍ସ କମ୍ପେ୍ଲକ୍ସ ପଡିଆରେ ଶୁକ୍ରବାର ୩୮ତମ ରାଜ୍ୟସ୍ତରୀୟ ହ୍ୟାଣ୍ଡବଲ ପ୍ରତିଯୋଗିତା ଉଦ୍‌ଘାଟିତ ହୋଇଯାଇଛି। ପ୍ରଥମ ଦିନରେ ଅନୁଷ୍ଠିତ ପୁରୁଷ ବିଭାଗ ଖେଳରେ କେନ୍ଦୁଝର ଦଳ ପାରାଦ୍ୱୀପକୁ ୩୦-୦୨ ଗୋଲ୍‌, ଗଞ୍ଜାମ ଦଳ ରାୟଗଡାକୁ ୨୭-୧୩ ଗୋଲ୍‌ ଓ ଯାଜପୁର ଦଳ କଟକକୁ ୨୮-୧୫ ଗୋଲ୍‌ ସ୍କୋର ବ୍ୟବଧାନରେ ପରାସ୍ତ କରି ବିଜୟୀ ହୋଇଛନ୍ତି। ସେହିପରି ମହିଳା ବିଭାଗ ଖେଳରେ ପୁରୀ ଦଳ ଜଗତ୍‌ସିଂହପୁରକୁ ୧୨-୦୩ ଗୋଲ୍‌, କେନ୍ଦୁଝର ଦଳ ପାରାଦ୍ୱୀପକୁ ୧୩-୦୧ ଗୋଲ୍‌, ଯାଜପୁର ଦଳ କଟକକୁ ୧୮-୦୧ ଗୋଲ୍‌ରେ ଓ ଗଞ୍ଜାମ ଦଳ ଭୁବନେଶ୍ୱରକୁ ୧୩-୦୧ ଗୋଲ୍‌ ବ୍ୟବଧାନରେ ପରାସ୍ତ କରି ବିଜୟୀ ହୋଇଛନ୍ତି। ଏହି ଟୁର୍ନାମେଣ୍ଟ ତିନିଦିନ ଧରି ଅନୁଷ୍ଠିତ ହେବାକୁ ଥିବାବେଳେ ଦ୍ବିତୀୟ ଦିନରେ ପୁରୀ ସାଂସଦ ଡାକ୍ତର ସମ୍ବିତ ପାତ୍ର ଯୋଗଦାନ କରିଥିଲେ ଥିଲେ। ପ୍ରତିଯୋଗିତାରେ ପୁରୁଷ ବିଭାଗରେ ୨୨ଟି ଓ ମହିଳା ବିଭାଗରେ ୧୨ଟି ଦଳ ଭାଗ ନେଇଛନ୍ତି। ଏଥିରେ ପ୍ରାୟ ୭୦୦ରୁ ଅଧିକ ଖେଳାଳୀ ଓ ଅଫିସିଆଲ ଅଂଶଗ୍ରହଣ କରିଛନ୍ତି। ଜିଲ୍ଲା ହ୍ୟାଣ୍ଡବଲ ସଂଘ ପୁରୀ ଦ୍ୱାରା ଏହି ରାଜ୍ୟସ୍ତରୀୟ ପ୍ରତିଯୋଗିତା ଆୟୋଜିତ ହେଉଥିବା ବେଳେ ଓଡିଶା ରାଜ୍ୟ ହ୍ୟାଣ୍ଡବଲ ଆସୋସିଏଶନ ସଭାପତି ବିପ୍ଳବ ଚୌଧରୀ, ସମ୍ପାଦକ ମାନସ କୁମାର ସିଂଙ୍କ ସହ ସମ୍ପାଦକ ସିତେନ୍ଦ୍ର ନାଥ ଦାସ ପ୍ରମୁଖ ଟୁର୍ନାମେଣ୍ଟ ପରିଚାଳନା କରିଥିଲେ।ବାଇଟ ଡାକ୍ତର ସମ୍ବିତ ପାତ୍ର ସାଂସଦ ପୁରୀବାଇଟ ମାନସ କୁମାର ସିଂ ସମ୍ପାଦକ ରାଜ୍ୟ ହ୍ୟାଣ୍ଡବଲ ଆସୋସିଏସନ

Leave a Reply

Your email address will not be published. Required fields are marked *