ଅନୁଗୁଳ ଜିଲ୍ଲା ସାମ୍ବାଦିକ ୟୁନିଅନ ପକ୍ଷରୁ ପ୍ରେସ ଦିବସ
ଅନୁଗୁଳ , ଅପରାହ୍ନରେ ସ୍ଥାନୀୟ ଏକ ହୋଟେଲ୍ ରେ ଅନୁଗୁଳ ଜିଲ୍ଲା ସାମ୍ବାଦିକ ୟୁନିଅନ ପକ୍ଷରୁ ଜାତୀୟ ସାମ୍ବାଦିକ ଦିବସ ପାଳିତ ହୋଇ ଯାଇଛି।ଢେ଼ଙ୍କାନାଳ ସାଂସଦ ରୁଦ୍ର ନାରାୟଣ ପାଣି ମୁଖ୍ୟ ଅତିଥି ରୂପେ ସମାରୋହ କୁ ଉଦ୍ଘାଟନ କରିଥିଲେ।ଶ୍ରୀ ପାଣି ନିଜ ବକ୍ତବ୍ୟ ରେ ଭୟମୁକ୍ତ ଓ ନୀଷ୍ପକ୍ଷ ସାମ୍ବାଦିକତା ପାଇଁ ଗଣ ମାଧ୍ୟମର ପ୍ରତିନିଧି ମାନଙ୍କୁ ଆହ୍ବାନ ଦେଇଥିଲେ।ଦେଶର ବିକାଶ ରେ ଗଣମାଧ୍ୟମ ପ୍ରତିନିଧି ଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ।ସେମାନଙ୍କ ସୁରକ୍ଷା,ପେନସନ ଏବଂ ଆକ୍ରୀଡେସନ୍ ସମସ୍ୟା ନେଇ ସେ ସଂସଦରେ ପ୍ରଶ୍ନ ଉତ୍ଥାପନ କରିବେ ବୋଲି ପ୍ରତିଶୃତି ଦେଇଥିଲେ।ମୁଖ୍ୟ ବକ୍ତା ରୂପେ ଆଇନଜୀବୀ ଗୋପାଳ ନାଥ ଯୋଗ ଦେଇ ବୃତ୍ତିଗତ ସାମ୍ବାଦିକତା କ୍ଷେତ୍ର ରେ ଦେଖା ଦେଉଥିବା ବିଭିନ୍ନ ସମସ୍ୟା ଓ ଏହାର ସମାଧାନ ଉପରେ ଆଲୋକ ପାତ କରିଥିଲେ।ଅନ୍ୟତମ ଅତିଥି ଅନୁଗୁଳ ବିଧାୟକ ପ୍ରତାପ ଚନ୍ଦ୍ର ପ୍ରଧାନ ଯୋଗ ଦେଇ ଏକ ସମୃଦ୍ଧ ଅନୁଗୁଳ ଗଠନ ଦିଗରେ ସାମ୍ବାଦିକ ମାନେ ଯେଭଳି ସହଯୋଗର ହାତ ବଢ଼ାଉଛନ୍ତି ତାହା ପ୍ରଶଂସନୀୟ ବୋଲି କହିଥିଲେ।

ସମାରୋହରେ ସମ୍ବଲପୁର ସାଂସଦ ଙ୍କ ଅନୁଗୁଳ ପ୍ରତିନିଧି ସୁଦୀପ୍ ଗଡ଼ନାୟକ ମଧ୍ୟ ସମ୍ମାନିତ ଅତିଥି ରୂପେ ଯୋଗ ଦେଇଥିଲେ।ସଂଘର ସଭାପତି ଅଜିତ କୁମାର ଧର ସ୍ବାଗତ ଭାଷଣ ଦେବା ସହ ଅତିଥି ପରିଚୟ ପ୍ରଦାନ କରିଥିଲେ।ସମାରୋହରେ ବରିଷ୍ଠ ସାମ୍ବାଦିକ ଦିଲୀପ ସାହୁ ଓ ବିରଜା ପ୍ରସନ୍ନ ଦାସ ଙ୍କୁ ମାନପତ୍ର,ପୁଷ୍ପଗୁଚ୍ଛ ଓ ଉତ୍ତରୀୟ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା।ବିଶ୍ବରଂଜନ ପଟ୍ଟନାୟକ ମଞ୍ଚ ପରିଚାଳନା କରିଥିବା ବେଳେ ସୁଶାନ୍ତ ସାହୁ ଧନ୍ୟବାଦ୍ ଅର୍ପଣ କରିଥିଲେ।ସଂଘର ସମ୍ପାଦକ ସ୍ଵାଧୀନ ସାମଲ ଓ ରାଜେଶ ସାକ୍ସେରିଆ କାର୍ଯ୍ୟକ୍ରମ ପରିଚାଳନା ରେ ସହାୟତା କରିଥିଲେ।
