ପାଲା ଗାୟକ ଗୁରୁ ଭ୍ରମରବର ବେହେରାଙ୍କ ୮୩ତମ ଜନ୍ମଉତ୍ସବ

ପାଲା ଗାୟକ ଗୁରୁ ଭ୍ରମରବର ବେହେରାଙ୍କ ୮୩ତମ ଜନ୍ମଉତ୍ସ ଅନ୍ନପୂର୍ଣ୍ଣା ରଙ୍ଗମଞ୍ଚରେ ଅନୁଷ୍ଠିତ ହୋଇଯାଉଛି । ଉକ୍ତ କାର୍ଯ୍ୟକ୍ରମକୁ ଶ୍ରୀମନ୍ଦିର ପୁରୋଧା ଡ଼ଃ. ସିଦ୍ଧେଶ୍ଵର ମହାପାତ୍ର ଉଦଘାଟନ କରିଥିବା ବେଳେ, ପୂଣ୍ୟଶ୍ଳୋକ ପଣ୍ଡିତ ପଦ୍ମନାଭ ତ୍ରିପାଠୀ ମୂଖ୍ୟ ଅତିଥି, ଗାୟକ ବିଦ୍ୟାବାରିଧି ଗୁରୁ ନିରଞ୍ଜନ ବାହିନୀପତି ମୁଖ୍ୟବକ୍ତା, କବିରାଜ ସ୍ୱାଇଁ ସମ୍ମାନିତ ଅତିଥି ଭାବରେ ଯୋଗ ଦେଇଥିଲେ ।ଏହି ଅବସରରେ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ପାଲା ପରିବେଷଣ କରାଯାଇଥିଲା । କଳା ସଂସ୍କୃତି ସୁରକ୍ଷା ପରିଷଦ ଅଧ୍ୟକ୍ଷ ପଣ୍ଡିତ ପ୍ରିୟ ପ୍ରସାଦ ମିଶ୍ର କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।ଗୁରୁ ଭ୍ରମରବର ବେହେରାଙ୍କ ଶତାଧିକ ଶିଷ୍ୟ, ପ୍ରଶିଷ୍ୟ ଯୋଗ ଦେଇଥିବା ବେଳେ ପାଲା ଗାୟକ ଜୟୀ ବଡ଼ଦଳେଇ, ପ୍ରତାପ ପ୍ରଧାନ, ପର୍ଶୁରାମ ଶାସମଲ ପ୍ରଭୃତି ଗୁରୁଙ୍କୁ ଉପଢ଼ୋକନ ପ୍ରଦାନ କରିଥିବା ବେଳେ ବସନ୍ତ ଜେନା, କୁମର ପ୍ରଧାନ, ଵାପିନା ପାତ୍ର ଓ ନିତ୍ୟାନନ୍ଦ ସାହୁ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

Leave a Reply

Your email address will not be published. Required fields are marked *