ଚାରି ଦଫା ଦାବି ନେଇ ଗ୍ରାମବାସୀ ଙ୍କ ଆନ୍ଦୋଳନ
କନ୍ଧମାଳ ଜିଲ୍ଲା ରାଇକିଆ ବ୍ଲକ ମାଣିକେଶ୍ଵର ପଞ୍ଚାୟତ ସମ୍ମୁଖ ରେ ପଞ୍ଚାୟତ ର ସମସ୍ତ ଗ୍ରାମବାସୀ ଆଜି ସକାଳୁ ସକାଳୁ ମିଳିତ ଭାବେ ଏକତ୍ରିତ ହୋଇ ଚାରି ଦଫା ଦାବି ପୂରଣ ନିମନ୍ତେ ବସି ରହିଥିବା ଦେଖିବାକୁ ମିଳିଥିଲା।ଆଜିର ଡିଜିଟାଲ ଯୁଗରେ ସମସ୍ତ କାର୍ଯ୍ୟ ନିମନ୍ତେ ଅନଲାଇନ ର ବ୍ୟବସ୍ଥା ରହିଥିବା ବେଳେ ରାଇକିଆ ବ୍ଲକ ଠାରୁ ମାତ୍ର ଛଅ କିଲୋମିଟର ଦୂର ରେ ଅବସ୍ଥିତ ମାଣିକେଶ୍ଵର ପଞ୍ଚାୟତ ରେ ନେଟୱର୍କ ବ୍ୟବସ୍ଥା ସଠିକ୍ ଭାବେ କାର୍ଯ୍ୟକ୍ଷମ ହେଉନଥିବା ସକାଶେ ଦୀର୍ଘଦିନ ହେବ ପଞ୍ଚାୟତ ବାସି ଅଧିକାରୀ ଙ୍କୁ ବାରମ୍ବାର ଅବଗତ କରିଥିଲେ ସୁଦ୍ଧା କୌଣସି ସୁଫଳ ମିଳିପାରିନଥିଲା ଯାହା ଫଳ ରେ ଆଜି ଅଞ୍ଚଳ ବାସି ବାଧ୍ୟ ହୋଇ ପଞ୍ଚାୟତ ସମ୍ମୁଖ ରେ ଦୀର୍ଘ ସମୟ ବସି ରହିଥିଲେ।ଖବର ପାଇ ଘଟଣାସ୍ଥଳ ରେ ଘୁ.ଉଦୟଗିରୀ ଏସ.ଡି.ପି.ଓ,ବିଜୟ କୁମାର ବିଶି,ବି.ଏସ.ଏନ.ଏଲ୍ ଅଧିକାରୀ,ସାଂସଦ ପ୍ରତିନିଧି ସନ୍ତୋଷ ଲେଙ୍କା ପହଞ୍ଚି ଲୋକ ଙ୍କୁ ବୁଝାସୁଝା କରିବା ସହିତ ନେଟୱର୍କ ବ୍ୟବସ୍ଥା ଅତିଶିଘ୍ର ତ୍ଵରାନିତ କରାଯିବ ବୋଲି ପ୍ରତିଶୃତି ଦେଇଥିଲେ ପ୍ରତିଶୃତି ପାଇବା ପରେ ଜନସାଧାରଣ ଆନ୍ଦୋଳନ ରୁ ଓହୋରିଥିଲେ।
